କନ୍ଧମାଳ ସନ୍ତାନ

Breaking News

ଉଗ୍ରରୂପ ନେଲା ଘୁ.ଉଦୟଗିରି କଂଗ୍ରେସ କଳି: ଇସ୍ତଫା ଦେଲେ 25ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା, ଘୁ.ଉଦୟଗିରିକୁ ଜିଲ୍ଲା କଂଗ୍ରେସ ସଭାପତି ଓ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆସିଲେ ହେବ ଅଣ୍ଡା ଓ ଟମାଟ ମାଡ଼- ଶୁଭ୍ରମନ୍ୟୁ ନାୟକ (କଂଗ୍ରେସ ନେତା)

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଧାନସଭା କ୍ଷେତ୍ରରେ ଦିନକୁ ଦିନ କର୍ମୀ ଅସନ୍ତୋଷ ଉଗ୍ରରୂପ ଧାରଣ କରିବାରେ ଲାଗିଛି l ଯାହାର ଜ୍ୱଳନ୍ତ ଉଦାହରଣ ସୋମବାର ଦିନ ଦେଖିବାକୁ ମିଳିଛି l କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ରଶେଖର ପରିଡ଼ା ମନମୁଖୀ କାର୍ଯ୍ୟ, ହିଟଲାରି ନୀତି ଓ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ପ୍ରଧାନଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରି ଘୁ.ଉଦୟଗିରି ବିଧାନସଭା କ୍ଷେତ୍ରର ବିଭିନ୍ନ ବ୍ଲକରେ ପଦପଦବୀରେ ରହି କାର୍ଯ୍ୟ କାର୍ଯ୍ୟ କରୁ ଥିବା 26ରୁ ଉର୍ଦ୍ଧ ବ୍ଲକ, ଜିଲ୍ଲା, ନିର୍ବାଚନ ମଣ୍ଡଳୀ, ଗ୍ରାମପଞ୍ଚାୟତ ସ୍ତରୀୟ ନେତା ଜିଲ୍ଲା ସଭାପତି ଓ ରାଜ୍ୟ ସଭାପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛୁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଯାହାକୁ ନେଇ କଂଗ୍ରେସ କର୍ମୀ ଓ କଂଗ୍ରେସ ପ୍ରେମୀଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି l ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଦେଖା ଦେଇ ଥିବା ସକ୍ରିୟ କର୍ମୀ, ସକ୍ରିୟ ନେତା ଅଣଦେଖା ବର୍ତ୍ତମାନ କଂଗ୍ରେସ ବିଜୟ ପାଇଁ ଏକ ବଡ଼ ସମସ୍ୟା ଭାବେ ଆବିର୍ଭାବ ହୋଇଛି l ଏନେଇ ଘୁ.ଉଦୟଗିରି କଂଗ୍ରେସ କର୍ମୀ ଏହାର ସମାଧାନ ପାଇଁ ଜିଲ୍ଲା ସଭାପତି, ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀଙ୍କୁ ବାରମ୍ବାର ଅବଗତ କରିବା ସତ୍ୱେ ମଧ୍ୟ କୌଣସି ତତ୍ପରତା ଦେଖା ଦେଇନ ଥିଲା l ଜିଲ୍ଲା ସଭାପତିଙ୍କ ମନମୁଖୀ କାର୍ଯ୍ୟ ଓ ହିଟଲରି ଶାସନରେ ବିରକ୍ତି ଓ ନିରାଶ ହୋଇ ଦଳର କର୍ମକର୍ତ୍ତା ପଦ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି ବୋଲି ଘୁ.ଉଦୟଗିରି ବ୍ଲକର ବରିଷ୍ଠ କଂଗ୍ରେସ କର୍ମୀ ଓ ଦୁଇ ଦୁଇ ଥରର ବ୍ଲକ ଓ ଜୋନର ପୂର୍ବତ୍ତନ ସଭାପତି ଟାର୍ଜନ ସାହୁ ମତ ପ୍ରକାଶ କରିଛନ୍ତି l ମୁଁ ବ୍ୟକ୍ତିଗତ ଭାବେ ଏହି ନିର୍ବାଚନରେ ସକ୍ରିୟ ଅଂଶ କରିବି ନାହିଁ ବୋଲି କହିବା ସହ ମୁଁ କଂଗ୍ରେସ ଦଳରେ ଥିଲି, ଦଳରେ ଅଛି ଓ ରହିବି ବୋଲି ମଧ୍ୟ କହିଛନ୍ତି  ଟାର୍ଜ଼ନ ସାହୁ l କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ରଶେଖର ପରିଡ଼ା ଶାସକ ବିଜେଡି ସହିତ ସଲାସୁତୁର ହୋଇ କଂଗ୍ରେସ ଦଳକୁ ଧୂଳିସାତ କରିବା ପାଇଁ ଷଡଯନ୍ତ୍ର କରିବା ସହ ନିଜର ମନମୁଖୀ କାର୍ଯ୍ୟ ଚଳାଇ ଛନ୍ତି l ଯାହାକି କଂଗ୍ରେସ ପ୍ରେମୀ ଓ ଆଗଧାଡ଼ିର ନେତାଙ୍କୁ ନିରାଶ କରିଛି l ଯାହା ପାଇଁ କଂଗ୍ରେସ ଦଳର ଦକ୍ଷତା, ସକ୍ରିୟ. ନେତାଙ୍କ ଇସ୍ତଫାର ସୁଅ ଛୁଟିଛି l ଏହି କାର୍ଯ୍ୟ ଆଜି ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସଂଗଠନ ଦିନକୁ ଦିନ ଦୁର୍ବଳ କରିବାରେ ଲାଗିଛି l ଯେଉଁ ନେତା ଏବଂ ନେତ୍ରୀଙ୍କୁ ଜିଲ୍ଲା ସଭାପତି ନଗର ଓ ବ୍ଲକର ନିର୍ବାଚନ ଦାୟିତ୍ୱ ଦେଇ ଛନ୍ତି ସେମାନେ କେବେ ଦଳକୁ ଆସି ଥିଲେ ?? ଦଳ ପାଇଁ ତାଙ୍କର ଅବଦାନ କଣ?? ତାଙ୍କର ଦକ୍ଷତା କଣ?? ସେମାନେ କେବେ ବି କଂଗ୍ରେସ ଦଳର ବାନା ଧରି ଛନ୍ତି କି?? ତାହା ଘୁ. ଉଦୟଗିରି ନଗର ଓ ବ୍ଲକ କଂଗ୍ରେସ ପ୍ରେମୀ ଭଲଭାବରେ ଜାଣି ଛନ୍ତି l ଘୁ.ଉଦୟଗିରି ବିଧାୟକ ପ୍ରାର୍ଥୀ ଭାବେ ପ୍ରଫୁଲ୍ଲ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l କିନ୍ତୁ ଏହି ଦାୟିତ୍ୱରେ ଥିବା ନେତା ଓ ନେତ୍ରୀ ବାଲିଗୁଡ଼ା ଯିବା ପାଇଁ କୌଣସି ବ୍ଲକ, ଏନଏସିର ସକ୍ରିୟ ଓ ଆଗ ଧାଡ଼ିର ନେତାଙ୍କ ସହ ଆଲୋଚନା କରି ନାହାନ୍ତି l ତେଣୁ କୌଣସି ସକ୍ରିୟ କଂଗ୍ରେସ ନେତା କିମ୍ବା କର୍ମୀ ନାମାଙ୍କନ ଦାଖଲ ପାଇଁ ଯାଇ ନାହାନ୍ତି l ଏହା କଂଗ୍ରେସ ଦଳକୁ ହରାଇବା ପାଇଁ ବଡ଼ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି 13 ନମ୍ବର ୱାର୍ଡର ପୂର୍ବତନ କଂଗ୍ରେସ କାଉନ୍ସସିଲର ପ୍ରାର୍ଥୀ ଶୁଭ୍ରମନ୍ୟୁ ନାୟକ(ଜାକି) ମତପ୍ରକାଶ କରିବା ସହ ଏପରି ଦଳକୁ ରସାତଳକୁ ନେଉ ଥିବା କୁଚକ୍ରୀଙ୍କୁ ଛଡ଼ାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି l  ଯଦି ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡ଼ା କିମ୍ବା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚନ୍ଦନ ପଣ୍ଡା ଘୁ.ଉଦୟଗିରି ଆସନ୍ତି ତାହା ହେଲେ ଅଣ୍ଡା ଓ ଟମାଟ ମାଡ଼ ଖାଇବା ପାଇଁ ପ୍ରସ୍ତୁତ ହୋଇ ଆସନ୍ତୁ ବୋଲି କହିଛନ୍ତି ଶୁଭ୍ରମନ୍ୟୁ ନାୟକ l ଇସ୍ତଫା ପତ୍ର ଆମ ହସ୍ତଗତ ହେବା ପରେ ନାରୀ ନେତ୍ରୀ ଓ ବିଭିନ୍ନ ପଦ ପଦବୀରେ ସକ୍ରିୟ ରହି କଂଗ୍ରେସ ପାଇଁ କାର୍ଯ୍ୟ କରୁ ଥିବା ଜିଲ୍ଲା ସମ୍ପାଦକ ଅଞ୍ଜୁମ ଅହମ୍ମଦ, ବ୍ଲକ ସଭାପତି ସଦାନନ୍ଦ ନାୟକ, ଜିଲ୍ଲା ଅନୁସୂଚିତ ଜାତି ବିଭାଗ କନ୍ଧମାଳ ଶାଖାର ଅଧ୍ୟକ୍ଷ ପ୍ରଫୁଲ୍ଲ ଦିଗାଲ, ଟିକାବାଲି ବ୍ଲକ କଂଗ୍ରେସ ସଭାପତି ଗୋକୁଳ ପ୍ରଧାନ, ଘୁ.ଉଦୟଗିରି ବ୍ଲକ ଯୁବ କଂଗ୍ରେସ ଉପସଭାପତି ଅମିତ କୁମାର ପ୍ରଧାନ ଓ ଇସ୍ତଫା ଦେଇ ଥିବା ଅନ୍ୟ ନେତାଙ୍କ ସହ ଯୋଗାଯୋଗ କରି ଥିଲୁ l କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତିଙ୍କ ମନମୁଖୀଙ୍କ, ହିଟଲାର ନୀତି, ଭୁଲ ନିଷ୍ପତି, କଂଗ୍ରେସ ଦଳକୁ ଡୁବାଇବା ନୀତି, କଂଗ୍ରେସ ଦଳ ବିରୋଧୀ ଅସାଧୁ କାର୍ଯ୍ୟକୁ ବିରୋଧ କରି ଆମେ ସମସ୍ତେ ପଦ ପଦବୀରୁ ଇସ୍ତଫା ଦେଇଛୁ କିନ୍ତୁ ଦଳରୁ ନୁହେଁ ବୋଲି ମଧ୍ୟ କହିଛନ୍ତି ଇସ୍ତଫା ଦେଇ ଥିବା କର୍ମକର୍ତ୍ତା l ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ରଶେଖର ପରିଡ଼ା କଂଗ୍ରେସ ଦଳକୁ ରସାତଳକୁ ନେବାକୁ ଉଦ୍ୟମ କରୁଛନ୍ତି l ତେଣୁ ତାଙ୍କର ଦଳ ବିରୋଧୀ ଅସାଧୁ କାର୍ଯ୍ୟ, ମନମୁଖୀ ଏକ ଛାତ୍ରବାଦୀ କାର୍ଯ୍ୟ ପାଇଁ ମୁଁ ଏବଂ ଅନ୍ୟ ଆଗଧାଡ଼ିର କଂଗ୍ରେସ ନେତା ଦଳରୁ ଇସ୍ତଫା ଦେଇଛୁ l ଜିଲ୍ଲା କଂଗ୍ରେସ ସଭାପତି ବାଲିଗୁଡ଼ା ବିଧାୟକ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନଙ୍କ ନାମାଙ୍କନ ଦାଖଲ କାର୍ଯ୍ୟ କ୍ରମକୁ କାହିଁକି ଯାଇ ନ ଥିଲେ?? ସେ କଣ କଂଗ୍ରେସ ପ୍ରାର୍ଥୀ ନ ଥିଲେ କି?? ଗତକାଲି ଏତେ ସକ୍ରିୟ କଂଗ୍ରେସ ନେତା ଓ କର୍ମୀ ପଦ ପଦବୀରୁ ଇସ୍ତଫା ଦେଲେ l ଏହାକୁ ନେଇ ଇସ୍ତଫା ଦେଇ ଥିବା ନେତା ଓ କର୍ମୀଙ୍କ ସହ ଇସ୍ତଫା ସମ୍ପର୍କରେ ଜିଲ୍ଲା ସଭାପତି ଆଲୋଚନା କରିଛନ୍ତି କି?? ଜିଲ୍ଲା ସଭାପତିଙ୍କ ଏହା ଦଳ ବୁଡାଇବା ପାଇଁ ସୁଚିନ୍ତିତ ଯୋଜନା ବୋଲି ଅନୁସୂଚିତ ଜାତି କନ୍ଧମାଳ ଶାଖାର ସଂଯୋଜକ କୁନା ଦିଗାଳ ମତ ପ୍ରକାଶ କରିଛନ୍ତି l କଂଗ୍ରେସର ଏହି କଳି ପଦାରେ ପଡିବ ପରେ ଚିନ୍ତାରେ କଂଗ୍ରେସ ପ୍ରେମୀ l ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ହେଉଛି କଂଗ୍ରେସ ଗଡ଼ l ତେଣୁ ଦେଖା ଦେଇ ଥିବା ସମସ୍ୟାର ସମାଧାନ ଭୋଟ ଗ୍ରହଣ ପୂର୍ବରୁ କରିବା ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ସକ୍ରିୟ ନେତା ଓ କର୍ମୀ l ଯଦି ଦଳୀୟ ଉପରିସ୍ଥ ନେତା ଏଥି ପ୍ରତି ଦୃଷ୍ଟି ନ ଦିଅନ୍ତି ତାହା ହେଲେ ଶାସକ ବିଜେଡି ଶହ ପ୍ରତିଦ୍ବନ୍ଦୀତା କରିବା କଷ୍ଟକର ବୋଲି ରାଜନୀତି ବିଶେଷ୍ୟଜ୍ଞଙ୍କ ମହଲରୁ ମତପ୍ରକାଶ ପାଇଛି l


Related news

Skip to toolbar