କନ୍ଧମାଳ ସନ୍ତାନ

Breaking News

ଅସ୍ବାଭାବିକ ଭାବେ ବଢୁଥିବା ଆଠ ମାସ ଶିଶୁର ମୁଣ୍ଡରେ ହେଲା ଅସ୍ତ୍ରୋପୋଚାର, ପ୍ରଶାସନ ଓ ସହଯୋଗ କାରୀଙ୍କୁ କୃତଜ୍ଞତା ଦେଲେ ପରିବାର….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କାଟିଙ୍ଗିଆ ପଞ୍ଚାୟତ ଆଡ଼ିବଙ୍ଗା ଗ୍ରାମର ବଳିନ୍ଦ୍ର ବଳିଆର ସିଂଙ୍କ ଆଠ ମାସର ଶିଶୁ ପୁତ୍ର ତେଜ ବଳିଆର ସିଂଙ୍କ ମୁଣ୍ଡ ଅସ୍ବାଭାବିକ ଭାବେ ବଢୁଥିଲା I ଏହାକୁ ନେଇ ବଳିନ୍ଦ୍ର ଓ ତାଙ୍କ ସ୍ତ୍ରୀ ଟୁନିମା ବଳିଆର ସିଂ ସର୍ବଦା ମାନସିକ ଚାପରେ ରହୁଥିଲେ । ତେବେ ଅସ୍ତ୍ରୋଚାର ପରେ ନିଜକୁ ଆସ୍ଵସ୍ଥ ମଣି ଛନ୍ତି ଏହି ଦମ୍ପତ୍ତି I ସୂଚନା ଅନୁଯାୟୀ ଛୁଆ ଜନ୍ମ ହେବାର ପ୍ରାୟ ୧୫ ଦିନ ପରେ ଶାରିରୀକ ବୃଦ୍ଧି ହେଉନଥିବାରୁ ଜିଲ୍ଲା ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ I ଚିକିତ୍ସା ହେବା ପରେ ଛୁଆର ଶାରିରୀକ ପରିବର୍ତ୍ତନ ହୋଇଥିଲା କିନ୍ତୁ ପ୍ରାୟ ଦୁଇମାସ ବେଳକୁ ତାର ମୁଣ୍ଡ ଅସ୍ବାଭାବିକ ଭାବେ ବଢୁଥିବା ଜଣାପଡ଼ିଥିଲା I ପରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା କରାଇଥିଲେ I ଛୁଆ ଛୋଟ ଥିବାରୁ ଅସ୍ତ୍ରୋଚାର ସମ୍ଭବ ନଥିଲା, ଟଙ୍କା ପଇସାର ଅଭାବ ହେତୁ ଉଭୟ ଦମ୍ପତ୍ତି ମାନସିକ ଚାପରେ ରହୁଥିଲେ I ପୁଣି ଥରେ ଛୁଆର ଦେହ ଖରାପ ହେବାରୁ ବ୍ରାହ୍ମଣୀଗାଁ ମେଡ଼ିକାଲକୁ ଆଣି ଥିଲେ I ଏହି ଘଟଣାଟି ବ୍ରାହ୍ମଣୀଗାଁ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମେଡିକାଲ ହେଲଥ୍ ଟିମ୍ ଜାଣିବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ଯୋଗାଯୋଗ କରିଥିଲେ I ତେବେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ମେଡିକାଲ ହେଲଥ୍ ଟିମ୍ ଜୁଲାଇ ମାସ ୧୫ତାରିଖରେ କଟକ ବଡ଼ ଡ଼ାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ I ହେଲେ ଶୁକ୍ରବାର ଦିନ ଉକ୍ତ ଛୁଆର ମୁଣ୍ଡ ଅସ୍ତ୍ରୋପୋଚାର କରାଯାଇ ଥିବା ବେଳେ ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡ଼ିଛି । ଉଭୟ ଦମ୍ପତ୍ତି ବର୍ତ୍ତମାନ ଅଶ୍ଵସ୍ଥି ଅନୁଭବ କରୁଥିବା ବେଳେ ଜିଲ୍ଲା ପ୍ରଶାସନ, ମେଡିକାଲ ହେଲଥ୍ ଟିମକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ମେଡିକାଲ ହେଲଥ୍ ଟିମର ଡାକ୍ତର ରବୀନ୍ଦ୍ର ନାଥ ଦାଶ ଓ ପ୍ରଭା ପୁଷ୍ପାଞ୍ଜଳୀ ବେହେରାଙ୍କ ନେତୃତ୍ବରେ ଫାର୍ମାସିଷ୍ଟ ସନ୍ତୋଷ କୁମାର ପୃଷ୍ଟି, ଏ ଏନ୍ ଏମ ସ୍ପର୍ଶ ମଣି ବାଘେଲ ଓ ଡ଼୍ରାଇଭର ସନ୍ତୋଷ କୁମାର ସାହୁ ମେଡ଼ିକାଲ ପହଞ୍ଚାଇ ବାରେ ସହାୟତା ପ୍ରଦାନ କରିଥିଲେ ।

Related news

Skip to toolbar