କନ୍ଧମାଳ ସନ୍ତାନ

Breaking News

ଟିକାବାଲି ଠାରେ ଦଶହରା ନିମନ୍ତେ ମା ବ୍ୟାଘ୍ରଦେବୀ କଳା ଓ ସଂସ୍କୃତି ପରିଷଦ ବୈଠକ ଅନୁଷ୍ଠିତ….

କନ୍ଧମାଳ ସନ୍ତାନ(ବ୍ୟୁର): ମା ବ୍ୟାଘ୍ରଦେବୀ କଳା ଓ ସଂସ୍କୃତି ପରିଷଦ ତରଫରୁ ଟିକାବାଲି ବସଷ୍ଟାଣ୍ଡ ସ୍ଥିତ ମା ଭୈରବୀ କଲ୍ୟାଣ ମଣ୍ଡପ ଠାରେ ଆଗାମୀ ଦଶହରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି l ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏକ ପାରିବାରିକ ସାମାଜିକ ନାଟକ ମଞ୍ଚସ୍ଥ କରିବା ନିମନ୍ତେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି l ଟିକାବାଲି ଅଞ୍ଚଳରେ କଳା ଓ ସଂସ୍କୃତିର ବିକାଶ ପାଇଁ ଏହି ସଂଗଠନ ସର୍ବଦା ନିଜର ଆଭିମୁଖ୍ୟ ଗ୍ରହଣ କରିଆସୁଅଛି l ସାମାଜିକ ନାଟକ ତଥା ମେଲୋଡି ନିମନ୍ତେ ଏକ ପୂର୍ବ ପ୍ରସ୍ତୁତି ସହ ଯୋଜନା ପ୍ରସ୍ତୁତ କରାଯାଇଅଛି l ଏଥିରେ ମା ବ୍ୟାଘ୍ରଦେବୀ କଳା ଓ ସଂସ୍କୃତି ପରିଷଦ ର ସଭାପତି ଶ୍ରୀ ତନୁଜ ଭୋଇ, ସମ୍ପାଦକ ଶ୍ରୀ କୁମୁଦ ଚନ୍ଦ୍ର ସାହୁ, ଉପସଭାପତି ଶ୍ରୀ ଯୁଗଳ କିଶୋର ପଣ୍ଡା, ଶ୍ରୀ ସାଇରାମ ବେହେରା, ଶିକ୍ଷକ ଶ୍ରୀ ଅରବିନ୍ଦ ମହାପାତ୍ର, ହିରୋ ନାୟକ, ଜ୍ୟୋତିରାଜ ମହାପାତ୍ର, ଜିତୁ ସାହୁ, ଦିତିକୃଷ୍ଣ ପାତ୍ର, ରଞ୍ଜନ ପାତ୍ର, ଦିଲୁ ମିଶ୍ର, ପ୍ରମିଶ ଦିଗାଳ, ଚକ୍ରପାଣି ସାହୁ, ଅଜିତ ବାବୁ, ସନ୍ତୋଷ ପାତ୍ର, ସୁମନ୍ତ ନାୟକ, ଜଗା କାଳିଆ ବେହେରା, କାଳିଆ ପଣ୍ଡା, ସମ୍ୟରଞ୍ଜନ ଦେହୁରୀ, ସଲମନ ଦିଗାଳ, ଶକ୍ତି ନାୟକ ପ୍ରମୁଖ ଉପସ୍ଥିତ ଥିଲେ l

Related news

Skip to toolbar