କନ୍ଧମାଳ ସନ୍ତାନ

Breaking News

ବପଲମେଣ୍ଡି(ବି) ଗ୍ରାମପଂଚାୟତ ବାହାଡାସାହି ଠାରେ କେୟାର ନେତ୍ରମ ଦ୍ବାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଅନ୍ତର୍ଗତ ବପଲମେଣ୍ଡି(ବି) ଗ୍ରାମପଂଚାୟତ ବାହାଡାସାହି ଠାରେ ଭୁବନେଶ୍ୱରରୁ ଆସିଥିବା ନେତ୍ରମର ରାଜ୍ୟ ସଂଯୋଜକ ଅରୁଣ କୁମାର ନାୟକ ଓ ତାଙ୍କ ଟିମ୍ ତରଫରୁ ଏକ ଦିବସାୟ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସୁନିତା କହଁରଙ୍କ ସହଯୋଗରେ ଆୟୋଜିତ ହୋଇଥିବା ବେଳେ ସ୍ଥାନୀୟ ଅଂଚଳର ଅନେକ ଲୋକ ଚକ୍ଷୁ ପରୀକ୍ଷା କରାଇଥିଲେ । ଲୋକମାନଙ୍କୁ ସ୍ଵାସ୍ଥ୍ୟ କ୍ଷେତ୍ରରେ ସୁବିଧା ଯୋଗାଇବା ସହ ସେମାନେ ନିଜ ଅଞ୍ଚଳରେ ଏହି ସେବାରେ ସୁଯୋଗ ପାଇ ଉପକୃତ ହେବା ଲକ୍ଷ୍ୟରେ ସ୍ଥାନୀୟ ସରପଞ୍ଚ, ନେତ୍ରମର ଅଭିଜ୍ଞ ଚକ୍ଷୁ କର୍ମଚାରୀମାନଙ୍କ ଦ୍ଵାରା କମ୍ପ୍ୟୁଟର ମାଧ୍ୟମରେ ଚକ୍ଷୁ ପରୀକ୍ଷା କରିବା ସହିତ ଆବଶ୍ୟକ ସ୍ଥଳେ ଲୋକଙ୍କୁ ଚଷମା ମଧ୍ୟ ସୁଲଭ ଦରରେ ଯୋଗାଇ ଦିଆଯାଇଛି l ଜନସାଧାରଣଙ୍କୁ ବାହାରେ ଏହି ଆଖି ପରୀକ୍ଷା ନିମନ୍ତେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା I କିନ୍ତୁ ଏଠାରେ ସମସ୍ତ ଖର୍ଚ୍ଚ ଛାଡି କେବଳ ଚଷମା ନିମନ୍ତେ ଅଳ୍ପ ଦେୟ ଦେଇ ଚଷମା ନେବାର ବ୍ୟବସ୍ଥା କରାଯାଇଥିଲା ।ଅଞ୍ଚଳର ପ୍ରାୟ ୧୦୦ରୁ ଅଧିକ ଲୋକେ ଏହି ଚକ୍ଷୁ ଶିବିରରେ ଯୋଗ ଦେଇ ଉପକୃତ ହୋଇଥିବା ନେତ୍ରମ୍ ରାଜ୍ୟ ସଂଯୋଜକ ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି ।

Related news

Skip to toolbar