କନ୍ଧମାଳ ସନ୍ତାନ

Breaking News

ଦୁଇ ଦିନିଆ ଗସ୍ତରେ ‘୫-ଟି’ ସଚିବ ଭି.କେ ପାଣ୍ଡିଆନ, ସାତ ଦିନ ମଧ୍ୟରେ ବିଭିନ୍ନ ଦାବୀ ପୁରଣ ପାଇଁ ଜିଲ୍ଲା ଵାସୀଙ୍କୁ ଦେଲେ ପ୍ରତିଶ୍ରୁତି….

କନ୍ଧମାଳ ସନ୍ତାନ(ବ୍ୟୁର): ଘୁ.ଉଦୟଗିରି: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ କ୍ରମେ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଥିଲେ ‘୫-ଟି’ ସଚିବ ଭି.କେ ପାଣ୍ଡିଆନ। ଶୁକ୍ରବାର ଅପରାହ୍ନରେ ଫୁଲବାଣୀରେ ପହଞ୍ଚିଥିଲେ l ପରେ ଦୁଇ ଦିନ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ବହୁ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇ ଥିଲା । ସୂଚନା ଅନୁଯାୟୀ, ‘୫-ଟି’ ସଚିବ ଭି.କେ ପାଣ୍ଡିଆନ ଶୁକ୍ରବାର ଅପରାହ୍ନ ୪ଟା ବେଳେ ଗୁଦାରୀ ଏୟାରଷ୍ଟ୍ରିପରେ ଓହ୍ଲାଇବା ପରେ ସେଠାରୁ ବଲସକୁମ୍ପା ଯାଇ ବରାଳଦେବୀ ମନ୍ଦିର ପରିଦର୍ଶନ କରିଥିଲେ । ସେଠାରୁ ଫୁଲବାଣୀସ୍ଥିତ କନ୍ଧମାଳ ଷ୍ଟାଡିୟମ ଆସି ପ୍ରସ୍ତାବିତ ସ୍ପୋର୍ଟସ କମ୍ପେ୍ଲକ୍ସ ନେଇ ବିଚାର ଆଲୋଚନା କରିବା ସହିତ ନାଗରିକ ସମାଜ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ସେଠାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଯଥା ଜିଲ୍ଲା ମିଡ଼ିଆ ଫୋରମ, ଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ବ୍ରାହ୍ମଣ ସମାଜ, ଜାଗ୍ରତ କନ୍ଧମାଳ ଓଡିଶା, ମସଜିଦ କମିଟି ଓ ମିଳିତ ନାଗରିକ ମଞ୍ଚ କମିଟି ଏପରି ଶତାଧିକ ଦାବିପତ୍ର ଦିଆ ଯାଇଥିଲା କିନ୍ତୁ ଚାଷୀଙ୍କ ସମସ୍ୟା ମନ୍ଦିର, ମସଜିଦ ଓ ଚର୍ଚ୍ଚ ସମସ୍ୟାକୁ ସାତ ଦିନ ଭିତରେ ଏସଏମଏସ ଜରିଆରେ ଖବର ଦିଆଯିବ ବୋଲି ଭି କେ ପାଣ୍ଡିଆନ ଘୋଷଣା କରିଥିଲେ l ସେଠାରୁ ଫୁଲବାଣୀ ନୂଆ ବସ୍‌‌ଷ୍ଟାଣ୍ଡ ଯାଇ କାର୍ଯ୍ୟର ପ୍ରଗତି ଅନୁଧ୍ୟାନ କରିବା ସହିତ ସନ୍ଧ୍ୟାରେ କରୋନେସନ ପଡ଼ିଆ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବ୍ୟାଙ୍କ ମିତ୍ର,ଏମବିକେ ଓ ମିଶନ ଶକ୍ତି ସଦସ୍ୟା ମାନଙ୍କ ସହ ଆଲୋଚନା କରିଥିଲେ। ପରେ ପୁଲିସ ରିଜର୍ଭ ପଡ଼ିଆରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ସହିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ସେହି ପରି ୫ଟି ସଚିବ ଭି. କେ.ପାଣ୍ଡିୟାନ ଆଜି ଦାରିଙ୍ଗବାଡିରୁ ଘୁ.ଉଦୟଗିରି ହେଲି କେପ୍ଟର ଯୋଗେ ଆଜି ଅପରାହ୍ନରେ ଆସି ପହଞ୍ଚି ଥିଲେ I ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଏକ ବିରାଟ ଶୋଭାର ଆୟୋଜନ ହୋଇଥିଲା I ପ୍ରଥମେ ହେଲିକେପ୍ଟରରୁ ମିନି ଷ୍ଟାଡିୟମ ରେ ଓଲ୍ହାଇଥିଲା I ତତ୍ପରେ ସ୍ଥାନୀୟ ସରକାରୀ ଅଧିକାରୀ ୫ଟି ସଚିବଙ୍କୁ ସଭା ସ୍ଥଳକୁ ପାଛୋଟି ଆଣିଥିଲେ I ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆସିଥିବା ମହିଳାମାନେ ସଭା ସ୍ଥଳରେ ବସି ହୁଳହୁଳି ଓ ହାତ ଉପରକୁ ଉଠାଇ ୫ଟି ସଚିବଙ୍କୁ ସ୍ୱାଗତ ଜଣେଇଥିଲେ I ୫ଟି ସଚିବ ସଭା ସ୍ଥଳରେ ବସିଥିବା ମାଁ ଏବଂ ଜନ ସାଧାରଣଙ୍କ ପାଖକୁ ଯାଇ ସମସ୍ୟା ପଚାରି ବୁଝି ଥିଲେ I ଉପସ୍ଥିତ ମହିଳା ୫ଟି ସଚିବଙ୍କ ସହ ସେଲଫି ମଧ୍ୟ ନେଇ ଥିଲେ I ଏହି ସମୟରେ ଜନସାଧାରଣଙ୍କ ଠାରୁ ଲିଖିତ ଅଭିଯୋଗ ପତ୍ର ଓ ଦରଖାସ୍ତ ଗ୍ରହଣ କରିଥିଲେ I ଇତି ମଧ୍ୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା ୫ଟି ସଚିବ ଲୋକମାନଙ୍କ ସହ ମୋବାଇଲ ରେ ସେଲ୍ଫି ନେଉଥିବା ଖୁବ ଚର୍ଚ୍ଚା ହୋଇଥିଲା I ମଞ୍ଚ ଉପରକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ଏବଂ ଏସ.ଏଚ.ଜି ଗ୍ରୁପରୁ କିଭଳି ମାଁ ମାନେ ଏସ.ଏମ.ଇ ଗ୍ରୁପକୁ ଯିବେ ତାହା ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦେଲେ I ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ୬ କୋଟି ବ୍ୟୟରେ ବହୁତ ସୁନ୍ଦର ହୋଇଛି ବୋଲି କହିଲେ I ଶେଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ସ୍ମାର୍ଟ ବସ ଷ୍ଟାଣ୍ଡ, ବିଭିନ୍ନ ମନ୍ଦିର, ଚର୍ଚ୍ଚ, ମସଜିଦର ଉନ୍ନତିକରଣ, ବାଇପାସ ରୋଡ଼, ସିର୍କୀ ଇକୋ ପାର୍କ ଏବଂ କାଲିଗାଡୁ ହିଲ ଭିୟୁ ପଏଣ୍ଟଙ୍କୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ କ୍ଷେତ୍ର ଭାବେ ସ୍ଥାନିତ କରାଯିବ ବୋଲି ପ୍ରତିଶୃତି ଦେଲେ I ଉପସ୍ଥିତ ଏସ.ଏଚ.ଜି ଗ୍ରୁପ ମାଁ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ବିଭିନ୍ନ ଜନ କଲ୍ୟାଣ ଯୋଜନା ଉପରେ ତିନିଗୋଟି ପ୍ରଶ୍ନ କରି ଥିଲେ ଏବଂ ମାଁ ମାନେ ସଠିକ ଉତ୍ତର ମଧ୍ୟ ରଖିଥିଲେ I ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲପାଳ ଆଶିଷ ଈଶ୍ୱର ପାଟିଲ କନ୍ଧମାଳ ଏସ.ପି, ସ୍ଥାନୀୟ ବିଡିଓ, ଏନଏସି ନିର୍ବାହୀ ଅଧିକାରୀ, ସମସ୍ତ ସରକାରୀ ଅଧିକାରୀ, ରାଜନୈତିକ ଜନପ୍ରତିନିଧି, ଦମକଳ ବାହିନୀ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ବାହିନୀ ମୁତୟନ ହୋଇଥିଲା I

Related news

Skip to toolbar