କନ୍ଧମାଳ ସନ୍ତାନ

Breaking News

ମାଲିକାପଡ଼ି ବାପଟିଷ୍ଟ ମଣ୍ଡଳୀ ଠାରେ ମହିଳା ଉଦ୍ଦୀପନା ସଭା ଉଦଘାଟିତ…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ମାଲିକାପଡ଼ି ବାପଟିଷ୍ଟ ମଣ୍ଡଳୀ ମହିଳା ସମିତି ପକ୍ଷରୁ ଦୁଇ ଦିନିଆ ମହିଳା ଉଦ୍ଦୀପନା ସଭା ଉଦଘାଟିତ ହୋଇଛି I ଏହି ଉଦ୍ଦୀପନା ସଭା ଦୁଇ ଦିନ ଧରି ଅନୁଷ୍ଠିତ ହେବ I ଉକ୍ତ ଦୁଇ ଦିନିଆ ଉଦ୍ଦୀପନା ସଭାରେ ଖ୍ରୀଷ୍ଟିୟାନ ଧର୍ମ ପ୍ରଚାରକ ଆଚାର୍ଯ୍ୟ ନିରଞ୍ଜନ ତୁରୁକ ମୂଖ୍ୟ ବକ୍ତଭାଵରେ ଦେଇଛନ୍ତି I ଉକ୍ତ କାର୍ଯ୍ୟକ୍ରମକୁ ବିଶୋପ ଆଚାର୍ଯ୍ୟ ବାଞ୍ଛାନିଧି ନାୟକ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଦୀପନା ସଭାକୁ ଉଦଘାଟନ କରିବା ସହ ବାଇବଲ ଧର୍ମ ଶାସ୍ତ୍ରର ‘ହେ ସିୟୋନ ନିକଟରେ ସୁସମାଚାର ପ୍ରଚାରକାରିଣୀ ତୁମ୍ଭେ ଉଚ୍ଚ ପର୍ବତକୁ ଯାଅ’-( ଜିସାୟ ୪୦:୯)ରୁ ମହିଳାଙ୍କ ଦକ୍ଷତା ଓ ବାଇବଲରେ ମହିଳାଙ୍କ ଭୂମିକା ସମ୍ପର୍କରେ ଉପସ୍ଥିତ ମହିଳାଙ୍କୁ ପ୍ରଚାର କରିଥିଲେ I ମହିଳା କୌଣସି ଗୁଣରେ କମ ନୁହଁ କିନ୍ତୁ ଆଜି ଅବହେଳିତ I ମହିଳା ଆଜି ସବୁଠୁ ଆଗରେ କିନ୍ତୁ ପୁରୁଷ ସମାଜର ଅଣଦେଖା ଯୋଗୁଁ ପଛରେ I ହେଲେ ମଧ୍ୟ ନିଜ ପ୍ରଚେଷ୍ଟା ଯୋଗୁଁ ମହିଳା ଆଜି ଅନେକ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବା ସହ ଆମ ଦେଶର ସର୍ବଚ୍ଚ ସ୍ଥାନରେ ଅଧିଷ୍ଠିତ ବୋଲି ମୁଖ୍ୟବକ୍ତା ମହିଳାଙ୍କୁ ପ୍ରଚାର କରିଛନ୍ତି I ବାଇବଲଧର୍ମ ଶାସ୍ତ୍ରରେ ସୁସମାଚାର ପ୍ରଚାର ପାଇଁ ଦିଆଯାଇ ଥିବା ଅଧିକାର ସମ୍ପର୍କରେ ମୁଖ୍ୟବକ୍ତା ଉପସ୍ଥାପନ କରିଛନ୍ତି I ଏହି ଉଦ୍ଦୀପନା ସଭାର ଉଦ୍ଗାଟନୀ ଉତ୍ସବରେ ମାଲିକା ପଡ଼ି ବାପଟିଷ୍ଟ ମଣ୍ଡଳୀର ସଭାପତି ଭୁପତି ନାୟକ, ପାଳକ ଆଚାର୍ଯ୍ୟ ସୁବୋଧ ପରିଛା, ମହିଳା ସମିତିର ସଭାପତି ଜୁଲିୟେଟ ପ୍ରଧାନ, ସମ୍ପାଦକ ହରସିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I ମହିଳା ଉଦ୍ଦୀପନା ସଭା ୧୩ ଓ ୧୪/୦୬/୨୦୨୩ ଧରି ଅନୁଷ୍ଠିତ ହେବ I ପ୍ରାୟ ଏକ ହଜାରୁ ଉର୍ଦ୍ଧ୍ବ ମହିଳା ବିଭିନ୍ନ ଚର୍ଚ୍ଚରୁ ଯୋଗ ଦେଇ ଥିଲେ I ମହିଳା ସମିତି ପକ୍ଷରୁ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ସମିତି ପକ୍ଷରୁ ସୂଚନା ଦିଆଯାଇଛି I

Related news

Skip to toolbar