କନ୍ଧମାଳ ସନ୍ତାନ

Breaking News

କନ୍ଧମାଳ ଜିଲ୍ଲା କୃଷି ଓ କୃଷକ ସୁରକ୍ଷା ପରିଷଦର ସାଧାରଣ ସଭା ଅନୁଷ୍ଠିତ…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ସିର୍କୀ ଘାଇ ଠାରେ ଆଜି ଜିଲ୍ଲା କୃଷି ଓ କୃଷକ ସୁରକ୍ଷା ପରିଷଦର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି I ପ୍ରଥମ ଥର ପାଇଁ ପରିଷଦ ତରଫରୁ ନବ ବର୍ଷର ବନ୍ଧୁମିଳନ‌ କାର୍ଯ୍ୟକ୍ରମ ହୋଇଛି I ଯେଉଁଥିରେ ଅଞ୍ଚଳର ‌ନିର୍ବାଚିତ ଜନପ୍ରତିନିଧି, ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ସରକାରୀ ଅନୁଷ୍ଠାନର ଅଧିକାରୀ ଏବଂ ‌ପତ୍ରକାରମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା I କୃଷି ଓ କୃଷକ ପରିଷଦର ସଭାପତି ଉଦୟନାଥ ନାୟକଙ୍କ ସଭାପତିତ୍ବରେ ସ୍ଥାନୀୟ ଅଞ୍ଚଳର କୃଷକମାନଙ୍କୁ ନେଇ ଆଜି ଯେଉଁ ସଭା ଅନୁଷ୍ଠିତ ହୋଇଥିଲା ସେଥିରେ ବରିଷ୍ଠ କୃଷକ ତଥା ଆଦିବାସୀ ନେତା ଭାସ୍କର ପ୍ରଧାନ, ବ୍ଲକ ବିଧାୟକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ଗ୍ରେସିଙ୍ଗିଆ ସରପଞ୍ଚ ଶ୍ରୀମତୀ ତ୍ରିଶୀଳା ପ୍ରଧାନ, ଆଇବନ ପ୍ରଧାନ (ଉପ-ସଭାପତି) କୁନା ପଟ୍ଟନାୟକ(ସହ-ସମ୍ପାଦକ),
ମହମ୍ମଦ ଜିଆଉଦ୍ଧିନ୍ ଅହମ୍ମଦ (ସମ୍ପାଦକ ତଥା ଆବାହକ) ଏବଂ ସମିତିର ବହୁ ସଦସ୍ୟ ନିଜ ନିଜର ମତ ପ୍ରଦାନ କରିଥିଲେ I ସରକାରଙ୍କ ବିଭିନ୍ନ ଯୋଜନା ଥିଲେ ମଧ୍ୟ ଶୀତଳ ଭଣ୍ଡାର ଅଭାବରୁ କୃଷକ ପନି ପରିବା ଚାଷ କରି ଏବେ କ୍ଷତିର ସମ୍ମୁଖୀନ ହେଉଛନ୍ତି I ସେହିଭଳି ଘୁ.ଉଦୟଗିରି ଠାରେ ଥିବା ପୁରାତନ ଶୀତଳ ଭଣ୍ଡାରକୁ କାର୍ଯ୍ୟକ୍ଷମ କରିବା ପାଇଁ ପରିଷଦର କର୍ମକର୍ତ୍ତା ଦ୍ୱାରା ମତ ପ୍ରକାଶ ପାଇଥିଲା I ବିଭିନ୍ନ କିସମର ପନିପରିବା ଯଥା ଫୁଲକୋବି, ବିନ, ବନ୍ଧାକୋବି, ଟମାଟୋ, ଗ୍ରୀନ ମଟର ଆଦି ଚାଷ କରି କିପରି କ୍ଷତି ସହୁଛନ୍ତି ତାହା ଉକ୍ତ ସଭାରେ ଦୁଃଖର ସହ ଉପସ୍ଥିତ ଚାଷୀ ଭାଇ ମାନେ ପ୍ରକାଶ କରିଥିଲେ I ଶେଷରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ସଦସ୍ୟଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ I

Related news

Skip to toolbar