କନ୍ଧମାଳ ସନ୍ତାନ

Breaking News

ଡାଇମଣ୍ଡ ସ୍ପୋର୍ଟ୍ସ କ୍ଲବ ପକ୍ଷରୁ ଏକ ଦିବସୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ଗ୍ରାମପଞ୍ଚାୟତ ଲଦାସାହି ସ୍କୁଲ ପଡ଼ିଆ ଠାରେ ଡାଇମଣ୍ଡ ସ୍ପୋର୍ଟ୍ସ କ୍ଲବ ଉପରଖୋଲ ତରଫରୁ ଏକ ଦିବସିୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ ନିଦୂରୀପଡା ଏଫ.ସି ପାଡ଼lଙ୍ଗୀ, ମା ପିତାବଳୀ ଏଫସି ଶଙ୍କରାଖୋଲ, ଟିପିଡି ଏଫସି ଶଙ୍କରାଖୋଲ, ବ୍ରଡିଗୁଡା ଏଫସି ଲାଇନପଡ଼ା, ଵାଣିଶ୍ରୀ ଏଫସି ଗୁଟିଙ୍ଗିଆ, ଚକାଡୋଳା ଏଫସି ଶଙ୍କରାଖୋଲ ଓ ବ୍ରଦର୍ସ ଏକାଡେମୀ ମାଜlଗଡା ପ୍ରମୁଖ ଟିମ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ l ଡାଇମଣ୍ଡ ସ୍ପୋର୍ଟ୍ସ କ୍ଲବର ସଭାପତି ଅଶୋକ ଦେହୁରୀ, ଉପ ସଭାପତି ଦିଲ୍ଲୀପ କୁମାର ଦିଗାଳ, ଚୈତନ୍ୟ କହଁର, ଜଗଦିଶ ଦେହୁରୀ, ବାବୁଜ କହଁର, ହୁସେନ ଦିଗାଳ, ସତ୍ୟବାନ କହଁର ଓ ଅନେକ ସଦସ୍ୟ ବହୁତ ସୁନ୍ଦର ଭାବେ ପରିଚାଳନା କରିଥିଲେ l ଏହି ପ୍ରତିଯୋଗିତା ମୂଳକ ଟୁର୍ନାମେଣ୍ଟରେ ନିଦୁରୀପଡା ଏଫ ସି ପାଡାଙ୍ଗି ରନର୍ସ ଅଫ ହୋଇଥିବା ସ୍ଥଳେ ବ୍ରଦର୍ସ ଏକାଡେମୀ ମlଜାଗାଡ଼ା ବିଜୟୀ ମୁକୁଟ ତଥା ଚମ୍ପିୟାନ ହୋଇଥିଲେ l ଏହି ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ରୂପେ କଟିମାହା ସରପଞ୍ଚ ଶ୍ରୀ କର୍ନେଲ କହଁର,ଶିକ୍ଷକ ଅରବିନ୍ଦ ମହାପାତ୍ର ଓ ନବୀନ କହଁର ଆସନ ଗ୍ରହଣ କରିଥିଲେ l

Related news

Skip to toolbar