କନ୍ଧମାଳ ସନ୍ତାନ

Breaking News

ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ….

କନ୍ଧମାଳ ସନ୍ତାନ(ବ୍ୟୁର) : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ମିନିଷ୍ଟାଡିୟମ ପରିସରରେ ରାଜ୍ୟ ଭଲିବଲ ସଂଘ ଓ ଉପଖଣ୍ଡ କ୍ରୀଡା ସଂଘର ମିଳିତ ଆନୁକୂଲ୍ୟରେ ଦୁଇ ଦିନିଆ ଭଲିବଲ ମ୍ୟାଚର ଶୁଭ ଉଦଘାଟନ ହୋଇଯାଇଛି I

ଉଦଘାଟନ ସମାରୋହରେ ମୁଖ୍ୟ ଅତିଥିଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ସମ୍ମାନିତ ଅତିଥିଭାବେ ଉପ-ଜ଼ିଲ୍ଲାପାଳ ଶୁଭଙ୍କର ମହାପାତ୍ର, ପୂର୍ବତନ ରାଜୀବ ପାତ୍ର ପୂର୍ବତନ ଏନ.ଏ.ସି ଉପାଧ୍ୟାକ୍ଷ ଲୋକନାଥ ପାଢ଼ୀ ଉପ-ସଭାପତି ଶେଖ ସାଦିକ, କ୍ରୀଡା ସଂଘର ସମ୍ପାଦକ ସୁଶାନ୍ତ କୁମାର ଦାସ ତହସିଲଦାର ଶଶାଙ୍କ ଶେଖର ପାତ୍ର, ବରିଷ୍ଠ କ୍ରୀଡାବିତ ଦେବବ୍ରତ୍ତ ସିଂ ଦେଓ ଯୋଗ ଦେଇଥିଲେ I ସଭାକାର୍ଯ୍ୟ ପ୍ରାରମ୍ଭରୁ ବରିଷ୍ଠ ଉଦଘୋଷକ ତୀର୍ଥବାସୀ ଘଡ଼ାଇ ଅତିଥିଙ୍କ ପରିଚୟ କରିଥିଲେ I ଉପଖଣ୍ଡ କ୍ରୀଡା ସଂଘ ପକ୍ଷରୁ ସମବେତ କଣ୍ଠରେ ସ୍ୱାଗତ ଗୀତିକା ଓ ଜାତୀୟ ସଂଗୀତ ଗାନକରାଯାଇଥିଲା I ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ଧୂପ ଦୀପ ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରାଯାଇଥିଲା I ଉଦଘାଟନୀ ମ୍ୟାଚରେ ନୁଆଁପଡା ଓ ବଲାଙ୍ଗୀର ମଧ୍ୟରେ ଅନୁଷ୍ଠିତ ହୋଇଥିଲା I

Related news

Skip to toolbar