କନ୍ଧମାଳ ସନ୍ତାନ

Breaking News

ସପ୍ତମ ପ୍ରଶାନ୍ତ ରାଉତରାୟ ମେମୋରିଆଲ କ୍ରିକେଟ ଜର୍ସି ଉନ୍ମୋଚିତ…

କନ୍ଧମାଳ ସନ୍ତାନ(ବ୍ୟୁର): ସପ୍ତମ ପ୍ରଶାନ୍ତ ରାଉତରାୟ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଟ ଆସନ୍ତା କାଲି ୯ତାରିଖରୁ ବିଜେବି କଲେଜ ଖେଳ ପଡ଼ିଆରେ ଭୁବନେଶ୍ବର ଓକିଲ ସଂଘ ଆନୁକୁଲ୍ୟାଲରେ ଆରମ୍ଭ ହେବାକୁ ଯାଉଅଛି I ଉକ୍ତ ଟୁର୍ଣ୍ଣାମେଟକୁ ମାନ୍ୟବର ଜିଲ୍ଲାଜଜ୍ ଲୋକନାଥ ମହାପାତ୍ର ବିଜେବି କଲେଜ୍ ଅଧ୍ୟକ୍ଷା ସୁକ୍ଷମା ତ୍ରିପାଠୀ, ଭୁବନେଶ୍ୱର ଆଥେଲେଟିକ୍ ଆସୋସିଏସନ୍‌ର ସମ୍ପାଦକ ସୌମ୍ୟରଞ୍ଜନ ପରିଡ଼ା ଉଦ୍‌ଘାଟନ କରିବେ I ଏହି ଟୁର୍ଣ୍ଣାମେଟର ଓଡ଼ିଶାର ବିଭିନ୍ନ ଓକିଲ ସଂଘର ୮ଟି ଟିମ୍ ଅଂଶଗ୍ରହଣ କରିବେ I ଏହି ଅବସରରେ ପ୍ରଶାନ୍ତ ରାଉତରାୟ ମେମୋରିଆଲ କ୍ରିକେଟ ଜର୍ସି ଉନ୍ମୋଚିତ ହୋଇଛି I ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଏକ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ବର ଓକିଲ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଥିଲା I ଏଥିରେ ଭୁବନେଶ୍ବର ଓକିଲ ସଂଘର ସଭାପତି ମହମବ୍ଦ ଜିଆ ଉଲ୍‌ ହକ, ଉପସଭାପତି ପ୍ରଶାନ୍ତ କୁମାର ମହାନ୍ତି, ସମ୍ପାଦକ ରାଜ୍‌କିଶୋର ଦାସ, ଯୁଗ୍ମ ସମ୍ପାଦକ ବିଶ୍ୱରଞ୍ଜନ ସାହୁ, ସୁମନ ରାଉତରାୟ, ସନ୍ତୋଷ ଚୌଧୁରୀ, ରମାକାନ୍ତ ରାଉତରାୟ, ତାପସ ଦାସ, ଜୟନ୍ତ କୁମାର ଜେନା, ଅଞ୍ଜନ କୁମାର ସାମନ୍ତରାୟ, ନିହାର ରଞ୍ଜନ ସେଠି, ମନୋଜ ନାୟକ, ଅନନ୍ତ ବାସୁଦେବ ମିଶ୍ର, ରଘୁନାଥ ଦାସ ଓ ସଂଘର ବହୁ କର୍ମକର୍ତ୍ତା ରହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ।

Related news

Skip to toolbar