କନ୍ଧମାଳ ସନ୍ତାନ

Breaking News

ବିଜୟଅଜିତ ଚାମ୍ପିଅନ୍ସ ଟ୍ରଫି କ୍ରିକେଟ୍‌ ଉଦ୍‌ଘାଟିତ: ବିଏମ୍‌ଏସ୍‌ସି, ସିସିସି ବିଜୟୀ

କନ୍ଧମାଳ ସନ୍ତାନ(ବ୍ୟୁର): ଦିଂବଗତ ସିନେତାରକା ବିଜୟ ମହାନ୍ତି ଏବଂ ଅଜିତ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭୁବନେଶ୍ବର ବ୍ଲାଷ୍ଟର୍ସ ଆନୁକୂଲ୍ୟରେ ଶୁକ୍ରବାର ସହିଦ ସ୍ପୋର୍ଟିଂ ପଡ଼ିଆରେ ବିଜୟଅଜିତ ଚାମ୍ପିଅନ୍ସ ଟ୍ରଫି କ୍ରିକେଟ୍‌ ଉଦ୍‌ଘାଟିତ ହୋଇଯାଇଛି I ୧୦ ଦଳକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ଦିବସରେ ଭୁବନେଶ୍ବର ମିଡିଆ ସ୍ପୋର୍ଟ୍ସ କ୍ଲବ୍‌ (ବିଏମ୍‌ଏସ୍‌ସି) ଓ ସିସିସି ବିଜୟୀ ହୋଇଛନ୍ତି I ପ୍ରଥମ ମ୍ୟାଚ୍‌ରେ ବିଏମ୍‌ଏସ୍‌ସି ୨୧ ରନ୍‌ରେ ଆୟୋଜକ କ୍ଲବ୍‌କୁ ପରାସ୍ତ କରିଥିଲା I ବିଏମ୍‌ଏସ୍‌ସି ନିର୍ଦ୍ଧାରିତ ୧୦ ଓଭରରେ ୧୩୨/୩ କରିଥିଲା I ଜବାବରେ ବ୍ଲାଷ୍ଟର୍ସ ୧୧୧/୫ କରିବାକୁ ସକ୍ଷମ ହୋଇଥିଲା I ଅର୍ଧଶତକ ହାସଲ କରିଥିବା ବିଜୟୀ ଦଳର ପିସି ଲେଙ୍କା (୬୨) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ I ଦ୍ବିତୀୟ ମ୍ୟାଚ୍‌ରେ ସିସିସି ୧୦ ୱିକେଟ୍‌ରେ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ର‌ଫେସର ଦଳକୁ ହରାଇଥିଲା I ଉତ୍କଳ ବିଶ୍ବବିଦ୍ୟାଳୟ ୬୨/୬ କରିଥିଲା I ସିସିସି କୌଣସି ୱିକେଟ୍‌ ନହରାଇ ମ୍ୟାଚ୍‌ ଜିତି ନେଇଥିଲା I ବିଜୟୀ ଦଳର ଚିକୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ I ଉଦ୍‌ଘାଟନୀ ଉତ୍ସବରେ ଅତିଥିଭାବେ ଅଜିତ ଦାସଙ୍କ ପତ୍ନୀ ମାୟା ଦାସ, ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ବବି ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ I ପ୍ରତିଯୋଗିତାକୁ ଜୟ ସାମନ୍ତ, ରାକେଶ ବାରିକ, ରମେଶ ରାଉତ, ଜ୍ୟୋତି ପ୍ରମୁଖ ପରିଚାଳନା କରିଥିଲେ।

Related news

Skip to toolbar