କନ୍ଧମାଳ ସନ୍ତାନ

Breaking News

ଯୁବା ବାସ୍କେଟବଲ୍ ଓପେନ୍ ପ୍ରତିଯୋଗୀତା ଉଦଘାଟନ କରିବେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା….

କନ୍ଧମାଳ ସନ୍ତାନ(ବ୍ୟୁର): ଆସନ୍ତା ଫେବ୍ରୃାରୀ ୧୮ ତାରିଖ (ଗୁରୁବାର) ସଂନ୍ଦ୍ୟା ୬ ଘଟିକାରୁ ସନସାଇନ୍ ୟୁବା ଆସୋସିଏସନ୍ ତରଫରୁ ସହିଦନଗର ଇମ୍ଫା ପାର୍କରେ ଆରମ୍ଭ ହେବ ୧୧ତମ ଓପେନ୍ ବାସ୍କେଟବଲ୍ ପ୍ରତିଯୋଗୀତା I ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କ୍ରୀଡାମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା, ଭୁବନେଶ୍ୱର ମଧ୍ୟ ବିଧାୟକ ମାନ୍ୟବର ଅନନ୍ତ ନାରାୟଣ ଜେନା ଓ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସଦସ୍ୟ ଶ୍ରୀଯୁକ୍ତ ଦେବାଷିଶ ମହାନ୍ତି ଯୋଗଦେଇ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି I
ଚଳିତ ବର୍ଷ ୪ ଦିନ ବ୍ୟାପୀ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଦେଶର ବିିଭନ୍ନ ପ୍ରାନ୍ତରୁ ମୋଟ୍ ୧୪ଟି ଦଳ ଅଂଶ ଗ୍ରହଣ କରିବେ ବୋଲି ଆଜି ଆସୋସିଏସନ୍‌ର ମୁଖ୍ୟ ଉପଦେଷ୍ଟା ସରୋଜ କୁମାର ପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଚନ୍ତିି I ୪ ଟି ବିଭାଗରେ ବିଭକ୍ତ ଡାମନ୍ ସେଲଟର ୱାରିୟର, ଓଡିଶା ଷ୍ଟୁଡେଣ୍ଟ କ୍ଲବ୍‌, ସେଲଟିକସ୍ କଟକ,ତ୍ରୀବେଣୀ ତାମିଲନାଡୁ. ଆନ୍ଧ୍ର ପ୍ରଦେଶ,ଆର୍ମର୍ ନାଗପୁର, ପାରଳାଖେମୁଣ୍ଡି, ରାଉରକେଲା, କଳିଙ୍ଗ ବାସ୍କେଟ୍ ବଲ୍‌, ସାଇନିଙ୍ଗ୍ ଷ୍ଟାର୍‌, ୟୁବା, ଭଦ୍ରକ ଓ କଟକ ସନରାଇଜ୍ କ୍ଲବ ସାମିଲ ହୋଇଥିବା ଶ୍ରୀ ପାତ୍ର କହିଛନ୍ତି । ପ୍ରତିଯୋଗୀତାରେ ଚମ୍ପିଆନ୍ ଦଳକୁ ପୁରସ୍କାର ସ୍ୱରୂପ ୨୧ ହଜାର ଟଙ୍କା, ରର୍ନସ ଅପ୍‌କୁ ୧୫ ହଜାର ଟଙ୍କା ଏବଂ ସେକେଣ୍ଡ୍ ରନର୍ସ୍ ଅପ୍‌କୁ ୧୦ ହଜାର ଟଙ୍କାର ଅର୍ଥ ରାଶିରେ ପୁରସ୍କୃତ କରାଯିବ I ଏହା ସହିତ ପ୍ରତିଯୋଗୀତାରେ ରାଜ୍ୟର ସୁନାମଧନ୍ୟ କ୍ରୀଡାବିତ୍ ସତ୍ୟବ୍ରତ ନାୟକ, ନିଳାଞ୍ଚଳ ପରିଡା, ବିଜୟଲକ୍ଷ୍ମୀ ସାହୁ, ସୌମ୍ୟରଂଜନ ମିଶ୍ର, ଦେବାଶିଷ ମହାନ୍ତି ଓ ପଦ୍ମଶ୍ରୀ ଦିଲ୍ଲୀପ ତିର୍କିଙ୍କୁ ସମ୍ମାନିତ କରାଯିବ ବୋଲି ଆସୋସିଏସନ ତରଫରୁ ସୂଚନା ଦିଆଯାଇଚି । ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନର ଚେୟାରମ୍ୟାନ୍ ବିଶ୍ୱଜିତ ମହାନ୍ତି, ସମ୍ପାଦକ ବିଭୂତି ବିଶ୍ୱାଳ, କୋଷାଧ୍ୟକ୍ଷ ସୁମନ ବେହେରା, ଟୁର୍ଣ୍ଣାମେଣ୍ଟ କୋର୍ଡିନେଟର ପ୍ରହଲ୍ଲାଦ ବେହେରା, ଅବିନାଶ ବେହେରା, ସାମର୍ଥ ମହାନ୍ତି, ମୁନା ଗଉଡ, ଆଦର୍ଶ ପଟ୍ଟନାୟକ ଓ ଶିବଶଙ୍କର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Related news

Skip to toolbar