କନ୍ଧମାଳ ସନ୍ତାନ

Breaking News

ସହୀଦ ଭଗତ ସିଂ ଯୁବପରିଷଦ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଂଟ ଆୟୋଜିତ, ବିଏମସିକୁ ହରାଇ ସଚ୍ଚିବାଳୟ କର୍ମଚାରୀ ଟିମ ବିଜୟୀ…

କନ୍ଧମାଳ ସନ୍ତାନ(ବ୍ୟୁର): ସହୀଦ ଭଗତ ସି° ଯୁବ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ସହୀଦ କପ୍-୨୦୨୧ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱର ମିଡ଼ିଆ ସ୍ପୋର୍ଟସ୍ କ୍ଲବକୁ ହରାଇ ସଚିବାଳୟ କର୍ମଚାରୀ ଟିମ୍ ଚମ୍ପିୟାନ ହୋଇଛି। ରବିବାର ସକାଳ ୮ ଟାରେ ଜୟଦେବ ବିହାର ସ୍ଥିତ ଏନ୍ ୬ ପଡିଆରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଚାରୋଟି ଟିମ ଯଥା ରାଜନେତା, ଅଭିନେତା, ସାମ୍ବାଦିକ ଓ ସଚିବାଳୟ କର୍ମଚାରୀ ଭାଗ ନେଇଥିଲେ। ପ୍ରଥମ ମ୍ୟାଚ ଅଭିନେତା ଓ ସଚିବାଳୟ କର୍ମଚାରୀ ଟିମ୍ ମଧ୍ୟରେ ହୋଇଥିଲା। ଏହାକୁ ରାଜ୍ୟସଭା ସା°ସଦ ମୁନା ଖାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏଥିରେ ସଚିବାଳୟ ଟିମ୍ ବିଜୟୀ ହୋଇଥିଲା। ସେହିପରି ଦ୍ବିତୀୟ ମ୍ୟାଚ ରାଜନେତା ଓ ବି ଏମ୍ ଏସ୍ ସି ମଧ୍ୟରେ ହୋଇଥିଲା। ବି ଏମ୍ ଏସ୍ ସି ବିଜୟଲାଭ କରିଥିଲା। ନିର୍ଣ୍ଣାୟକ ମ୍ୟାଚ ସଚିବାଳୟ କର୍ମଚାରୀ ଓ ଭୁବନେଶ୍ୱର ମିଡ଼ିଆ ସ୍ପୋର୍ଟସ୍ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସଚିବାଳୟ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୮୮ ରନ୍ ସ°ଗ୍ରହ କରିଥିଲା। ଜବାବରେ ବି ଏମ୍ ଏସ୍ ସି ୧୦ ଓଭରରେ ୪ ଓ୍ବିକେଟ ହରାଇ ୭୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ସଚିବାଳୟ କର୍ମଚାରୀ ଟିମ୍ ୧୧ ରନରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା। ଉଦଯାପନୀ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଦିଲ୍ଲୀପ ମହାନ୍ତି ଓ ଜିଲ୍ଲା ସଭାପତି ବାବୁ ସି° ଯୋଗଦେଇ ଚମ୍ପିୟାନ ଓ ରନର୍ସ ଅଫ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ସହୀଦ ଭଗତ ସିଂଙ୍କ ଚିନ୍ତାଧାରା ରେ ଅନୁପ୍ରାଣିତ ହୋଇ ଭାଇଚାରାର ବାର୍ତା ନେଇ ପରିଷଦର ସଦସ୍ୟ ମାନେ ଏହି ଟୁଣ୍ଣାମେଂଟକୁ ଆୟୋଜନ କରିଥିଲେ ଏବଂ ଆଗାମୀ ଦିନରେ ଏହି ଟୁଣ୍ଣାମେଂଟ କୁ ବୃହତ ଆକାରରେ କରିବା ପାଈଁ ପରିଷଦର ସମ୍ପାଦକ ସ୍ଵପ୍ନେନ୍ଦୁ ମହାନ୍ତି କହିଥିଲେ। ଏହି ଟୁଣ୍ଣାମେଂଟକୁ ପରିଷଦର ସଭାପତି ରଶ୍ମିରଞ୍ଜନ କାନୁନଗୋ, ସମ୍ପାଦକ ସ୍ଵପ୍ନେନ୍ଦୁ ମହାନ୍ତି , ଶେଖ ମୁସ୍ତାଫା, ସୁବ୍ରତ ରଥ, ଅଞ୍ଜନ ନାଥ, ପ୍ରଶାନ୍ତ ହରିଚନ୍ଦନ, ଆଲୋକ ନନ୍ଦ, ଦିବ୍ୟଜ୍ୟୋତି କର, ପ୍ରମୁଖ ସୁଚାରୁ ରୁପେ ଆୟୋଜନ କରିଥିଲେ।

Related news

Skip to toolbar