କନ୍ଧମାଳ ସନ୍ତାନ

Breaking News

ଭୁବନେଶ୍ୱର ମିଡିଆ ସ୍ପୋର୍ଟସ୍ କ୍ଲବ୍ ଚାମ୍ପିୟନ….

-ସାମାଜିକ ବାର୍ତ୍ତା ନେଇ ଟେନିସ୍ ବଲ୍ କ୍ରିକେଟ୍ ଖେଳିଥିଲେ ସେଲିବ୍ରିଟି
-ଅଂଶଗ୍ରହଣ କରିଥିଲେ ନେତା, ଅଭିନେତା, ସାମ୍ବାଦିକ ଓ ସମାଜସେବୀ
କନ୍ଧମାଳ ସନ୍ତାନ(ବ୍ୟୁର): ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ “ୟୁଥ୍ ଫର୍ ଭଲ୍ୟୁଣ୍ଟରି ୱାର୍କ’ ଓ “କର ଫାଉଣ୍ଡେସନ୍‌’ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୬ସ୍ଥିତ ପ୍ରଗତି ସ୍ପୋର୍ଟିଂରେ ଦ୍ୱିତୀୟ “ସେଲିବ୍ରିଟି ଚାରିଟି ଟେନିସ୍ ବଲ୍ କ୍ରିକେଟ୍‌’ ଟୁର୍ଣ୍ଣାମେଣ୍ଟ ରବିବାର ଅନୁଷ୍ଠିତ ହୋଇଥିଲା । ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ ମଧ୍ୟରେ ସମାଜସେବାର ଚେତନା ସୃଷ୍ଟି ପାଇଁ ଅନୁଷ୍ଠାନ ତରଫରୁ ଏହି “ସେଲିବ୍ରିଟି ଚାରିଟି କ୍ରିକେଟ୍‌’ ଆୟୋଜନ କରାଯାଇଥିଲା ।
ଏଥିରେ ଭୁବନେଶ୍ୱର ମିଡ଼ିଆ ସ୍ପୋର୍ଟସ କ୍ଲବ ଚାମ୍ପିୟାନ ହୋଇଛି। ଫାଇନାଲରେ ମିଡ଼ିଆ ଦଳ ଅଭିନେତା ଏକଦଶକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଅଭିନେତା ଦଳ ନିର୍ଦ୍ଧାରିତ ୧୦ ଓଭରରେ ୬୮ ରନ କରିଥିବାବେଳେ ମିଡ଼ିଆ କ୍ଲବ ୬ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ପ୍ରଥମ ମ୍ୟାଚରେ ସମାଜସେବୀ ଦଳକୁ ମିଡ଼ିଆ ଓ ଦ୍ୱିତୀୟ ମ୍ୟାଚରେ ଲିଡର୍ସଙ୍କୁ ଅଭିନେତା ଦଳ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଏଥିରେ ସମାଜର ବିଭିନ୍ନ ବର୍ଗରୁ ପ୍ରତିଷ୍ଠା ଲାଭ କରିଥିବା ନେତା, ଅଭିନେତା, ସାମ୍ବାଦିକ, ସମାଜସେବୀ ପ୍ରମୁଖ ସାମାଜିକ ସ୍ଲୋଗାନ୍ ଯଥା – “ରକ୍ତଦାନ ଜୀବନ ଦାନ”, “ଗଛ ଲଗାନ୍ତୁ, ପରିବେଶ ବାନ୍ତୁ”, “ସଡ଼କ ସୁରକ୍ଷା, ଜୀବନ ରକ୍ଷା”, “ମାନବ ସେବା ହିଁ ମାଧବ ସେବା” ପ୍ରଭୃତି ଲେଖାଥିବା ଟି ସାର୍ଟ ପିନ୍ଧି କ୍ରିକେଟ୍ ଖେଳିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଭାରତୀୟ କ୍ରିକେଟ୍‌ର ସତ୍ୟରଞ୍ଜନ ଶତପଥୀ (ଜିତୁ), ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ଉପସଭାପତି ମହମ୍ମଦ ଅଲିମ୍‌, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା କର ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଚନ୍ଦନ କର, ସମାଜସେବୀ ରୁଦ୍ର ସାମନ୍ତରାୟ, ସତ୍ୟଭାମା ଦେବୀ କଲେଜର ଅଧ୍ୟକ୍ଷା ନିରଜା ଲକ୍ଷ୍ମୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ହାସ୍ୟାଭିନେତା ହାଡ଼ୁଭାଇ, ଚୌଧୁରୀ ଜୟପ୍ରକାଶ, ଶଙ୍କର ପ୍ରଧାନ, ଭିକାରୀ ଭାଇ, ରବି କୁମାର, ଜ୍ଞାନ ବାରିକ ପ୍ରମୁଖ ଅଂଶଗ୍ରହଣ କରି ଏହି ଅଭିନବ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ଭର୍ସାଟାଇଲ୍ ଅଭିନେତା ହର ରଥ ଓ ସମାଜବାଦୀ ପାର୍ଟି ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ପ୍ରଗତି ସ୍ପୋର୍ଟିଂର ସଦସ୍ୟ ଟୁନା ସାହୁ ସହଯୋଗ କରିଥିଲେ ।
ଅଭିନେତା ଦୁଷ୍ମନ୍ତ ପଣ୍ଡା, ସୁର ତ୍ରିପାଠୀ, ମୁକେଶ, ରାକେଶ, ଅଙ୍କିତ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ୟୁଥ୍ ଫର୍ ଭଲ୍ୟୁାରୀ ୱାର୍କ ଅଧ୍ୟକ୍ଷ ମୀର ଅହମଦ୍ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ ।

Related news

Skip to toolbar