କନ୍ଧମାଳ ସନ୍ତାନ

Breaking News

ବାଲିଗୁଡ଼ା ବନବାସୀ ସେବା ସମିତି ପରିସରରେ ମହାବିଷୁବ ମିଳନ..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ବନବାସୀ ସେବା ସମିତି ସଭାଗୃହରେ ମହାବିଷୁବ ମିଳନ ଆୟୋଜିତ ହୋଇଯାଇଛି I ଉକ୍ତ ଉତ୍ସବରେ ସଭାପତି ଡ଼ଃ ମଧୁସୂଦନ ମହାପାତ୍ର ଅଧ୍ୟକ୍ଷତା କରିଥିଲେ I ମୁଖ୍ୟ ଅତିଥି ଭାବେ ବନବାସୀ ସେବା ସମିତି ସମ୍ପାଦକ ଉଛ୍ଛବଚରଣ ଜେନା, ଉତ୍କଳ ସମ୍ମିଳନୀର ଉପ-ସଭାପତି କୌଶିକ ସାହୁ, ମୁଖ୍ୟ ବକ୍ତା ଘୁ.ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟ ଅଧ୍ୟାପକ ଡଃ ନଳିନୀ କୁମାର ପାଣିଗ୍ରାହୀ ଉଦ୍ବୋଧନ ଦେଇଥିଲେ I ସମ୍ପାଦକ ରବୀନ୍ଦ୍ର ନାଥ ରଥ ବାର୍ଷିକ ବିବରଣୀ ପାଠ କରିଥିଲେ I ବନବାସୀ ସେବା ସମିତି ଅନ୍ତେବାସୀ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ I ଏହି ଅବସରରେ ଡ଼ ଚିତ୍ତରଞ୍ଜନ ମିଶ୍ର ଓ ବାଲିଗୁଡ଼ାର ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରତ୍ୟୁଷ ରଞନ ଶତପଥୀଙ୍କୁ ସମ୍ମାନିତ କରାଯାଇଥିଲା I ଦାରିଙ୍ଗବାଡିରୁ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ବିଦେଶୀ ନାୟକ, ଶିଶିର ପଟ୍ଟନାୟକ, ସସ୍ମିତା ପଣ୍ଡା, ଜୟହର ମହାନ୍ତି, ଡଃ ବିଶ୍ଵେଶ୍ଵର ଆଚାର୍ଯ୍ୟ, ବିଶ୍ଵଜିତ ଜେନା, ଶରତ କୁମାର ମିଶ୍ର, ରଞ୍ଜିତ କୁମାର ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ I ସହ ସମ୍ପାଦକ କୈଳାସ ଚନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ I ସୀମାଚଳ ମହାରଣାଙ୍କ ମୃତ୍ୟୁରେ ନୀରବ ପ୍ରାର୍ଥନା କରାଯାଇଥିଲା I ମୁଖ୍ୟ ଅତିଥି ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ I ସାହିତ୍ୟିକର ସାମାଜିକ ପ୍ରତିବଦ୍ଧତା ପ୍ରସଙ୍ଗ ଉପରେ ମୁଖ୍ୟ ବକ୍ତା ବକ୍ତବ୍ୟ ପ୍ରଦାନ କରିଥିଲେ I ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ବିଭୁତି ଭୂଷଣ ଶତପଥୀଙ୍କ କାବ୍ୟ ବୀରଭୁମି ଉନ୍ମୋଚନ ହୋଇଥିଲା I.

Related news

Skip to toolbar