କନ୍ଧମାଳ ସନ୍ତାନ

Breaking News

ମନରେଗା କାମରେ ଲାଗୁଛି ଜେସିବି ମେସିନ, ରୋଜଗାର ହରାଉଛନ୍ତି ଦିନମଜୁରିଆ….

କନ୍ଧମାଳ ସନ୍ତାନ(ବ୍ୟୁର): ଶ୍ରମିକ ବଦଳରେ ମନରେଗାରେ କାମରେ ଲାଗୁଛି ମେସିନ I ମାଟି ଖୋଳୁଛି ଜେସିବି ଓ ଟ୍ରାକ୍ଟର ଅଭାବୀ ଓ ଦିନ ମଜୁରୀୟାଙ୍କୁ ମିଳୁନି ରୋଜଗାର l କରୋନା କଟକଣା ର ସମୟରେ ଏଠି ଠିକାଦାର, ଓ ବିଭାଗୀୟ ଯନ୍ତ୍ରୀ ସରକାରୀ ନିୟମକୁ ବେଖାତିର କରି ଲକ୍ଷ ଲକ୍ଷ ଟଙ୍କା ଲୁଟ କରୁଥିବା ଏଭଳି ଏକ ଦୃଶ୍ୟ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ କରୁକୁପୁଡା ଗ୍ରାମପଞ୍ଚାୟତର ଲେଟେଡ଼ିକିଆ ଠାରେ ଦେଖିବାକୁ ମିଳିଛି I ଉକ୍ତ ଗ୍ରାମର ଚାଷ ଜମିଠାରେ ପୋଖରୀ ଖନନ ପାଇଁ ୧,୯୯,୦୦୦ ଟଙ୍କାର ବ୍ୟୟ ଅଟକଳରେ କରାଯାଇଛି I ତାହା ପୁଣି ମନରେଗା ଯୋଜନା ଦ୍ୱାରା I ହେଲେ ଯୋଉଠି ଲୋକ ଲଗାଇ ମନରେଗା କାମ କରାଯିବା କଥା ସେଠାରେ ମେସିନ ଲଗାଇ କାମ କରାଯାଇଅଛି I

ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ମନରେଗା କାମ ଯୋଗାଇ ଦେବା ନେଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି I କିନ୍ତୁ କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ବ୍ଲକର ବାସ୍ତବତା ସମ୍ପୂର୍ଣ ଓଲୋଟା I ଏହି ଘଟଣାକୁ ନେଇଁ ଆମ ପ୍ରତିନିଧି ବିଭାଗୀୟ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ଯାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିନଥିଲା l

ମନରେଗା କାମ କରିବ କିଏ ? ଶ୍ରମିକ ନା ମେସିନ? ଯଦି କାମ କରିବ ଶ୍ରମିକ, ତେବେ ମେସିନ କରୁଛି କାହିଁକି ? ଆଉ ଯଦି ମେସିନ କଲା କାମ ତାହା ହେଲେ ଶ୍ରମିକ ନ ଖଟି ଟଙ୍କା ଉଠୁଛି କିଭଳି ? ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି I

Related news

Skip to toolbar