କନ୍ଧମାଳ ସନ୍ତାନ

Breaking News

ଜିସକା କୋଇ ନେହିଁ ଉସକା ତୋ ଖୁଦା ହେ ୟାରୋ: ଦେବଦୁତ୍ତ ସାଜି ଅଜଣା ବୃଦ୍ଧଙ୍କ ଚିକିତ୍ସ ଦାୟୀତ୍ୱ ନେଲେ ତୁମୁଡ଼ିବନ୍ଧ ପ୍ରେସ କ୍ଳବର ସଦସ୍ୟ…

କନ୍ଧମାଳ ସନ୍ତାନ(ବ୍ୟୁର): ଜିସକା କୋଇ ନେହିଁ ଉସକା ତୋ ଖୁଦା ହେ ୟାରୋ I ଯାହାର କେହିଁ ନାହଁ, ତାର ଭଗବାନ ଅଛନ୍ତି I ହିନ୍ଦୀ ଚଳଚିତ୍ର ଲାବାରିସର ଏହି ସଙ୍ଗୀତର ମର୍ମକୁ ବୁଝି କାର୍ଯ୍ୟକାରୀ କରି ଦେଖାଇ ଛନ୍ତି ତୁମୁଡ଼ିବନ୍ଧ ପ୍ରେସକ୍ଳବର ଗଣମାଧ୍ୟମ ପ୍ରତିନିଧି I ଖବର ପାଇବା ପରେ ଜଣେ ଗୁରୁତର ଆହତ ଅଜଣା ବୃଦ୍ଧଙ୍କ ଚିକିତ୍ସାର ଦାୟୀତ୍ୱ ନେବା ପାଇଁ ଦେବଦୁତ୍ତ ସାଜି ପହଁଚି ଥିଲେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏବଂ ଗୁରୁତର ଆହତ ବୃଦ୍ଧଙ୍କୁ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଜ ଦାଇତ୍ୱରେ ଆଣି ଥିଲେ ତୁମୁଡ଼ିବନ୍ଧ ପ୍ରେସ କ୍ଳବର ସଦସ୍ୟ I
ସୂଚନା ଅନୁସାରେ ଅଗତକାଲି ଅର୍ଥାତ ୧୭/୦୬/୨୦୨୧ ରିଖ ଦିନ କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ବ୍ଲକର ଡଡ଼ଙ୍ଗୀ ଗ୍ରାମ ନିକଟରେ ପଞ୍ଚସଠି ବର୍ଷୀୟ ଅଜଣା ବୃଦ୍ଧଙ୍କୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରାଯାଇ ତୁମୁଡିବନ୍ଧ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଅଣା ଯାଇ ଥିଲା I ବୃଦ୍ଧଙ୍କ ଗୋଡ଼ ସମ୍ପୂର୍ଣ ଭାଙ୍ଗି ଯାଇଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଅଭିଷେକ ନାୟକ ପ୍ରାଥମିକ ଚିକିତ୍ସା ପରେ ଚିକିତ୍ସା ନିମନ୍ତେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ I ହେଲେ ଏଭଳି ପରିସ୍ଥିତିରେ ବୃଦ୍ଧଙ୍କ ପରିଚୟ ମିଳିନ ଥିଲା ଏବଂ ସମ୍ପର୍କୀୟ କେହି ନ ଥିବାରୁ ସ୍ଥାନାନ୍ତରିତ କରିବା ସମ୍ଭବ ପର ହୋଇ ନ ଥିଲା I ଉକ୍ତ ଖବର ତୁମୁଡିବନ୍ଧ ପ୍ରେସ କ୍ଲବ ର ସଦସ୍ୟ ପଵିତ୍ର ଦିଗାଲ, ଫିଲିପ ଦିଗାଲ, ପ୍ରବୀଣ କୁମାର ପଟନାୟକ, ସାମୁଏଲ ନାୟକ, ଧର୍ମପଦ ନାୟକ, ପ୍ରଳୟ ନାୟକ ଓ ସିମାଞ୍ଚଳ ସାହୁ ପ୍ରମୁଖ ଜାଣିଲା ପରେ ତୁମୁଡିବନ୍ଧ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଥିଲେ ଏବଂ ଚିକିତ୍ସା ନିମନ୍ତେ ନିଜ ଦାଇତ୍ୱରେ ଉପଖଣ୍ଡ ଚିକିତ୍ସାଳୟ ବାଲିଗୁଡ଼ାକୁ ସ୍ଥାନାନ୍ତରିତ କରିଥିଲେ I ଏଭଳି ଏକ ମହାନ କାର୍ଯ୍ୟ କରି ତୁମୁଡିବନ୍ଧ ପ୍ରେସକ୍ଲବ ଏକ ସ୍ୱତନ୍ତ୍ର ପରିଚୟ ଓ ଉଦାହରଣ ସୃଷ୍ଟି କରିଛି I ପ୍ରେସକ୍ଳବର ଏହି ମହାନ କାମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି I

Related news

Skip to toolbar