କନ୍ଧମାଳ ସନ୍ତାନ

Breaking News

ବାଲିଗୁଡା ତହସିଲଦାରଙ୍କ ଦ୍ୱାରା କରୋନା ସମ୍ପର୍କିତ ବାର୍ତ୍ତା ପ୍ରଦାନକାରୀ ଗାଡିର ଶୁଭାରମ୍ଭ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବନବାସୀ ସେବା ସମିତି, ବାଲିଗୁଡ଼ା ଦ୍ଵାରା କରୋନା ସଚେତନତା ବାର୍ତ୍ତା ବାହକ ଗାଡ଼ି ଓ ପୋଷ୍ଟର କ୍ୟାମ୍ପେନକୁ ସ୍ଥାନୀୟ ତହସିଲଦାର ଶଶାଙ୍କ ଶେଖର ପାତ୍ର ପତାକା ଦେଖେଇ ଶୁଭାରମ୍ଭ କରିଛନ୍ତି I ସ୍ଥାନୀୟ ସି. ଡି.ପି.ଓ. ଅନିତା କୁମାରୀ ଦାଶ ଏବଂ ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା କାର୍ଯ୍ୟକ୍ରମରେ ଯୋଗଦେଇ କ୍ୟମ୍ପେନର ସଫଳତା କାମନା କରିଥିଲେ I ବାଲିଗୁଡ଼ା ବ୍ଲକର ସମସ୍ତ ଗ୍ରାମପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ କରାେନା ସଚେତନତାର ବାର୍ତାକୁ ମାଇକ ଯୋଗେ ତଥା ପୋଷ୍ଟର, ଲିଫଲେଟ୍, ଫ୍ଲେକ୍ସ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଇବା ସହିତ ସ୍ବେଚ୍ଛାସେବୀମାନଙ୍କ ଦ୍ଵାରା ଲୋକମାନଙ୍କୁ ଟୀକାକରଣ ପାଇଁ ଆଗ୍ରହ ସୃଷ୍ଠି କରାଯିବ ବୋଲି ଅନୁଷ୍ଠାନର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଜଣାଇଥିଲେ I କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ କର୍ମୀ ବିଶ୍ୱଜିତ୍ ଜେନା, ଦେବରାଜ, ସୁଜିତ୍, ରୋହିତ ପ୍ରମୁଖ ଯୋଗ ଦେଇ ଥିଲେ I

Related news

Skip to toolbar