କନ୍ଧମାଳ ସନ୍ତାନ

Breaking News

ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୩ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲା ପ୍ରଶାସନ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ଠାରେ ଦୃତ ସଂକ୍ରମଣ ରୋକିବାକୁ କଣ୍ଟେନ ମେଣ୍ଟ ଘୋଷଣା କଲେ ଜିଲ୍ଲା ପ୍ରଶାସନ I ସାରା ଦେଶରେ ବିଶ୍ଵ ମହାମାରୀ ଦ୍ୱିତୀୟ ଲହରରେ କାୟ ବିସ୍ତାର କରୁଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍.ଏ.ସିର ତିନିଟି ୱାର୍ଡ ନମ୍ବର ୫,୬,୭ରେ ମଧ୍ୟ ଦୃତ ସଂକ୍ରମଣ ଦେଖିବାକୁ ମିଳିଛି l କରୋନା ଚେନ୍ ଭାଙ୍ଗିବା ପାଇଁ ବାଲିଗୁଡ଼ା ଏନ୍.ଏ.ସି ଅଞ୍ଚଳରେ ସପ୍ତାହନ୍ତ ସଟ ଡାଉନ୍ ଓ ଲକ୍ ଡାଉନ୍ ଘୋଷଣା କରାଯାଇଛି I ଏହା ସତ୍ତ୍ବେ କିଛି ଅମାନିଆ ବିନା କାମରେ ବଜାରରେ ବୁଲୁଛନ୍ତି I ପୁଲିସ୍ ପ୍ରଶାସନ ପକ୍ଷରୁ ଜନ ସଚେତନତା ସୃଷ୍ଟି କରାଯାଇଛି I ପୁଲିସ୍ ଓ ପ୍ରଶାସନ ପକ୍ଷରୁ ଅମାନିଆ ଦୋକାନୀ ଙ୍କ ଦୋକାନ ସିଲ୍ କରାଯାଉଛି ଓ ଅମାନିଆ ବାଇକ୍ ଆରୋହୀଙ୍କ ଠାରୁ ଫାଇନ ଆଦାୟ କରାଯାଉଛି l ବାଲିଗୁଡ଼ା ନୂଆସାହିରେ ତିନୋଟି ୱାର୍ଡରେ କରୋନା ସଂକ୍ରମଣ ବୃଢ଼ିପାଉଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନୂଆସାହି, ହରିଜନ ସାହି, ଆମ୍ବସାହି, ପିପ୍ପଳ ସାହି ଓ ବଡ ସାହିକୁ କଣ୍ଟେଣ୍ଟ ମେଣ୍ଟ ଘୋଷଣା କରାଯାଇଛି l ସାହିର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଛି ଏବଂ ପ୍ରଶାସନ ପକ୍ଷରୁ ନିଷିଦ୍ଧ ଅଞ୍ଚଳ ବୋର୍ଡ ଲଗାଯାଇଛି l ସାହି ଭିତରକୁ ଅନ୍ୟ ବାହାର ଲୋକଙ୍କୁ ପ୍ରବେଶ ପାଇଁ ବାରଣ କରାଯାଇଥିବା ଜଣା ପଡ଼ିଛି l

Related news

Skip to toolbar