କନ୍ଧମାଳ ସନ୍ତାନ

Breaking News

ଗଣମାଧ୍ୟମ ପ୍ରତିନିଧିଅଙ୍କୁ ଦୁର୍ବ୍ୟବହାର ନେଇ ଏସପିଙ୍କୁ ଦାବୀପତ୍ର….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଟାଉନ ଥାନାର କାର୍ଯ୍ୟରତ ସବ ଇନ୍ସପେକ୍ଟର ଦୀପକ କୁମାର ସାମନ୍ତସିଂହାର ଗତ ୧୯.୦୫.୨୦୨୧ ରାତିରେ ଜଣେ କାର୍ଯ୍ୟରତ ୱେବ ମିଡ଼ିଆର ସାମ୍ବାଦିକଙ୍କୁ ଗାଳିଗୁଲଜ କରିଥିଲେ I ଏହା ସହ ସମସ୍ତ ସାମ୍ବାଦିକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ମାଡ ମାରିବା ନେଇ ଧମକ ଦେବା ଅଡିଓ ଭାଇରାଲ ହେବା ପରେ ସାମ୍ବାଦିକ ପେଷା ଓ କାର୍ଯ୍ୟ ଦକ୍ଷତା କୁ ନେଇ ଏବେ ସଙ୍କଟ ସୃଷ୍ଟି ହୋଇଛି I ରାଜ୍ୟ ସରକାର ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୁଖ ଯୋଦ୍ଧା ଘୋଷଣା କରିଥିବା ବେଳେ ଜଣେ ପୁଲିସ ଅଧିକାରୀ ଏଭଳି କହିବାକୁ ନେଇ ଉତ୍କଳ ସାମ୍ବାଦିକ ସଂଘ, କନ୍ଧମାଳ ଜିଲ୍ଲା ପକ୍ଷରୁ ଏହାକୁ ଘୋର ନିନ୍ଦା କରାଯିବା ସହ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବୀ କରି ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାଶଙ୍କ ସଭାପତିତ୍ବରେ ବାଲିଗୁଡ଼ା ଏସ ଡି ପି ପି ଓ ମନୋଜ ପୂଜାରୀଙ୍କ ଜରିଆରେ କନ୍ଧମାଳ ଏସପିଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ଯଦି ଏସପି କୌଣସି କାର୍ଯ୍ୟାନୁଷ୍ଠାନ ନିଅନ୍ତି ତେବେ ସଂଘ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ ବୋଲି ସଭାପତି ଶ୍ରୀ ଦାସ କହିଛନ୍ତି I ଦାବୀ ପ୍ରଦାନ ବେଳେ ବରିଷ୍ଟ ସାମ୍ବାଦିକ ମନୋରଂଜନ ରାୟ, ସଞ୍ଜୟ ପାଣିଗ୍ରାହୀ, ପବିତ୍ର ଦିଗାଲ, ସତ୍ୟ ନାରାୟଣ ପଣ୍ଡା ଓ ଧର୍ମ ପଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ I

Related news

Skip to toolbar