କନ୍ଧମାଳ ସନ୍ତାନ

Breaking News

ଷୋହଳ ଜିଲ୍ଲାରେ ଆର୍ଟିପିସିଆର ପରୀକ୍ଷାଗାର ପାଇଁ କୋଡ଼ିଏ କୋଟି ଟଙ୍କାର ଅନୁଦାନ, ଅର୍ଥରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ…

କନ୍ଧମାଳ ସନ୍ତାନ(ବ୍ୟୁର): କୋଭିଡ଼ ଆକ୍ରାନ୍ତ ରୋଗୀର ଶୀଘ୍ର ପରୀକ୍ଷା କରିବା ସକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱ ବହନ କରି ଥାଏ I ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଷୋହଳଟି ଜିଲ୍ଲା ଯଥା ଭଦ୍ରକ, ବଉଦ, ଢେ଼ଙ୍କାନାଳ ଗଜପତି ,ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର କେନ୍ଦ୍ରାପଡା, ନବରଙ୍ଗପୁର, ମାଲକାନଗିରି, ନୂଆପଡା ସୋନପୁର, କନ୍ଧମାଳ ସୁନ୍ଦରଗଡ, ରାୟଗଡ଼ା ଓ ବରଗଡର ସଦର ମହକୁମା ରେ ଗୋଟିଏ ଗୋଟିଏ ଆର୍ଟିପିସିଆର ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି I ଏହି ପରୀକ୍ଷା କେନ୍ଦ୍ର ଗୁଡିକ ସବୁଦିନ ଲୋକଙ୍କୁ ସେବା ଯୋଗାଇ ଦେବ I ଏଥିନିମନ୍ତେ ପ୍ରତି ଜିଲ୍ଲାରେ ଜଣେ ଲେଖାଏ microbiologist ଓ ତିନି ଜଣ Lab technicianଙ୍କୁ ନିୟୋଜିତ କରାଯିବ I କରୋନା ସକ୍ରମଣକୁ ରୋକିବା ଓ ତୁରନ୍ତ ଚିକିତ୍ସା ଆରମ୍ଭ କରିବାରେ ଏହା ବିଶେଷ ସହାୟକ ହେବ ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି I

Related news

Skip to toolbar