କନ୍ଧମାଳ ସନ୍ତାନ

Breaking News

୪୫୦ କେଜି ଗଞ୍ଜେଇ ସହ ଦୁଇ ଗିରଫ, ତିନି ଗଞ୍ଜେଇ ମାଫିଆ ଚମ୍ପଟ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ପୁଲିସ ପଦ୍ମା ପଦର ଝୁଲା ପୋଲ ପାଖରେ ଥିବା ଏକ କୁଡ଼ିଆ ଘର ଉପରେ ଚଢ଼ାଉ କରି ୪୫୦ କେଜି ୮୦୦ ଗ୍ରାମ ଗଞ୍ଜେଇ ଜବତ କରିଛି I ବାଲିଗୁଡ଼ା ପୁଲିସ ଘଟଣା ସ୍ଥଳରୁ ଦୁଇ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ତିନି ଗଞ୍ଜେଇ ମାଫିଆ ଘଟଣା ସ୍ଥଳରୁ ଚମ୍ପଟ ମାରି ଛନ୍ତି I ଘଟଣା ଅନୁସାରେ ବାଲିଗୁଡ଼ା ଥାନା ପକ୍ଷରୁ ସବଇନିଷ୍ପେକଟର ରବୀନ୍ଦ୍ର ମୁଣ୍ଡାରୀ ନିଜ ଟିମ ସହ ପେଟ୍ରୋଲିଂ କରୁଥିଲେ I ଏହି ସମୟରେ ପଦ୍ମା ପଦର ଝୁଲା ପୋଲ ନିକଟରେ ଏକ କୁଡ଼ିଆ ଘରେ ବିଫୁଳ ପରିମାଣର ଗଞ୍ଜେଇ ଗଛିତ ଥିବା ବିଶେଷ ସୂତ୍ରରୁ ଖବର ପାଇଥିଲେ I ଖବର ମୁକ୍ତାବକ ଅଚାନକ ଗଞ୍ଜେଇ ଗଛିତ ଥିବା କୁଡ଼ିଆ ଘର ଉପରେ ଚଡାଉ କରି ଥିଲେ I ଘଟଣା ସ୍ଥଳରୁ ୪୫୦ କେଜି ୮୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି ଥିଲା ବାଲିଗୁଡ଼ା ପୁଲିସ I ଏନେଇ ବାଲିଗୁଡ଼ା ପୁଲିସ ଏକ ମାମଲା ରୁଜୁ କରି ଗିରଫ ଦୁଇ ଗଞ୍ଜେଇ ମାଫିଆଙ୍କୁ କୋର୍ଟଚାଳନା କରିଛି I ଫେରାର ଥିବା ଅନ୍ୟ ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ବାଲିଗୁଡ଼ା ପୁଲିସର ପ୍ରୟାସ ଜାରି ରହିଥିବା ସହ ଘଟଣାର ଅଧିକ ତଦନ୍ତ ଜାରୀ ରଖି ଥିବା ସୂଚନା ମିଳିଛି I ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୨ ଲକ୍ଷ ଟଙ୍କା ହେବ ବୋଲି ବାଲିଗୁଡ଼ା ଭାରପ୍ରାପ୍ତ ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି I ଗିରଫ ଦୁଇ ଜଣ ବ୍ୟକ୍ତି ବାଲିଗୁଡ଼ା ଥାନା ଭକାରୀ ମୁଣ୍ଡା ଗ୍ରାମର ପରାସ ମଲିକ ଓ ପଦ୍ମା ଚରଣ ମଲିକ ବୋଲି ବାଲିଗୁଡ଼ା ଥାନାଧିକାରୀ ପ୍ରକାଶ କରିଛନ୍ତି I

Related news

Skip to toolbar