କନ୍ଧମାଳ ସନ୍ତାନ

Breaking News

କମ୍ପ୍ୟୁଟର ଇନଷ୍ଟିଚ୍ୟୁଟରେ ଲାଗିଲା ନିଆଁ, ଜଳି ଗଲା ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟସ୍ଥ ନୁଆଁସାହିରେ ଥିବା ଏକ କମ୍ପୁଟର ଇନଷ୍ଟିଚ୍ୟୁଟରେ ନିଆଁ ଲାଗିଥିବାର ଅଭିଯୋଗ ହୋଇଛି I ଏଥିରେ ଅନେକ କ୍ଷତି ହୋଇଥିବା କମ୍ପୁଟ ଇନଷ୍ଟିଚ୍ୟୁଟର ମାଲିକି ଅଭିଜିତି ମିଶ୍ର କହିଛନ୍ତି I ଗତ ମାର୍ଚ୍ଚ ମାସ ୨୦୨୦ଠାରୁ ବନ୍ଦ ହୋଇ ଥିଲା କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ I ଆରେଜେ ଏଜୁକେସନାଲ ଇନଷ୍ଟିଛୁଟୁରେ ଗତ କାଲି ରବିବାର ସନ୍ଧ୍ୟା ସମୟରେ ହଠାତ ନିଆଁ ଲାଗିଥିଲା I ଯାହାରି ପାଇଁ ବହୁତ ବିଦ୍ୟୁତ ସାମଗ୍ରୀ ନଷ୍ଟ ହୋଇଯିବା ସହ ତିନଟି କମ୍ପୁଟର ଏବଂ ଟେବୁଲଗୁଡିକ ସମ୍ପୁର୍ଣ୍ଣ ଭାବରେ ଜଳିଯାଇ ଥିବା ଇନଷ୍ଟିଚ୍ୟୁଟର ଅଧକ୍ଷ ଅଭିଜିତ ମିଶ୍ର ପ୍ରକାଶ କରିଛନ୍ତି I ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଅଧ୍ୟକ୍ଷ ନିଆଁକୁ ଆୟତ କାରିଥିଲେ I ହେଲେ ନିଆଁ ଦାଉରୁ ରକ୍ଷା କରିବାରେ ବିଫଳ ହୋଇ ଥିଲେ ଅଧକ୍ଷ I ସମ୍ପୁର୍ଣ୍ଣ ଭାବେ ଜଳି ନଷ୍ଟ ହୋଇଯାଇଥିଲା କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ସରଞ୍ଜାମ I

Related news

Skip to toolbar