କନ୍ଧମାଳ ସନ୍ତାନ

Breaking News

ବିଶ୍ୱ ମଧୁମେହ ସଚେତନ ଦିବସ ସହ ଶିଶୁ ଦିବସ ପାଳିତ….

କନ୍ଧମାଳ ସନ୍ତାନ(ବ୍ୟୁର): ଜୀବନକୁ ପିତା କଲାଣି ମଧୁମେହ ରୋଗ । ଦିନକୁ ଦିନ କାୟା ବସ୍ତାର କରିବା ସହିତ ଯୁବ ପିଢିକୁ କବଳିତ କରି ଥିବାର ଦେଖା ଦେଇଛି । ଅବହେଳା ଏବଂ ଭ୍ରମଧାରଣା ଜଟିଳ ପରିସ୍ଥିତି ସ୍ରୁଷ୍ଟି କରିଛି । ସଠିକ୍ ସମୟରେ ପରୀକ୍ଷା ନକରିବା ଯୋଗୁଁ ଜୀବନ ନେଲାଣି ଏହି ନୀରବ ଘାତକ ରୋଗ । ଆଧୁନିକ ଜୀବନ ଶୈଳି ସହିତ ଶାରୀରିକ ବ୍ୟୟାମ ନକରିବା ବଢିବାର ପ୍ରମୁଖ କାରଣ ହୋଇଥିବା ବେଳେ ସଚେତନ ରହିବା ସହିତ ଯୋଗ ପ୍ରାଣାୟାମକୁ ଦୈନନ୍ଦିନ ଜୀବନରେ ସାମିଲ କରାଗଲେ ଜୀବନ ମିଠା ହୋଇ ପାରିବ ଲକ୍ଷରେ ପତଞ୍ଜଳି ଯୋଗ ସମିତି ତରଫରୁ ବ୍ୟପକ ସଚେତନ କାର୍ଯାକ୍ରମ କରାଯାଇଛି । ଆଜି ବିଶ୍ୱ ମଧୂମେହ ଦିବସରେ ବିଭିନ୍ନ ସ୍ଥାନରେ ମଧୂମେହ ଦିବସ ପାଳନ କରାଯାଇଛି । କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦରେ ଥିବା ବ୍ୟବସାୟୀ  ସଂଘ ସଭାଗ୍ରୁହ ଠାରେ ପତଞ୍ଜଳି ଯୋଗ ସମିତିର ନିୟମିତ ଯୋଗ ଶିବିର, ସହିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଏବଂ ପଂଚାୟତ ହାଇସ୍କୁଲ ରଟିଗିଂଆରେ ଦୈନନ୍ଦିନ ଜୀବନରେ ଯୋଗ ପ୍ରାଣାୟାମ ସାମିଲ କରି ମଧୁମେହ  ଜନିତ ସମସ୍ୟାର ସମାଧାନ କରାଯାଇ ପାରିବ ବେଲି ସଚେତନ କରାଯାଇଛି ।  ରଟିଗିଂଆ ପଂଚାୟତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଚତୁର୍ଭୁଜ ସାହୁକଂ ସଭାପତିତ୍ୱରେ ଆୟୋଜିତ ଏହି ସଚେତନ କାଯ୍ଯକ୍ରମରେ ପତଞ୍ଜଳି ଯୋଗ ସମିତି ଜିଲ୍ଲା ଯୋଗ ପ୍ରଭାରୀ ବଟକୃଷ୍ଣ ଦାସ, ଯୋଗଗୁରୁ ରାଜେନ୍ଦ୍ର ମହାପାତ୍ର, ସମିତି ପରିଚାଳକ ଅଶୋକ କୁମାର ପାତ୍ର, ସ୍କଲ ପରିଚାଳନା କମିଟି ସଭାପତି କରାଳ ମଲ୍ଲିକ, ପୂର୍ବତନ ସଭାପତି ଫିଲିମନ ପ୍ରଧାନ, ସ୍କୁଲ ବିଧାୟକ ପ୍ରତିନିଧି ଦୟାନନ୍ଦ ନାୟକ, ପ୍ରତିଷ୍ଠାତା ସଭ୍ୟ ଅଭିମନ୍ୟୁ ମଳିକ, ମଗଂଳ ନାୟକ, ପରଚାଳନା କମିଟି ସଦସ୍ୟ ଜନକ ପ୍ରଧାନ, ଶିକ୍ଷକ ଦୁର୍ଗା ପ୍ରସାଦ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।  ଶିକ୍ଷକ ମନୋଜ ତ୍ରୀପାଠୀ, ଖେଳ ଶିକ୍ଷକ ସନ୍ତୋଷ କୁମାର ପୃଷ୍ଟି, କିରାଣି ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ମୋ ସ୍କୁଲ ଅଭିଯାନ ସଭାପତି ହ୍ରୁଷିକେଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Related news

Skip to toolbar