କନ୍ଧମାଳ ସନ୍ତାନ

Breaking News

ଶ୍ରୀକଲା ଘାଟିରେ କାର ଦୁର୍ଘଟଣା, ଅଳ୍ପକେ ମୃତ୍ୟୁମୁଖରୁ ବର୍ତିଲେ ଗୋଟିଏ ପରିବାର ଚାରି ସଦସ୍ୟ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକର ଶ୍ରୀକଲା ଘାଟିରେ ଆଜି ପାଖା ପାଖି ଅପରାହ୍ନ ୩ଟା ସମୟରେ ଏକ କାର ଦୁର୍ଘଟଣା ଘଟିଛି I ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ଚାରିଜଣ ସଦସ୍ୟ ମୃତ୍ୟୁ ମୁଖରେ ଅଳ୍ପକେ ବର୍ତ୍ତି ଥିବା ସୂଚନା ମିଳିଛି I

ସୂଚନା ଅନୁସାରେ ଗୋଟାଏ ପରିବାରର ବାପା, ମାଁ ଏବଂ ଦୁଇ ସନ୍ତାନ ଓଡି-୨୫-୧୮୮୧ ଯୋଗେ କନ୍ଧମାଳ ଜିଲ୍ଲାର ଗଦାପୁରରୁ ନୟାଗଡ଼ ଯାଉ ଥିଲେ I ଏହି ସମୟରେ ଶ୍ରୀକଲା ଘାଟି ବୁଲାଣି ଠାରେ କାର ଭାରସାମ୍ୟ ହରାଇ ରାସ୍ତା କଢ଼କୁ ଓଲଟି ପଡ଼ି ଥିଲା I

ହେଲେ କାରରେ ଯାତ୍ରା କରୁ ଥିବା ଗୋଟିଏ ପରିବାରର ସଦସ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି I ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଥିଲେ I ବ୍ରେକ ଫେଲ ଏବଂ ଷ୍ଟିଓୟରିଂ ଫେଲ ହେବାରୁ କାର ଭାରସାମ୍ୟ ହରାଇ ବୁଲାଣି ଠାରେ ରାସ୍ତା ପାର୍ଶ୍ୱକୁ ଓଲଟି ଥିବା ଗାଡ଼ି ଚାଳକ ପ୍ରକାଶ କରିଛନ୍ତି I

Related news

Skip to toolbar