କନ୍ଧମାଳ ସନ୍ତାନ

Breaking News

ପ୍ରଧାନ ଶିକ୍ଷକଙ୍କ ଦାଦାଗିରି, ଗଣମାଧ୍ୟମ ପ୍ରତିନିଧିଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଦେଲେ ଧମକ……

କନ୍ଧମାଳ ସନ୍ତାନ(ବ୍ୟୁର):  ଶିକ୍ଷକଙ୍କ ଦାଦାଗିରି l କନ୍ଧମାଳ ଜିଲ୍ଲାରେ ଏପରି ଏକ ସଂଘାତିକ ଘଟଣା ଘଟିଥିବା ଅଭିଯୋଗ ହୋଇଛି l କନ୍ଧମାଳ ଜିଲ୍ଲା ବାଲିଗୁଡା  ଉପଖଣ୍ଡ ଅନ୍ତରଗତ କୋଟଗଡ଼ ବ୍ଲକର ଉପାନ୍ତ ଅଞ୍ଚଳ ପାରିଗଡ଼ ଗ୍ରାମ ପଞ୍ଚାୟତ l ଏହି ଗ୍ରାମରେ ବହୁ ପଛୁଆ ବର୍ଗର ଲୋକେ ବସ ବାସ କରନ୍ତି l ପାରିଗଡ଼ ଗ୍ରାମ ପଂଚାୟତ ଏକ ଉପାନ୍ତ ଅଂଚଳ ହୋଇ ଥିବାରୁ ସରକାରୀ କର୍ମଚାରୀଙ୍କ ଦେଖା ମିଳିବା ଏକ ପ୍ରକାର ଦିବା ସ୍ବପ୍ନ ହୋଇ ଥାଏ l ଏହି ଅଂଚଳର ସମସ୍ୟାକୁ ପ୍ରଶାରଣ କରି ଥାନ୍ତି ଗଣମାଧ୍ୟମ ପ୍ରତିନିଧି l କିନ୍ତୁ ଅତି ଦୁଃଖର ବିଷୟଏହି ଅଂଚଳରେ ଖବର ସଂଗ୍ରହ କରିବାକୁ ଯାଇ ଥିବା ସାମ୍ବାଦିକ ଏକ ବିଦ୍ୟାଳୟର ପ୍ରଧାନଙ୍କ ଶିକ୍ଷଙ୍କ ଦ୍ବାରା ଅସଦବ୍ୟବହାର ଓ ମରଣାନ୍ତକ ଅକ୍ରମଣର ଶିକାର ହୋଇ ଥିବା କୋଟଗଡ଼ ଥାନା ଓ ଶିକ୍ଷାଧିକାରୀଙ୍କ ପାଖରେ ଲିଖିତ ଅଭିଯୋଗ ହୋଇଛି l ସୂଚନା ଅନୁସାରେ ପ୍ରତିଦିନ ଓଡିଆ ଖବର କାଗଜର ସାମ୍ବାଦିକ ଇମାନୁଏଲ ନାୟକ ଓ ଓଡିଶା ନିୟୁଜ ରୁମ ସାମ୍ବାଦିକ ରୋହନ କୁମାର ନନ୍ଦ ପାରିଗଡ଼ ପଂଚାୟତର ଗୁତୁମିଲା ପ୍ରାଥମିକ ବିଦ୍ୟାଳୟକୁ ଦିନ ୨.୩୦ମି ସମୟରେ ଯାଇ ଥିଲେ l ଏହି ସମୟରେ ଶିକ୍ଷକଙ୍କ ଅନୁପସ୍ଥିତିରେ ପିଲାମାନେ ପାଚେରୀ ବାହାରେ ଏଣେ ତେଣେ ବୁଲିବାର ଦେଖି ବିଦ୍ୟାଳୟ ପରିସରକୁ ଯାଇ ଫୋଟୋ ଉଠାଉ ଥିଲେ l ଏତିକି ବେଳେ ଗୁତୁମିଲା ବିଦ୍ୟାଳୟରୁ ପ୍ରାୟ ୨ କିଲୋ ମିଟର ହେବ ଲାଞ୍ଜମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗବନ୍ଧୁ ନାୟକ ବିଦ୍ୟାଳୟ ବନ୍ଦ କରି ଘରକୁ ଯାଉଥିଲେ l ଶିକ୍ଷକ ଜଣକ ଦୂରୁ ଗଣମାଧ୍ୟ୍ୟମ ପ୍ରତିନିଧିଙ୍କୁ ଫୋଟ ଉତ୍ତଳନ କରୁ ଥିବାର ଦେଖି ଗୁତୁମିଲା ବିଦ୍ୟାଳୟ ପରିସରରେ ପ୍ରବେଶ କରି ଗଣମାଧ୍ୟମ ପ୍ରତିନିଧିଙ୍କ କ୍ୟାମେରା ଛଡେଇବା ସହ କ୍ୟାମେରା ଭାଙ୍ଗି ଅସଦ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ l ଶିକ୍ଷକ ଜଣକ ରକ୍ତ ମୁଖା ହୋଇ କଟୁରୀରେ ହାଣିଦେଵି ବୋଲି କହି ବହୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରି ଆଇକାର୍ଡ ଭାଙ୍ଗିବା ସହିତ ସାମ୍ବାଦିକଙ୍କ ହେଲମେଟ ମଧ୍ୟ୍ୟ ଭାଙ୍ଗି ଦେଇ ଥିବା ଥାନାରେ ଅଭିଯୋଗ ହୋଇଛି l ଘଟଣା ସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଶିକ୍ଷକଙ୍କୁ ବୁଝାସୁଝା କରିବା ସହ ତାଗିଦ ମଧ୍ୟ କରିଥିଲେ l ଏହି ଖବର ପ୍ରଶାରିତ ହେବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି l ଅକ୍ରମଣକାରୀ ଶିକ୍ଷକଙ୍କ ବିରୋଧରେ କୋଠର ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ହୋଇଛି l ଯଦି ସରକାର ଉଚିତ ପଦକ୍ଷେପ ନ ନିଅନ୍ତି ତାହା ହେଲେ ଆଗାମି ଦିନରେ କନ୍ଧମାଳ ଗଣମାଧ୍ୟମ ସଂଘ ଆନ୍ଦୋଳନ କରିବ ବୋଲି ସଂଘର ଜିଲ୍ଲା ସଭାପତି ଗଗନ କୁମାର ପ୍ରଧାନ, ଉପସଭାପତି ଫିଲିପ ଦିଗାଲ, କୋଷାଦକ୍ଷ ସିମାଂଚଳ ସାହୁ, ଭବାନୀ ଶଂକର ଜେନା, ଇଶାକ ପ୍ରଧାନ, ଇସ୍ମାଏଲ ନାୟକ, ତାପସ କୁମାର ନାୟକ, ଲକ୍ଷ୍ମୀ ନାରାୟଣ ମଲିକ, ସଂଗ୍ରାମ ମାଝି, ଉତ୍ତମ ନାୟକ, ପ୍ରଭାତ ନନ୍ଦ, ସୁଜିତ କୁମାର ସାହୁ ପ୍ରମୁଖ ଦାବୀ କରିଛନ୍ତି l

Related news

Skip to toolbar