କନ୍ଧମାଳ ସନ୍ତାନ

Breaking News

ଦାରିଙ୍ଗବାଡ଼ି ବ୍ଲକ ସରାମୁଳି ପଞ୍ଚାୟତ ଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ………

କନ୍ଧମାଳ ସନ୍ତାନ(ବ୍ୟୁର) ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସାରା ଦେଶରେ ସ୍ୱଚ୍ଛତା ଦିବସ ପକ୍ଷ ପାଳନ କରାଯାଉଛି । ଏହାକୁ ସଫଳ କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ତରଫରୁ ବିଭିନ୍ନ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବିଡିଓ ଗଦାଧର ପାତ୍ରଙ୍କ ତତ୍ୱାବଧାନରେ ବ୍ଲକର ସରାମୁଳି ପଞ୍ଚାୟତ ଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ପଂଚାୟତର ବିଭିନ୍ନ ଅଞ୍ଚଳକୁ ସଫା କରାଯାଇଥିବା ବେଳେ ସ୍ୱଚ୍ଛ ଭାରତ ସୁସ୍ଥ ଭାରତ, ସ୍ୱଚ୍ଛ ଓଡିଶା ସୁସ୍ଥ ଓଡ଼ିଶା, ସ୍ୱଚ୍ଛ ଦାରିଙ୍ଗବାଡ଼ି ସୁସ୍ଥ ଦାରିଙ୍ଗବାଡ଼ି ଇତ୍ୟାଦୀ ସ୍ଲୋଗାନ ଦେଇ ଗ୍ରାମବାସୀମାନେ ଗାଁକୁ ଗାଁ ବୁଲି ବିଭିନ୍ନ ସ୍ଥାନକୁ ସଫା କରି ଲୋକଙ୍କୁ ପରିବେଶ ସ୍ୱଚ୍ଛ ରଖିବାକୁ ସଚେତନ କରାଇଥିଲେ l କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ସମେତ ପଞ୍ଚାୟତରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ସାମିଲ ହୋଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ପ୍ରେମଶିଳା ମୁଠାମାଝୀ, କନିଷ୍ଠ ଯନ୍ତ୍ରୀ ସୁଜିତ ସେଠୀ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଜୀବନେଶ୍ୱର ପଟ୍ଟନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁଃଶାସନ ବେହେରା, ଗ୍ରାମ ରୋଜଗାର ସେବକ ମୃତ୍ୟୁଞ୍ଜୟ ବଡ଼ସେଠ ଓ ସମସ୍ତ ୱାର୍ଡ ମେମ୍ବର ଉପସ୍ଥିତ ରହିଥିଲେ l

Related news

Skip to toolbar