କନ୍ଧମାଳ ସନ୍ତାନ

Breaking News

ବାଲିଗୁଡାର ଗାନ୍ଧୀ ଛକ ଠାରେ ୧୦ ଦଫା ଦାବି ନେଇ ଆନ୍ଦୋଳନରେ ଡ୍ରାଇଭର ସଙ୍ଘ..

କନ୍ଧମାଳ ସନ୍ତାନ(ବ୍ୟୁର): ବିଭିନ୍ନ ଦାବୀ ନେଇ ଓଡିଶା ଡ୍ରାଇଭର ମହାସଂଘର ଡାକରାରେ ରାଜ୍ୟ ବ୍ୟାପି ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ଆଜି ଠାରୁ ଆରମ୍ଭ ହୋଇଛି I କନ୍ଧମାଳ ଜିଲ୍ଲାର ବାଲିଗୁଡା ସ୍ଥିତ ଗାନ୍ଧୀ ଛକ ଠାରେ ୧୦ ଦଫା ଦାବି ନେଇ ଡ୍ରାଇଭର ସଙ୍ଘ ଆନ୍ଦୋଳନ ଆରମ୍ଭ କରିଛନ୍ତି I ଏହି ଦାବି ଗୁଡିକ ହେଲା ଡ୍ରାଇଭରମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ମାନ୍ୟତା ପ୍ରଦାନ, ଜନସାଧାରଣଙ୍କ ଅକ୍ରୋଶର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ୍‌ ତିଆରି, ୫୫ ବର୍ଷପରେ ଡ୍ରାଇଭରମାନଙ୍କୁ ମାସିକ ୫ ହଜାର ଟଙ୍କାର ପେନସନ୍‌ ପ୍ରଦାନ, ପ୍ରତି ୧୦୦ କିଲୋମିଟର ବ୍ଯବଧାନରେ ଗାଡ଼ି ପାର୍କିଂ ବ୍ଯବସ୍ଥା ସହ ବିଶ୍ରାମଗାର ଓ ଶୌଚାଳୟ ନିର୍ମାଣ କରିବା, ଦୁର୍ଘଟଣାରେ ପ୍ରାଣ ହରାଉ ଥିବା ଡ୍ରାଇଭରମାନଙ୍କୁ ୨୦ ଲକ୍ଷ ଟଙ୍କାର ବୀମା ରାଶି ଏବଂ ଅକର୍ମଣ୍ୟ ହେଲେ ୧୦ ଲକ୍ଷ ଟଙ୍କାର ବୀମା ରାଶି ସହ ଦୁର୍ଘଟଣା ଜନିତ ଚିକିମ୍ଥା ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ଯୋଗାଇ ଦେବା, ଡ୍ରାଇଭରମାନଙ୍କ ନିର୍ଦ୍ଧାରିତ ମୂଲ୍ୟାଙ୍କନ ଗାଡ଼ି ଚଲାଇବା ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ, ଡ୍ରାଇଭର ମାନଙ୍କୁ ଦ୍ରିତୀୟ ସୈନିକର ମାନ୍ୟତା ପ୍ରଦାନ, ଡ଼ାଇଭରଙ୍କ ପିଲାମାନଙ୍କର ଉଚ୍ଚ ଶିକ୍ଷା ନିମନ୍ତେ ବ୍ୟବସ୍ଥା କରିବା, କାଗଜ ପତ୍ର ଯାଞ୍ଚ ଆଳରେ ଡ୍ରାଇଭର ମାନଙ୍କୁ ହଇରାଣ ନକରିବା, ଲାଇସେନ୍ସ ପାଇଁ
ସରକାର ଧାର୍ଯ୍ୟ କରିଥିବା ୧୫ ହଜାର ଟଙ୍କା ବଦଳରେ ମୂଲ୍ୟ ପରିବର୍ତନ କରି କମ ଟଙ୍କା କରିବା ଭଳି ୧୦ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇ ଥିବା କହିଛନ୍ତି ସଭାପତି ଦୁଃଶାସନ ଦିଗାଳ । ଧର୍ମଘଟ ଯୋଗୁଁ ଗାଡ଼ି ଚଳାଚଳ ବନ୍ଦ ଥିବାବେଳେ ଯାତ୍ରୀ ହନ୍ତସନ୍ତ ହେଉ ଥିବା ଦେଖିବାକୁ ମିଳିଛି I

Related news

Skip to toolbar