କନ୍ଧମାଳ ସନ୍ତାନ

Breaking News

ଭାରସାମ୍ୟ ହରାଇ ହାଇଓ୍ବା ଦୁର୍ଘଟଣା ଗ୍ରସ୍ତ, ଚାଳ ଗୁରୁତର……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁରୁବାଲି ନିକଟରେ ହାଇଓ୍ବା ଦୁର୍ଘଟଣା ଗ୍ରସ୍ତ ହୋଇଛି l ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଛି l ଡ୍ରାଇଭର ଜଣକ ଗାଡ଼ି ଭିତରେ ଚାପି ହୋଇ ରହିଥିବା ବେଳେ ଖବରପାଇ ବାଲିଗୁଡ଼ା ପୁଲିସ୍ ଓ ଅଗ୍ନୀଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚି ଗ୍ୟାସ୍ କଟର୍ ସାହାଯ୍ୟରେ ଚାପି ହୋଇଥିବା ସ୍ଥାନକୁ କାଟି ଡ୍ରାଇଭରକୁ ଉଦ୍ଧାର କରିଛନ୍ତି l ଅଟୋ ଚାଳକ ସଙ୍ଘର ସଦସ୍ୟମାନେ ମଧ୍ୟ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିବା ଜଣାପଡ଼ିଛି l

ଘଟଣା ଅନୁସାରେ ଏକ ହାଇଓ୍ବା (ଓଡି ୦୮ଟି-୦୪୪୪) ଜଲେଶପଟ୍ଟା କ୍ରସରରୁ ଗୋଡ଼ି ନେଇ ଦାରିଙ୍ଗବାଡି ଅଞ୍ଚଳରେ ପହଁଚାଇ ସେଠାରୁ ପୁଣି ଜଲେଶପଟ୍ଟା କ୍ରସରକୁ ଫେରିବା ବେଳେ ବାଲିଗୁଡ଼ା ଥାନା ସୁରୁବାଲି ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଅଟୋ (ଓଡି ୧୨ସି-୫୩୬୨)କୁ ପ୍ରଥମେ ଧକ୍କା ଦେବାପରେ ପୁଣି ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା l ହାଇଓ୍ବା ଚାଳକଙ୍କ ନାମ ନିଳାନ୍ଦ୍ରୀ ଗହରିଆ ଗାଁ ମୋନମୁଣ୍ଡା ବୋଲି ଜଣାପଡିଛି l ଅଟୋ ଡ୍ରାଇଭର ଶିଶିର ଦିଗାଳ ଗୋଛପଡାର ବୋଲି ଜଣାପଡ଼ିଛି l ରାସ୍ତା କଡ଼ରେ ଅଟୋ ରଖି ନିଜ ସମ୍ପର୍କୀୟ ଘରକୁ ଯାଇଥିବା ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅଟୋ ଚାଳକ l ଦୁର୍ଘଟଣା ଘଟାଇଥିବା ହାଇଓ୍ବାର ସମ୍ମୁଖ ଭାଗ ଚାପିହୋଇ ଯାଇଥିବା କାରଣରୁ ଚାଳକ ଗାଡ଼ି ଭିତରେ ଚାପି ହୋଇ ରହିଥିବା ଜଣାପଡ଼ିଛି l

Related news

Skip to toolbar