କନ୍ଧମାଳ ସନ୍ତାନ

Breaking News

ଜୋନ-୫ ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲେ କଂଗ୍ରେସ ଓ ବିଜେଡି: କଂଗ୍ରେସରୁ ହୀରାବତୀ ପ୍ରଧାନ ଓ ବିଜେଡିରୁ ଲିଲିମା ପ୍ରଧାନଙ୍କୁ ଦଳୀୟ ଟିକେଟ, ପଛରେ ପଡ଼ିଛି ବିଜେପି….

କନ୍ଧମାଳ ସନ୍ତାନ(ବ୍ୟୁର): ପଂଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି I ଏହି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଜୟ ହାସଲ ପାଇଁ ଆଗତୁରା କଂଗ୍ରେସ ଓ ବିଜେଡି ନିଜର ପ୍ରତିଦ୍ୱନ୍ଦୀଙ୍କ ନାମ ଘୋଷଣା କରିଥିବା ବେଳେ ବିଜେପି ପଛରେ ପଡିଛି I ଆଜି ପ୍ରଥମେ କିଂଗ୍ରେସ ଗ୍ରେସିଙ୍ଗିଆ ଗ୍ରାମପଞ୍ଚାୟତ ଅଧିନସ୍ଥ ଇନ୍ଦିରା ପଡ଼ିଆର ଗ୍ରାମର ବାସୀନ୍ଧା ହୀରାବତୀ ପ୍ରଧାନଙ୍କୁ ଦଳୀୟ ପ୍ରାର୍ଥୀ ଭାବରେ ଟିକେଟ ପ୍ରଦାନ କରିବାର କିଛି ଘଣ୍ଟା ପରେ ଗ୍ରେସିଙ୍ଗିଆ ଗ୍ରାମପଞ୍ଚାୟତ ଅଧିନସ୍ଥ ଡମେଙ୍ଗି ଗ୍ରାମର ଲିଲିମା ପ୍ରଧାନଙ୍କୁ ବିଜେଡି ତରଫରୁ ଦଳୀୟ ଟିକେଟ ପ୍ରଦାନ କରାଯାଇଛି I ହେଲେ ପ୍ରାର୍ଥୀ ଘୋଷଣାରେ ପଛରେ ପଡ଼ିଛି ବିଜେପି I
କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଜୋନ ୫ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବରେ ଗ୍ରେସିଙ୍ଗିଆ ପଂଚାୟତ ଅଧିନସ୍ଥ ଇନ୍ଦିରା ପଡ଼ିଆ ଗ୍ରାମର ବାସୀନ୍ଧା ହୀରାବତୀ ପ୍ରଧାନଙ୍କୁ ଦଳୀୟ ପ୍ରାର୍ଥୀ ଭାବରେ ଟିକେଟ ପ୍ରଦାନ କରି ନିର୍ବାଚନ ମଇଦାନକୁ ଓଲ୍ହାଇଛି ଭାରତୀୟ ଜାତୀୟ କଂଗ୍ରେସ I ଆଜି ବ୍ଲକ ସଭାପତି ସଦାନନ୍ଦ ନାୟକ, କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନ, ଘୁ.ଉଦୟଗିରି ନଗର କଂଗ୍ରେସ ସଭାପତି ଏନ.ରାଜା ରାଓ ଓ ଜିଲ୍ଲା ସାଧାରଣ ସମ୍ପାଦକ ଜାକେଶ ପ୍ରଧାନଙ୍କ ଉପସ୍ଥିତିରେ ହୀରାବତୀ ପ୍ରଧାନକୁ ଦଳୀୟ ଟିକେଟ ପ୍ରଦାନ କରିଛନ୍ତି କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ I କନ୍ଧମାଳ ଜିଲ୍ଲାର କଂଗ୍ରେସ ଗଡ଼ ଭାବରେ ପରିଚିତ ଘୁ.ଉଦୟଗିରିକୁ ନିଜ କବଜାକୁ ଆଣିବା ପାଇଁ ଜୋରସର ଉଦ୍ୟମ ଚଳାଇଛି କଂଗ୍ରେସ I ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ସଂଖ୍ୟା ଲଘୁଙ୍କ ଦବଦବା ରହିଥିବା ଯୋଗୁଁ କଂଗ୍ରେସ ଜୋନ-୫କୁ ହାତେଇବା ପାଇଁ ଜଣେ ସଂଖ୍ୟା ଲଘୁ ସମ୍ପ୍ରଦାୟର ମହିଳାଙ୍କୁ ଟିକେଟ ପ୍ରଦାନ କରିଛି I ସଂଖ୍ୟା ଲଘୁ ସମ୍ପ୍ରଦାୟର ଭୋଟ ହାତେଇବା ପାଇଁ ସଂଖ୍ୟା ଲଘୁ କାର୍ଡ ଖେଳି ବିଜେଡି ଓ ବିଜେପିକୁ ମାଷ୍ଟରଷ୍ଟ୍ରୋକ ଦେଇଛି କଂଗ୍ରେସ ଦଳ I ତେଣୁ ଜୋନ-୫ ଜିଲ୍ଲା କଂଗ୍ରେସ ପ୍ରାର୍ଥୀ ହୀରାବତୀ ପ୍ରଧାନ ଉଚ୍ଚ ଶିକ୍ଷିତା, ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟଭାର ତୁଲାଇବା ପରେ ଅବସର ଗ୍ରହଣ କରି ସମାଜ ସେବାରେ ନିଜକୁ ନିୟୋଜିତ କରି ଅଞ୍ଚଳରେ ବେଶ ଘରେ ଘରେ ପରିଚିତ I ଶ୍ରୀମତୀ ପ୍ରଧାନଙ୍କୁ କଂଗ୍ରେସ ପକ୍ଷରୁ ଟିକେଟ ପ୍ରଦାନ କରାଯିବା ପରେ କଂଗ୍ରେସ କର୍ମୀ ଓ ଘୁ. ଉଦୟଗିରି ଅଞ୍ଚଳରେ ଖୁସିର ଲହରୀ ଖେଳି ଯିବା ସହ ସ୍ୱାଗତ ମଧ୍ୟ କରାଯାଇଛି I ଅନ୍ୟ ପକ୍ଷରେ ଜୋନ-୫ ପ୍ରାର୍ଥୀ ଭାବରେ ଲିଲିମା ପ୍ରଧାନଙ୍କୁ ଦଳୀୟ ଟିକେଟ ପ୍ରଦାନ କରିଛି ବିଜୁ ଜନତା ଦଳ I ଆଜି ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ଓ ଅନ୍ୟ ଜିଲ୍ଲା କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଲିଲିମା ପ୍ରଧାନଙ୍କୁ ଟିକେଟ ପ୍ରଦାନ କରାଯାଇ ଥିବା ସୂଚନା ମିଳିଛି I ବିଜେପି ନିଜର ଦଳିୟ ପ୍ରାର୍ଥୀ ଘୋଷଣା କରିବାରେ ପଛରେ ପଡ଼ିଥିବା ଦେଖା ଦେଇଛି I ବିଜେପି ଦଳ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ସ୍ପଷ୍ଟ କରାଯାଇ ନାହିଁ I

Related news

Skip to toolbar