କନ୍ଧମାଳ ସନ୍ତାନ

Breaking News

ଟିକାବାଲି ଏମସିଏସ କଲେଜରେ ଶିକ୍ଷଣ ଏକ ଦୃଷ୍ଟିପାତ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର) : କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟ କନ୍ଧମାଳ ଜିଲ୍ଲା ପ୍ରଶାସନ, ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟଗିକା ମନ୍ତ୍ରାଳୟ ମିଳିତ ଉଦ୍ୟମରେ ଜନ ଶିକ୍ଷଣ ଏକ ଦୃଷ୍ଟିପାତ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀ ଦୀନବନ୍ଧୁ ମହାନ୍ତିଙ୍କ ଅଧକ୍ଷତାରେ ରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ପ୍ରୋଗ୍ରାମ ଅଫିସର ପ୍ରୋଟେଅକ୍ସନ କନ୍ଧମାଳ ଏସ ଗାୟତ୍ରୀ ଦେବୀ ଯୋଗ ଦେଇ ଯୁବ ସଂସ୍କାର ଉପରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ସାମାଜିକ ଅର୍ଥନୈତିକ ଅନଗ୍ରସର ଯୁବକ ଯୁବତୀ ମାଗଣାରେ ସ୍ବତ ପ୍ରବୃତ୍ତ ଭାବେ ତାଲିମ ପାଇ କିପରି ରୋଜଗାର କ୍ଷମ ହୋଇ ପାରିବେ ସେନେଇ ପରାମର୍ଶ ଦେଇଥିଲେ l ମୁଖ୍ୟ ବକ୍ତା ଭାବେ ଆକ୍ସନ ଏଡ଼ କନ୍ଧମାଳର ଜିଲ୍ଲା ସଂଯୋଜିକା ଶ୍ରୀମତୀ ସନ୍ଧ୍ୟା ରାଣୀ ମହାନ୍ତି କନ୍ଧମାଳରୁ ବାଲ୍ୟ ବିବାହ ଉଚ୍ଛେଦକୁ ନେଇ ସପଥ ପାଠ କରାଇଥିଲେ l ସରକାରଙ୍କ ବିଭିନ୍ନ ଯୋଜନା ରହିଛି ମାଗଣାରେ ବିଉଟି ପାର୍ଲର ଶିକ୍ଷା, ସିଲେଇ ଶିକ୍ଷା, ଛତୁ ଚାଷ ଇତ୍ୟାଦି କରି ସ୍ୱାବଲମ୍ବୀ ହୋଇପାରିବେ ଏବଂ ଲେବର କାର୍ଡ, ଜବ କାର୍ଡ ରିନୂଆଲ କରି ଉଚ୍ଚ ଶିକ୍ଷା ମାଗଣାରେ କିପରି ପାଇ ପାରିବେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ l ଏହି ଶିକ୍ଷଣ ଏକ ଦୃଷ୍ଟି ପାତ କାର୍ଯ୍ୟକ୍ରମରେ ଟିକାବାଲି ଏଏମସିଏସ କଲେଜର ବହୁ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ l ପ୍ରକୃତରେ ସରକାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ବହୁମୁଖୀ ଯୋଜନା ସହିତ ବିଭିନ୍ନ ପ୍ରକାର ତାଲିମ ଶିବିରମାନ କରିଚାଲିଛନ୍ତି l ହେଲେ ସରକାର ବା ବିଭାଗୀୟ ଅଧିକାରୀମାନେ ତାଲିମ ଶିବିର ହେଉ କି ପ୍ରଶିକ୍ଷଣ ଶିବିର ହେଉ, ଉକ୍ତ କାର୍ଯ୍ୟକ୍ରମ ସରିଗଲା ପରେ ସରକାରଙ୍କୁ ଏକ ଲମ୍ବା ତାଲିକା ପ୍ରେରଣ କରି ନିଜ ଦାୟିତ୍ୱ ସରିଗଲା ଭାଵି ଚୁପ ହୋଇ ବସିଯାଉଛି l ଯାହାଫଳରେ ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଥିବା ତାଲିମ ଶିବିରରେ ଅଂଶ ଗ୍ରହଣ କରିଥିବା ଯୁବକଯୁବତୀମାନଙ୍କ ଦକ୍ଷତା ବିକାଶ ହୋଇପାରୁ ନାହିଁ କି ସେମାନେ ସ୍ୱାବଲମ୍ବୀ ହୋଇ ରୋଜଗାର କ୍ଷମ ହୋଇପାରୁନାହାନ୍ତି l ଏହା ଦ୍ୱାରା ସରକାରଙ୍କ ସବୁ ଯୋଜନା ବିଫଳ ବୋଲି ଜଣାପଡୁଛି l ଏଣୁ ଆଗାମୀ ଦିନରେ ଯଦି ସରକାର କିମ୍ବା ବିଭାଗୀୟ ପ୍ରଶାସନ ଯଦି ଏହାର ମୂଲ୍ୟାୟନ କରନ୍ତେ ତାହେଲେ ଲକ୍ଷ୍ୟ ଚ୍ୟୁତ ହୋଇଯାଉଥିବା ଶିକ୍ଷିତ ଯୁବକ ଯୁବତୀ ମାନେ କିଛି କାଂଶରେ ନିଜର ଦକ୍ଷତାର ବିକାଶ କରିବା ସଂଗେ ସଂଗେ ନିଜେ ରୋଜଗାର କ୍ଷମ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି | ଶିକ୍ଷଣ ଏକ ଦୃଷ୍ଟିପାତ କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ବିରୁପାକ୍ଷ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ |

Related news

Skip to toolbar