କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ମହିଳା ଜୀବିକା ସୁରକ୍ଷା ମଞ୍ଚପକ୍ଷରୁ ‘ମୋ ଚାଟଶାଳୀ’ ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ….

କନ୍ଧମାଳ ସନ୍ତାନ(ବ୍ୟୁର): ୪ ମାର୍ଚ୍ଚ ତାଲାବନ୍ଦ ସମୟରେ ବିଦ୍ୟାଳୟ ବନ୍ଦ ହେବାରୁ ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିବା ଏବଂ ଶିକ୍ଷାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ବ୍ଯବଧାନକୁ ଦୂର କରିବା ପାଇଁ ଜୀବିକା ସୁରକ୍ଷା ମଞ୍ଚ ଏବଂ ମହିଳା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲା ବ୍ୟାପୀ ମୋ ଚାଟଶାଳୀ କେନ୍ଦ୍ର ଖୋଲାଯିବା ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଛି I ସେଥିପାଇଁ ଆଜି ସଂଗଠନ ପକ୍ଷରୁ ଏହି କାର୍ଯ୍ୟକ୍ରମର ବ୍ଲକ ସ୍ତରୀୟ ମୋ ଚାଟଶାଳୀ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି I ରାଜ୍ୟସ୍ତରୀୟ ଲୋକ ସଂଗଠନ ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା, ଓଡିଶା ଶ୍ରମଜୀବୀ ମଞ୍ଚ ଏବଂ ଆତ୍ମଶକ୍ତି ଟ୍ରଷ୍ଟ ପକ୍ଷରୁ ରାଜ୍ୟର ୧୭ ଟି ଜିଲ୍ଲାରେ ଏକ ଲକ୍ଷ ପିଲାଙ୍କୁ ପ୍ରତିକାରାତ୍ମକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ନିକଟରେ ‘ମୋ ଚାଟଶାଳୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ପାଖାପାଖି ୧୦ ରୁ ୨୫ ଜଣ ପିଲାମାନଙ୍କୁ ନେଇ ଗୋଟିଏ ଶିକ୍ଷା କେନ୍ଦ୍ର ଖୋଲାଯିବ ଏବଂ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀମାନେ ଏ ଅଞ୍ଚଳର ପ୍ରାଥମିକ ଶ୍ରେଣୀର ପିଲାମାନଙ୍କୁ ୧୦୦ ଦିନର ପାଠ୍ୟକ୍ରମ ଅନୁସାରେ ଓଡିଆ ଏବଂ ଗଣିତ ଉପରେ ପ୍ରତିକାରାତ୍ମକ ଶିକ୍ଷା ପ୍ରଦାନ କରିବେ I ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ତଥା ଅବସର ପ୍ରାପ୍ତ ଶିକ୍ଷକ ବଳରାମ ସାହୁ ମୁଖ୍ୟ ଅତିଥି ଭାବେରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ, ଆଇନା ସଂସ୍ଥାର ରିତାଞ୍ଜଳି ବଗର୍ତ୍ତି, ସ୍ନେହା ସଂସ୍ଥାର କଡ଼ିନେଟର ଅଜୟ କୁମାର ସାହୁ, ଜନ ବିକାଶ ପ୍ରୋଗ୍ରାମ ମେନେଜର ନରେଶ କୁମାର ରଞ୍ଜିତ, ଘୁ.ଉଦୟଗିରି ଥାନାର ଏଏସଆଇ ସୁବାସ ଚନ୍ଦ୍ର ପ୍ରଧାନ, ୟୁଜିବି ବ୍ୟାଙ୍କର ମ୍ୟାନେଜର ପାଣ୍ଡବ ବାଗ, ସ୍ୱାତୀ ସଂସ୍ଥାର କନକଲତା ପାତ୍ର, ଘୁ ଉଦୟଗିରି ଜୀବିକା ସୁରକ୍ଷା ମଞ୍ଚରେ ବ୍ଲକ ସଂଯଜିକା ସସ୍ମିତା ମଲ୍ଲିକ, ଜଛନାମୟୀ ନାୟକ, ମମତା ମାଲିକ, କୃତାଞ୍ଜଳି ନାୟକ ଓ ଅନ୍ୟ ସମାଜସେବୀ ତଥା ବୁଦ୍ଧିଜୀବୀ ଯୋଗଦେଇ ମୋ ଚାଟଶାଳୀ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ ଏବଂ ସଂଗଠନ ର ପ୍ରୟାସକୁ ପ୍ରଶଂସା କରିଥିଲେ I ଏହି କାର୍ଯ୍ୟକ୍ରମ ଅଧୀନରେ ସଂଗଠନ ପକ୍ଷରୁ ଜିଲ୍ଲାର ୧୨ଟି ବ୍ଲକର ୮ ଟି ପଞ୍ଚାୟତ ଅନ୍ତର୍ଗତ ୬୦ଟି ଗ୍ରାମରେ ୧୦୨୦ ପିଲାଙ୍କ ପାଇଁ ପ୍ରତିକାରାତ୍ମକ ଶିକ୍ଷା ପ୍ରଦାନ କରାଯିବା ନେଇ ବ୍ଲକ ସଂଯଜିକା ସସ୍ମିତା ମଲିକ ସୂଚନା ଦେଇଛନ୍ତି I

Related news

Skip to toolbar