କନ୍ଧମାଳ ସନ୍ତାନ

Breaking News

କୁର୍ତ୍ତୁମଗଡ଼ ଗ୍ରାମ ପଞ୍ଚାୟତର ପଡ଼ିକିଆ ଠାରେ ଫସଲ ତାଲିମ ଶିବିର ଅନୁଷ୍ଠିତ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର କୁର୍ତ୍ତମଗଡ଼ ପଞ୍ଚାୟତ ଅନ୍ତର୍ଗତ ପଡିକିଆ ଗ୍ରାମରେ କୃଷି ବିଭାଗ ତରଫରୁ ଏକ ଫସଲ ତାଲିମ ଶିବିର ଅନୁଷ୍ଠିତ ହୋଇଛି l ଆଜି ଅପରାହ୍ନ ସମୟର ଶିବିରରେ ତୁମୁଡିବନ୍ଧ ସହକାରୀ କୃଷି ଅଧିକାରୀ ଜ୍ୟୋତି ରଞ୍ଜନ ମିଶ୍ର , ବାଲିଗୁଡ଼ା ସହକାରୀ କୃଷି ଅଧିକାରୀ ଗୌର କୃଷ୍ଣ ପାଢ଼ୀ , ସିର୍ଲା ଓ କୁର୍ତମଗଡ ଦାଇତ୍ଵରେ ଥିବା କୃଷି ଅଧିକାରୀ ବ୍ରଜ ବଲ୍ଲଭ ମଲ ଏବଂ କୁର୍ତମଗଡ କୃଷକ ସାଥି ବଚନ ଲିମା ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ l କୃଷି ଅଧିକାରୀ ଜ୍ୟୋତି ରଞ୍ଜନ ମିଶ୍ର ମୁଖ୍ୟତଃ ଧାନ ଚାଷ ବିଷୟରେ କହିଥିଲେ ଯଥା ଚାଷ ପାଇଁ ମାଟିକୁ ଉର୍ବର କରିବା, ଜମିରେ ପାଣି ଦେବା ଓ ଛାଡ଼ିବା, ଧାନ ଫସଲରେ ହେଉଥିବା ମହିଷା ରୋଗ ,ବିବିଏଲ୍ ରୋଗ, ଚକଡା଼ ପୋକ, କାଣ୍ଡବିନ୍ଧା ପୋକର କାରଣ ପ୍ରତିକାର ଓ ଔଷଧ ବ୍ୟବହାର କରି ଅଧିକ ଅମଳ ପାଇବା ପାଇଁ ଶିକ୍ଷା ଓ ସଚେତନ କରିଥିଲେ l ଏହିପରି କି ଧାନର ନଡ଼ା ଦ୍ବାରା ଛତୁ ଚାଷ କରିବା ଓ ହାଲୁକା ମାଟିରେ ଆଳୁ ଚାଷ କରିବା କେତେ ଯେ ଲାଭଜନକ ଏହା କହିଥିଲେ l ଏହାପରେ କୃଷି ଅଧିକାରୀ ବ୍ରଜ ବଲ୍ଲଭ ମଲ ଅତି ସୁନ୍ଦର ଓ ସରଳ ଭାବରେ କୃଷକ ମାନଙ୍କୁ ଚାଷ କାର୍ଯ୍ୟ କରିବାକୁ ଆହ୍ୱାନ କରି ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି l ଏହି ଶିବିରରେ ପ୍ରାୟ ୩୦ ଜଣ କୃଷକ ଯୋଗ ଦେଇ ଥିବା ବେଳେ ଉପସ୍ଥିତି ଥିବା କୃଷକ ଗୁଟୁନୁ ମାଝୀ ସରକାରଙ୍କ ଏହିପରି କାର୍ଯ୍ୟକ୍ରମ ଅଧିକାରୀ ମାନଙ୍କ ଦ୍ଵାରା ଲଗାତାର କରିବାଦ୍ଵାରା ଆଦିବାସୀ କୃଷକ ମାନଙ୍କ କୃଷିରେ ଉନ୍ନତି ଆସିପାରିବ ବୋଲି କହିଛନ୍ତି l ଦେଖିବାକୁ ବାକି ରହିଲା କେତେ କୃଷକ ଉନ୍ନତି କୃଷି ପ୍ରଣାଳୀ ଆପଣେ ଇବେ ଏବଂ କେତେ ଦୂର ଏହି କାର୍ଯ୍ୟକ୍ରମ କୃଷକ ମାନଙ୍କ ଠାରେ କୃଷିର ଉନ୍ନତି ଆଣିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l

Related news

Skip to toolbar