କନ୍ଧମାଳ ସନ୍ତାନ

Breaking News

ବିଶ୍ୱ ଏଡସ ଦିବସ ରେ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ, ୮୦ ୟୁନିଟ ରକ୍ତ ସଂଗ୍ରହ….

କନ୍ଧମାଳ ସନ୍ତାନ(ବ୍ୟୁର): ବିଶ୍ୱ ଏଡସ ଦିବସ ଅବସରରେ ସଂଜୀବନୀ ପାଥୋଲୋଜି ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ଡାକ୍ତର ଶକ୍ତିକାନ୍ତ ମଲ୍ଲିକଙ୍କ ଦ୍ୱାରା ସ୍ବେଛାକୃତ ରକ୍ତଦାନ ଶିବିରର ଶୁଭ ଉଦଘାଟନ ହୋଇଯାଇଛି I 2014 ମସିହାରୁ ସଂଜୀବନୀ ପାଥୋଲୋଜି ତରଫରୁ ଏହି ରକ୍ତଦାନ ଶିବିର ଆୟୋଜନ ହୋଇ ଆସୁଅଛି I ରକ୍ତଦାନ ଶିବିର ଆୟୋଜନ କରିବାର ମୂଳ ଉଦେଶ୍ୟ କି ଲୋକେ ରକ୍ତ ଅଭାବରୁ ଅନେକ ସମୟରେ ଲୋକଙ୍କ ଜୀବନ ଚାଲିଯାଉଛି I ତାହାକୁ ଦୃଷ୍ଟିରେ ରଖି ସମାଜ ସେଵୀ ନିତ୍ୟସୁନ୍ଦର ଦାଶ, ଜଗନ୍ନାଥ ରଥ, ଆଶିଷ ପ୍ରଧାନ, ଚିକୁ ପ୍ରଧାନ, ହିମାଂଶୁ ଶେଖର ସାହୁ, ଚିନ୍ମୟ ଜେନା, ଦେବବ୍ରତ ସାହୁଙ୍କ ମିଳିତ ସହଯୋଗ ରେ ଆଜି ଏହି ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ଆୟୋଜିତ ହୋଇଛି I ରକ୍ତଦାନ ଏକ ମହତ ଦାନ ଏଵଂ ପ୍ରତ୍ୟେକ ବ୍ୟକ୍ତି ରକ୍ତଦାନ କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକାରକ ବୋଲି କହିଛନ୍ତି ସମାଜସେବୀ ଜଗନ୍ନାଥ ରଥ I ଆଜି ସୁଧାଂଶୁ ଶେଖର ସାହୁଙ୍କ ଠାରୁ ବିରଳ O- ଗ୍ରୁପର ରକ୍ତ ମଧ୍ୟ ସଂଗ୍ରହ କରାଯାଇଅଛି I ଘୁ. ଉଦୟଗିରି ବ୍ଲକର ବିଭିନ୍ନ ଗ୍ରାମରୁ ଲୋକେ ଆସି ସ୍ବେଛାକୃତ ଭାବେ ରକ୍ତ ଦାନ କରିଛନ୍ତି I ସମସ୍ତ ସମାଜ ସେଵୀଙ୍କ ମିଳିତ ଉଦ୍ୟମରେ ଆଜି 80 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି I ଏହି ସମାଜ ମଙ୍ଗଳ କାର୍ଯ୍ୟରେ ଉପସ୍ଥିତ ରକ୍ତଦାତା ରକ୍ତ ଦାନ କରିବା ପରେ ଖୁସି ଅନୁଭବ କରିଥିବା ପ୍ରକାଶ କରିଛନ୍ତି I

Related news

Skip to toolbar