କନ୍ଧମାଳ ସନ୍ତାନ(ବ୍ୟୁର):କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଅଂଚଳ କାଟିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ପଣସ ପଦର ଓ ମୁଣ୍ଡିଗାଁରେ ଆଜି ମ୍ୟାଲେରିଆ ଓ ଡେଙ୍ଗୁ ଜ୍ୱର ସମ୍ପର୍କିତ ସ୍ୱାସ୍ଥ୍ୟ ସଚେତନ କାର୍ଯ୍ୟକ୍ରମ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ରୋଗୀ ମାନଙ୍କୁ ଚିହ୍ନଟ କରି ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା I ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଇନଚାର୍ଜ ଯାକେଶ ସାମନ୍ତ ରାୟଙ୍କ ନିର୍ଦେଶ କ୍ରମେ ବ୍ରାହ୍ମଣୀ ଗାଁ ସ୍ଥିତ ଆରବିଏସକେ ଟିମର ଡ଼ା.ରବୀନ୍ଦ୍ର ନାଥ ଦାସଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ କାଟିଙ୍ଗିଆ ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ପ୍ରଦାନ କରିଥିଲେ Iବଉକ୍ତ ଡାକ୍ତରୀ ଦଳରେ ଏଏନଏମ ସ୍ପର୍ଶ ମଣି ବାଘଲ, ପ୍ରିୟଙ୍କା ସେଠୀ, ବିଷ୍ଣୁ ପ୍ରିୟା ପ୍ରଧାନ, ଏଲ ଟି ସିଦ୍ଧାନ୍ତ ଦାସ, ଏସ.ଟି.ଏସ ଗୋପୀନାଥ ସାହୁ ଏସଏସଏମଟି ପ୍ରଦ୍ୟୁମ୍ନ କୁମାର ବାରିକ ଆଶା କର୍ମୀ ମଞ୍ଜୁଳା ପୋଡ୍ରା ଅଙ୍ଗନବାଡି କର୍ମୀ ରୀନା ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ I ଉକ୍ତ କାର୍ଯ୍ୟକ୍ରମରେ ୧୬୩ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା I ସେଥି ମଧ୍ୟରୁ ୬୭ ଜଣ ମହିଳା ଓ ୧୦୩ଜଣ ପୁରୁଷଙ୍କ ମଧ୍ୟରୁ ଜଣେ ମହିଳା ଓ ଦୁଇ ଜଣ ପୁରୁଷ ମ୍ୟାଲେରିଆ ସଂକ୍ରମିତ ଚିହ୍ନଟ ହେବାରୁ ସେମାନଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଇଥିବା ସୁଚନା ଡାକ୍ତର ସୂଚନା ଦେଇଛନ୍ତି I