କନ୍ଧମାଳ ସନ୍ତାନ

Breaking News

ଦାରିଙ୍ଗବାଡ଼ି ପୁଲିସ କବଜାରେ ଗଞ୍ଜେଇ ମାଫିଆ , ୨୫ କେଜି ଗଞ୍ଜେଇ ସହ ବାଇକ ଜବତ…..

କନ୍ଧମାଳ ସନ୍ତାନ(ବ୍ୟୁର): ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଦାରିଙ୍ଗବାଡ଼ି ପୁଲିସ ଏକ ବାଇକ ଜବତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି I ଜବତ ଗଞ୍ଜେଇର ପରିମାଣ ୨୫ କିଲୋ ୫ ଶହ ଗ୍ରାମ ବୋଲି ଅଧିକାରୀ ସୂଚନା ଦେଇଛନ୍ତି I ଗିରଫ ଯୁବକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ଥାନା କଉଡ଼ିଆ ଅଂଚଳର ଅଜିତ ଦଳେଇ(୨୩) I ସୂଚନା ପ୍ରକାରେ ଅନୁସାରେ ଅଜିତ ଦଳେଇ ଏକ ବାଇକ ଯୋଗେ ବାଲିଗୁଡା ଅଞ୍ଚଳରୁ ଗଞ୍ଜେଇ ନେଇ ବ୍ରହ୍ମପୁର ଅଂଚଳକୁ ଚୋରାଚାଲାଣ କରୁଥିଲେ I କୌଣସି ସୂତ୍ରରୁ ଦାରିଙ୍ଗବାଡ଼ି ପୁଲିସ ଖବର ପାଇ ଥାନା ଅଧିକାରୀଙ୍କ ନେତୃତ୍ୱ କ୍ରମେ ପୁଲିସ ଶ୍ରାନିକେତାର ଆମ୍ବ ଖାଲିଆ ଘାଟିରେ ଚଢ଼ଉ କରି ବାଇକ ସହ ଗଞ୍ଜେଇ ଓ ଯୁବକକୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା I ଏନେଇ ପୁଲିସ ମାମଲା ନଂ ୧୪୬/୨୧ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇ ଥିବା ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି I

Related news

Skip to toolbar