କନ୍ଧମାଳ ସନ୍ତାନ

Breaking News

ରାଇକିଆ ବିଦ୍ୟୁତ୍ କର୍ମଚାରୀ କାମ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ମୃତ…

କନ୍ଧମାଳ ସନ୍ତାନ (ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ରାଇକିଆ ଠାରେ କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀ ବିଦ୍ୟୁତ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି I ବିଦ୍ୟୁତ୍ ବିଭାଗ କର୍ମଚାରୀ ଜଣକ ହେଲେ ଅମିୟ କୁମାର ନାୟକ, ପିତା ଅଜିତ କୁମାର ନାୟକ ଘର କଳିଙ୍ଗା ଅଧିବାସୀ ପାବୁରିଆ ପେନାଗବେରି ଠାରେ ହୋଇ ଥିବା ସୂଚନା ମିଳିଛି I ସୂଚନା ଅନୁସାରେ ରାଇକିଆ ବିଦ୍ୟୁତ୍ କାର୍ଯ୍ୟାଳୟ ଅନ୍ତର୍ଗତ ପାବୁରିଆ ପେନାଗବେରି ଠାରେ କୌଣସି କାରଣରୁ ବିଦ୍ୟୁତ୍ କଟି ଯିବା ପରେ ଖବର ପାଇ ବିଭାଗ ତରଫରୁ କିଛି କର୍ମଚାରୀ ଘଟଣା ସ୍ଥଳକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଅମିୟ କୁମାର ନାୟକ ପୋଲ ଚଢ଼ି କାମ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି କିଛି ସମୟ ପରେ ପୋଲ ଉପରୁ ତଳକୁ ଖସି ପଡ଼ିଥିଲେ । ଏଠି ପ୍ରଶ୍ନ ଉଠୁଛି ବିଦ୍ୟୁତ୍ ସରବରାହ ଥିବା ପୋଲରେ ଚଢ଼ି କାମ କରିବାକୁ ତାଙ୍କୁ କିପରି ଉପସ୍ଥିତ ସୂପର୍ଭାଇଯାର ଅନୁମତି ଦେଲେ । ଅଥବା କାମ କରୁଥିବା ସମୟରେ କିପରି ସେହି ପୋଲ ରେ ବିଦ୍ୟୁତ୍ ସଂଯୋଗ କରାଗଲା । ଯାହା ଫଳରେ କର୍ମଚାରୀଙ୍କ ସହ ଏପରି ଅଘଟଣ ଘଟିଲା । ଘଟଣା ପରେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନିକଟବର୍ତ୍ତୀ ଟିକାବାଲି ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା I ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁଃଖର ବିଷୟ ମୃତ ବିଦ୍ୟୁତ୍ କର୍ମଚାରୀଙ୍କ ନିକଟରେ ବିଭାଗ ତରଫରୁ କୌଣସି ଅଧିକାରୀ ନଥିବା ବେଳେ ତାଙ୍କ ଶଳା ଅମନ୍ ଚନ୍ଦ୍ର ନାୟକ ଓ ପରିବାର ଲୋକେ ଉପସ୍ଥିତ ଅଛନ୍ତି ।

Related news

Skip to toolbar