କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ଶାଖା ମହିଳା ଜୀବିକା ସୁରକ୍ଷା ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ଦୈନିକ ହାଟ ବଜାରରୁ ମହିଳା ଜୀବିକା ସୁରକ୍ଷା ମଞ୍ଚର ମହିଳାମାନେ ଏକ ଶୋଭା ଯାତ୍ରାରେ ହାତରେ ପ୍ଲା କାର୍ଡ଼ ଧରି ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀଙ୍କ ଅନୁପସ୍ଥିତିରେ ମୁଖ୍ୟ କିରାଣୀ ପ୍ରଦୀପ କୁମାର କଁହରଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି I ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ନେତୃତ୍ୱରେ ଆଦିବାସୀ, ଦଳିତ ଓ ପଛୁଆବର୍ଗ କର୍ମୀ ମାନଙ୍କର ହକ ଏବଂ ସାମ୍ବିଧାନିକ ଅଧିକାର ଆଧାରିତ ସଚେତନତା କାର୍ଯ୍ୟକ୍ରମ ଏକ ବ୍ୟାପକ ଲକ୍ଷ ନେଇ ୨୦୦୯ ମସିହାରୁ ମହିଳା ଜୀବିକା ସୁରକ୍ଷା ମଞ୍ଚ କାର୍ଯ୍ୟ କରି ଆସୁଅଛି I ଯାହାର ମୂଳ ଉଦେଶ୍ୟ ହେଉଛି ଗୋଷ୍ଠୀ ସଚେତନତା, ଖାଦ୍ୟ ସୁରକ୍ଷା, ପାରମ୍ପରିକ କୃଷି, ଶିକ୍ଷା ସଚେତନତା, ସ୍ୱାସ୍ଥ୍ୟ ସଶକ୍ତିକରଣ ଇତ୍ୟାଦି I ମହିଳା ଜୀବିକା ସୁରକ୍ଷା ମଞ୍ଚ ତରଫରୁ ଏକ ସର୍ଭେ ରିପୋର୍ଟ ଅନୁଯାୟୀ ଅଞ୍ଚଳରେ ଥିବା  ବିଦ୍ୟାଳୟ ଓ ଅଙ୍ଗନୱାଡିରେ ସ୍ଥାୟୀ ଭିତିଭୂମିର ଅଭାବ ସାଙ୍ଗକୁ ଶିକ୍ଷକଶିକ୍ଷୟିତ୍ରୀ ଅଭାବ ପରିଲକ୍ଷିତ ହୋଇଛି I “Nutrition at doorstep”ଯୋଜନା ରେ ପ୍ରତ୍ୟେକ ପରିବାରର ପିଲାଙ୍କୁ ପୋଷଣ ନୀତି ଆଧାରରେ ଭିଟାମିନ ଯୁକ୍ତ ପନି ପରିବା ଯୋଗାଇ ଦେବା ଓ ପାନୀୟ ଜଳ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ନୂତନ ନଳ କୂପ ସ୍ଥାପନ ଏବଂ ଖରାପ ନଳକୂପ ମରାମତି କରିବା ନିମନ୍ତେ ଦାବୀ କରାଯାଇଛି I ସଭାପତି କମଳା ସାହୁଙ୍କ ଅଧ୍ୟକ୍ଷତାରେ ସମ୍ପାଦିକା ରିନିମା ପ୍ରଧାନ, କୃତାଞ୍ଜଳୀ ନାୟକ, ସସ୍ମିତା ମଲ୍ଲିକ, ଗୌରୀ ପ୍ରଧାନ, ଅଙ୍କରାଣୀ ଦିଗାଲ, ବୈଜୟନ୍ତୀ ନାୟକ, କାଜଲ ନାୟକ, ରମାବତୀ ଦିଗାଲଙ୍କ ସହ ବହୁ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ I

Related news

Skip to toolbar