କନ୍ଧମାଳ ସନ୍ତାନ

Breaking News

ବର୍ଣାଳୀ ମାଧ୍ୟମରେ ବ୍ଲକ ସ୍ତରୀୟ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ……

କନ୍ଧମାଳ ସନ୍ତାନ (ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ହବାକ ଉଚ୍ଚ ବିଦ୍ୟାଳୟ ପରିସରରେ ଓସେପା ଓ ସମଗ୍ର ଶିକ୍ଷାର ଆୟୋଜନ କ୍ରମେ ଲିଙ୍ଗ ଗତ ପ୍ରଭେଦ କୁ ସମାଜରେ କିପରି କମ୍ କରି ପାରିବା ସେ ବିଷୟରେ ୩ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହା ପୂର୍ବରୁ ଦୁଇଟି ବ୍ୟାଚର ଏହି ତାଲିମ ଶିବିର ସରିଥିବା ବେଳେ ତୃତୀୟ ପର୍ଯ୍ୟାୟର ଶେଷ ତାଲିମ ଶିବିର ମଧ୍ୟ ଶେଷ ହୋଇଯାଇଛି । ଏହି ଶିବିରରେ ୪ ଜଣ ସମ୍ବଳ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ, ସାଗରୀକା ପଣ୍ଡା, ଅନନ୍ତ ବାରିକ, ପ୍ରତିମା ସାହୁ ଉପସ୍ଥିତ ରହି ବ୍ଲକର ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ସମାଜରେ ଲିଙ୍ଗ ଗତ ପ୍ରଭେଦକୁ କିପରି କମ କରାଯାଇ ପାରିବ ତାହା ମୁଖ୍ୟ ଆଭିମୁଖ୍ୟ ଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ଭାବରେ ସମାଜରେ ଜନସାଧାରଣଙ୍କ ମଧ୍ୟରେ କିପରି ସଚେତନତା କରାଯାଇପାରିବ ଯାହା ଦ୍ଵାରା ଲିଙ୍ଗ ଗତ ଭେଦଭାବ ସମସ୍ୟା ସମାଜରୁ ସମ୍ପୂର୍ଣ ଦୂର ହେବ ଓ ମାନବ ସମାଜରେ ଏକ ଉତ୍ତମ ସମ୍ପର୍କ ଯୋଡି ହୋଇ ସମାଜ ଆଗକୁ ବଢ଼ିବ ଓ ପୁଅ ମାନଙ୍କ ଠାରୁ ଝିଅ ମାନେ କମ ନୁହନ୍ତି ବରଂ ଉଭୟ ସମାନ ବୋଲି ସଚେତନତା କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ଆଜି ଝିଅ ସେମାନଙ୍କୁ ସରକାର ମୁଖ୍ୟ ଭାବରେ ଗଣନା କରୁଥିବା ବେଳେ ଏହି ପ୍ରଥା ଯେପରି ସେ ଝିଅ ଓ ପୁଅ ମଧ୍ୟରେ ଭେଦଭାବ ନ ରହିବ ସେଥି ପ୍ରତି ସଚେତନ କରାଇବା ପାଇଁ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଝିଅ ସବୁବେଳେ ମଣିଷର ବସି ଭୂତା ହୋଇ ରହିବ ତାହା ନୁହେଁ ବରଂ ସମାଜରେ ସମସ୍ତେ ନିଜ ନିଜର ମାନସିକତାର ପରିବର୍ତ୍ତନ କରି ସମସ୍ତଙ୍କୁ ସମାନ ଭାବରେ ଦେଖିଲେ ଏହି ଲିଙ୍ଗଗତ ସମସ୍ୟାର ଦୂରୀକରଣ ହୋଇପାରିବ।ସ୍କୁଲ ପିଲାମାନେ ଓ ଅଭିଭାବକ ସମେତ ସମାଜରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ମଧ୍ୟରେ ଥିବା ଏହି ପାର୍ଥକ୍ୟ ଦୂର କରିବା ସହ ନାରୀ ପୁରୁଷ ଉଭୟେ ଉଭୟଙ୍କ ସମକକ୍ଷ ଓ ଉଭୟଙ୍କ ସୁସମ୍ପର୍କ ଏକ ସୁସ୍ଥ ସମାଜ ଗଠନରେ ମୁଖ୍ୟ ଭୂମିକା ନିର୍ବାହ କରିବ ଏମିତି ବିଭିନ୍ନ ସାମାଜିକ ସଚେତନତା ବିଷୟ ବସ୍ତୁ ଉପରେ ତାଲିମ ଦିଆଯାଇଥିଲା ।

Related news

Skip to toolbar