କନ୍ଧମାଳ ସନ୍ତାନ

Breaking News

ବ୍ରାହ୍ମଣୀଗାଁରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ: ଭାଙ୍ଗିଲା ଦୋକାନ ବଜାର, ସ୍ଥାନୀୟ ଲୋକଙ୍କ ପୂର୍ଣ୍ଣ ସହଯୋଗ….

ଅନୁସନ୍ଧାନ ଭାରତ(ବ୍ୟୁର): ଦୀର୍ଘଦିନର ପ୍ରତୀକ୍ଷା ପରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକର ବ୍ରାହ୍ମଣୀଗାଁ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାର ଉନ୍ନତି କରଣ ଓ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି I ସ୍ଥାନୀୟ ବାସିନ୍ଦାଙ୍କୁ ଜାଗା ଖାଲି କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ଏକ ସପ୍ତାହର ସମୟ ଅବଧି ଦିଆଯାଇଥିଲା I ସେହି ସମୟ ଅନୁସାରେ ଗୁରୁବାର ଦିନ ସ୍ଥାନୀୟ ଯନ୍ତ୍ରୀ ଜୟନ୍ତ କୁମାର ପତି ଓ ଥାନା ଅଧିକାରୀ ଚାପ ଧାରି ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ବାହିନୀ ଓ ସୁରକ୍ଷା କର୍ମୀ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲେ । ସାତଦିନ ସମୟ ଅବଧି ଦିଆଯାଇ ଥିଲେ ବି କିଛି ବ୍ୟବସାୟୀମାନେ ଜାଗା ଖାଲି କରିନଥିଲେ I କିନ୍ତୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବା ସଙ୍ଗେ ସଙ୍ଗେ ସମସ୍ତ ଦୋକାନ ବ୍ୟବସାୟୀମାନେ ତରବରିଆ ହୋଇ ଜାଗା ଖାଲି କରିଥିବା ଦେଖିବାକୁ ମିଳିଛି I ଇତି ମଧ୍ୟରେ ସମସ୍ତ ବ୍ୟବସାୟୀ ଓ ସ୍ଥାନୀୟ ବାସୀ ସ୍ଵତଃ ପ୍ରବୃତ୍ତ ହୋଇ ନିଜେ ନିଜର ଜାଗା ଖାଲି କରିଥିବା ବେଳେ ସାରାଦିନ ଦୋକାନ ବଜାରରୁ ଆବଶ୍ୟକ ସାମଗ୍ରୀ କିଣା ବିକାରେ ବାଧା ଉପୁଜିଥିବା ଦେଖିବାକୁ ମିଳିଛି ।
ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଅବରୋଧକୁ ଗୁରୁବାର ଦିନ ଉଚ୍ଛେଦ କରଯାଇଛି । ରାସ୍ତା ସମ୍ପ୍ରସାରଣ ଓ କଲଭର୍ଟ ଓ ବ୍ରିଜ ନିର୍ମାଣ ପାଇଁ ତେଇଶି କୋଟି ପଇଁତିରିସି ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟ କରାଯିବ ବୋଲି ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ ଶ୍ରୀ ପତି ସୂଚନା ଦେଇଛନ୍ତି ।

Related news

Skip to toolbar