କନ୍ଧମାଳ ସନ୍ତାନ

Breaking News

ନୂଆ ରୂପରେ ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦର ଓପୋନ ଜିମ, ସୁସ୍ଥ ନିରାମୟ ଜୀବନ ଗଠନ ପାଇଁ ଦେଉଛି ବାର୍ତ୍ତା….

କନ୍ଧମାଳ ସନ୍ତାନ(ବ୍ୟୁର): ସୁସ୍ଥ ନିରାମୟ ଜୀବନ ପାଇଁ ସରକାର ମୁକ୍ତା ଯୋଜନାରେ ରାସ୍ତା କଡରେ ଓପୋନ ଜିମ ବ୍ୟବସ୍ଥା କରିଛନ୍ତି । ଯାହା କି ଏବେ ନୁଆ ରୂପରେ  ସଜେଇ ହେଉଥିବା ବେଳେ ସାଧାରଣ ଜନତାକୁଂ ସୁସ୍ଥ ରହିବାକୁ ଆକର୍ଷିତ କରୁଛି । ସ୍ୱଚ୍ଛ ସୁନ୍ଦର  ପରିବେଶ ମଧ୍ଯରେ ବ୍ୟାୟାମ କରିବା ପାଇଁ ହୋଇଛି ବ୍ୟବସ୍ଥା । ଓପୋନ ଜିମ ସେଣ୍ଟର ସ୍ଥଳରେ ସୁରକ୍ଷା ଗାଡ ଓ୍ୱାଲ ସହିତ ହୋଇଛି ସୁନ୍ଦର ଓ୍ୱାଲ ପେଣ୍ଟିଙ୍ଗ । ଯେଉଁ ଓ୍ୱାଲ  ପେଣ୍ଟିଙ୍ଗ ଦେଉଛି ସୁସ୍ଥ ନିରାମୟ ଜୀବନ ର ବାର୍ତ୍ତା । ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ବ ହେବା ସହିତ ସରକାର ପ୍ରତିଟି ଓ୍ୱାଲରେ ଓପୋନ ଜିମ ବ୍ୟବସ୍ଥା କରିବାକୁ ଲକ୍ଷ ରଖି ଥିବା ବେଳେ ଏବେ ପଦାସାହି, ହବାକ ହାଇସ୍କୁଲ, ଶ୍ରୀରାମପଦା  ଆଦି ବିଭନ୍ନ ସ୍ଥାନରେ ନୁଆ ରୂପରେ ପ୍ରସ୍ତୁତି ହୋଇଛି ଜିମ । ଏହାକୁ ଯୁବ ପିଢି ଦୈନନ୍ଦିନ ଜୀବନରେ ସାମିଲ କରିବା ସହିତ ସ୍ୱାସ୍ଥ୍ୟବାନ ହୋଇ ପାରିଲେ ଯୋଜନା ର ପ୍ରକୃତ ଲକ୍ଷ ପୂରଣ ହୋଇ ପାରିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ନିଜକୁ ସୁସ୍ଥ ସୁନ୍ଦର ଫିଟ ରଖିବା ପାଇଁ ପୂର୍ବରୁ ଟଙ୍କା ଖର୍ଚ୍ଚ କରି ଘରୋଇ ଜିମ ଯିବା ସହିତ ବିଭିନ୍ନ ସ୍ୱାସ୍ଥ୍ୟ ବର୍ଧକ ବ୍ଯବହାର କରିଥାନ୍ତି । କିନ୍ତୁ ଏବେ ହାତପାହାନ୍ତାରେ ବିନା ଖର୍ଚ୍ଚରେ ପାଇ ଯୁବ ସମାଜ ଉସ୍ଚାହିତ ରହିଥିବା ଦେଖିବାକୁ ମିଳିଥିବା ବେଳେ ଏହି ଯୋଜନାରେ ଅନେକ ଲାଭବାନ ହୋଇଥିବା କହିଛନ୍ତି । ଆଗକୁ ଏହା ସୁସ୍ଥ ଓଡିଶା ଗଠନର ପ୍ରମୁଖ ମାଧ୍ୟମ ହେବାକୁ ଯାଉଛି ।

Related news

Skip to toolbar