କନ୍ଧମାଳ ସନ୍ତାନ

Breaking News

ଆଶାକର୍ମୀ ମାନଙ୍କ ପାଇଁ ୫ ଦିନିଆ ତାଲିମ ଶିବିର ଅନୁଷ୍ଠିତ…

କନ୍ଧମାଳ ସନ୍ତାନ (ଚିନ୍ମୟ କୁମାର ସେଠୀ) : କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ସଭା ଗୃହରେ ଆୟୁଷ୍ମାନ ଭାରତ ନେତୃତ୍ୱରେ ଆଶା କର୍ମୀ ମାନଙ୍କ ନିମନ୍ତେ ମୁଖ, କାନ, ଆଖି ଏବଂ ଜରୁରୀକାଳୀନ ଯତ୍ନ ସେବା ଉପରେ ୫ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଏଚଓ ମଧୁସ୍ମିତା ଚିନାରା, ମୋନାଲିଶା ପଣ୍ଡା, ଯୋହନ ବୁନିଆନ ନାୟକ, ସୁଭସ୍ମିତା ମହାନ୍ତି ଯୋଗ ଦେଇ କାନ, ନାକ, ଗଳା, ମୁଖ, ବୟସ୍କ ଯତ୍ନ, ଉପଶମ ଯତ୍ନ, ଜରୁରୀ କାଳୀନ ଯତ୍ନ ଉପରେ ପ୍ରଶିକ୍ଷଣ ଦେଉଥିବା ସୂଚନା ରହିଛି । ତେବେ ଏହି ତାଲିମ କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ୯୦ ଜଣ ଆଶାକର୍ମୀ ମାନେ ବିଭିନ୍ନ ସ୍ଥାନରୁ ଯୋଗ ଦେଇ ତାଲିମ ଗ୍ରହଣ କରୁଛନ୍ତି । ଏହି ୫ ଦିନିଆ ତାଲିମ ଶିବିର ୨୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୨୫ ତାରିଖରେ ଶେଷ ହେବା ନେଇ ସୂଚନା ରହିଛି । ପ୍ରଶିକ୍ଷଣ ପରେ ଆଶାକର୍ମୀ ମାନେ ନିଜ ନିଜ ଅଞ୍ଚଳରେ ଜରୁରୀ କାଳୀନ ପରିସ୍ଥିତିରେ ଏହି ସେବା ଯେପରି ଅଞ୍ଚଳର ଲୋକମାନଙ୍କୁ ଦେଇପାରିବେ ଓ ସେବା କରି ପାରିବେ ସେଥି ନିମନ୍ତେ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଥିବା ସୂଚନା ରହିଛି ।

Related news

Skip to toolbar