କନ୍ଧମାଳ ସନ୍ତାନ

Breaking News

କଳିଙ୍ଗା ଉତ୍ତର ଭାରତ ମଣ୍ଡଳୀ ଠାରେ ବାର୍ଷିକ ଗସି ସଭା ୨୦୨୩ ଅନୁଷ୍ଠିତ…….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଫୁଲବାଣୀ ଧର୍ମାଞ୍ଚଳ, ଉତ୍ତର ଭାରତ ମଣ୍ଡଳୀ ଘୁ.ଉଦୟଗିରି ପାଷ୍ଟରେଟ ସମ୍ମିଳନୀ ପକ୍ଷରୁ କଳିଙ୍ଗା ଉତ୍ତର ଭାରତ ମଣ୍ଡଳୀ ଠାରେ ଆଜି ବାର୍ଷିକ ଗସି ସଭା ୨୦୨୩ ଅନୁଷ୍ଠିତ ହୋଇଛି I ଏହି ଗସି ସଭାରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବରେ ମାଡରେଟର ଉତ୍ତର ଭାରତ ମଣ୍ଡଳୀ ତଥା ଧର୍ମାଧ୍ୟକ୍ଷ, ଫୁଲବାଣୀ ଧର୍ମାଞ୍ଚଳ ଶ୍ରେଷ୍ଠାଚାର୍ଯ୍ୟ ବିଜୟ କୁମାର ନାୟକ ଯୋଗ ଦେବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭା ଉଦଘାଟନ କରିଥିଲେ I ଏହି କାର୍ଯ୍ୟକ୍ରମରେ ଡାୟୋସିସ ଅଫ ଫୁଲବାଣୀରେ ସମ୍ପାଦକ, କୋଷାଧ୍ୟକ୍ଷ, ମହିଳା ଆବାହିକା, ସଣ୍ଡେସ୍କୁଲ ଆବାହିକାଙ୍କ ସହ ଅନ୍ୟକର୍ମକର୍ତ୍ତ ଯୋଗ ଦେଇଥିଲେ I ଗସି ସଭାରରେ ଉପସ୍ଥିତ ଥିବା ବିଭିନ୍ନ ମଣ୍ଡଳୀର ସଭ୍ୟ ଓ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିବା ପାଇଁ କଳିଙ୍ଗା ମଣ୍ଡଳୀ ତରଫରୁ ସ୍ୱାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା I ଉକ୍ତ ସଭାରେ ଉଦୟଗିରି ପାଷ୍ଟରେଟ ସମ୍ମିଳନୀ ଅଧୀନରେ ଥିବା ୧୯ଟି ମଣ୍ଡଳିର କର୍ମକର୍ତ୍ତା ଓ ସଦସ୍ୟ ଯୋଗ ଦେଇଥିଲେ I ଏହି ଗସି ସଭାର ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ବାଇବଲ ଧର୍ମଶାସ୍ତ୍ର ମୀଖା ୩:୮-୧୨ ଓ ଜୋହନ ଲିଖିତ ସୁସମାଚାର ୧୬:୮-୧୦ରୁ ପଠନ କରାଯାଇ ଦୁର୍ନୀତି, ଲାଞ୍ଚ, କୁସଂସ୍କାର, ଅନ୍ୟାୟା ବିରୋଧରେ ଠିଆ ହେବା ସୁସ୍ଥ ମଣ୍ଡଳୀ ଗଠନ କରିବା ପାଇଁ ଉଦବୋଧନ ଦେବା ସହ ପୃଥିବୀରେ ମଣ୍ଡଳୀର ନେତୃତ୍ୱ ସମ୍ପର୍କରେ ଅବଗତ କରି ଥିଲେ I ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢକନ ଦେଇ ସ୍ୱାଗତ କରାଯାଇ ଥିଲା I

Related news

Skip to toolbar