କନ୍ଧମାଳ ସନ୍ତାନ

Breaking News

କଳିଙ୍ଗ ମହାବିଦ୍ୟାଳୟ ଠାରେ ଆଣ୍ଟିରାଗିଙ୍ଗ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…..

କନ୍ଧମାଳ ସନ୍ତାନ(ବ୍ୟୁର):କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ଅଧ୍ୟକ୍ଷତାରେ ଏକ ଆଣ୍ଟିରାଗିଙ୍ଗ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ଆଦର୍ଶ ଥାନାଧିକାରୀ ଅଜୟ କୁମାର ସ୍ୱାଇଁ ଯୋଗଦେଇ କିଛି ଅସାମାଜିକ ଛାତ୍ରଛାତ୍ରୀଙ୍କ ରାଗିଙ୍ଗ୍ ଦ୍ୱାରା କିପରି ନିରୀହ ଛାତ୍ରଛାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେବା ସହିତ ଶିକ୍ଷାନୁଷ୍ଠାନ ଗୁଡ଼ିକର ପରିବେଶ କଳୁଷିତ ହେଉଛି ତାହା ସଂପର୍କରେ ଆଲୋଚନା କରିଥିଲେ । ରାଗିଙ୍ଗ୍ ସାଂପ୍ରତିକ ଛାତ୍ରଛାତ୍ରୀମାନଙ୍କର ଏକ ମାନସିକ ରୋଗରେ ପରିଣତ ହୋଇଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ଦ୍ୱିତୀକୃଷ୍ଣ ଖଣ୍ଡୁଆଳ, ଡଃ ରାଜେଶ୍ ବାଗ୍, ଅଧ୍ୟାପିକା ସୁଜାତା ବେହେରା ରାଗିଙ୍ଗର ଭୟାବହତା ସଂପର୍କରେ କହିଥିଲେ । ଅଧ୍ୟପନ ପ୍ରତି ଗୁରୁତ୍ବ ଦେଇ ଆଗାମୀ ଦିନରେ ଭଲ ମଣିଷଟିଏ ହେବା ପାଇଁ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ଆହ୍ୱାନ ଦେଇଥିଲେ । ଅଧ୍ୟାପକ ଡଃ ନଳିନୀ କୁମାର ପାଣିଗ୍ରାହୀ ଅତିଥିମାନଙ୍କୁ ସ୍ବାଗତ କରିଥିବା ବେଳେ ଅଧ୍ୟାପିକା ସୁପ୍ରିୟା ମହାନ୍ତି ପ୍ରାରମ୍ଭିକ ସୂଚନା ଏବଂ ଅଧ୍ୟାପକ ଆବେଦ୍ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ ।

Related news

Skip to toolbar