କନ୍ଧମାଳ ସନ୍ତାନ

Breaking News

ଦଳ ବିରୋଧୀ କାର୍ଯା ପାଇଁ ଘୁ.ଉଦୟଗିରି ଏନଏସି ୯ ନମ୍ବର ଓ୍ୱାଡର କାଉନସିଲ ଲକ୍ଷ୍ମୀପ୍ରିୟା ପରିଛାଙ୍କୁ ଦଳରୁ ବହିଷ୍କାର……

କନ୍ଧମାଳ ସନ୍ତାନ(ବ୍ୟୁର): ଦଳ ବିରୋଧୀ କାର୍ଯା ପାଇଁ ଘୁ.ଉଦୟଗିରି ଏନଏସି ୯ ନମ୍ବର ଓ୍ୱାଡ କାଉନସିଲ ଲକ୍ଷ୍ମୀପ୍ରିୟା ପରିଛାଙ୍କୁ ଦଳରୁ ବହିଷ୍କାର କରିଛି ନଗର ବିଜେପି l କଳିଙ୍ଗା ଠାରେ ପ୍ରେସମିଟ କରି ଏହାକୁ ଘୋଷଣା କରିଛନ୍ତି ଘୁ.ଉଦୟଗିରି ବିଜେପି ନଗର କର୍ମକର୍ତ୍ତା l କିଛିମାସ ପୂର୍ବରୁ ଘୁ.ଉଦୟଗିରି ଏନଏସି ନିର୍ବାଚନରେ ବିଜେପି ୧୩ଟି ଓ୍ୱାଡ ପାଇଁ କାଉନସିଲ ପ୍ରାର୍ଥୀ ଦେଇଥିବା ବେଳେ ସେଥିରୁ ୪ଟି ଓ୍ୱାଡରୁ ବିଜେପି ପ୍ରାଥିନୀ ଜିତିଥିଲେ l ସେଥି ମଧ୍ୟରୁ ୯ ନମ୍ବର କାଉନସିଲ ଲକ୍ଷ୍ମୀପ୍ରିୟା ଅନ୍ୟତମ l କିନ୍ତୁ ଉପାଧ୍ୟକ୍ଷ ନିର୍ବାଚନ ବେଳେ ସେ ଦଳୀୟ ନିଷ୍ପତ୍ତିକୁ ଅବମାନନା କରି ଅନ୍ୟ ଦଳକୁ ସମର୍ଥନ କରିଥିଲେ l ଯାହାକୁ ନେଇ ଦଳରରେ ଅସନ୍ତୋଷ ଦେଖା ଦେବା ସହିତ ଦଳର ମାନ ସମ୍ମାନ ପ୍ରତି ଆଘାତ ଲାଗିଥିଲା l ପରବର୍ତ୍ତୀ ସମୟରେ ଆଜି ପର୍ଯ୍ୟନ୍ତ ବହୁ ସୁଯୋଗ ଦିଆଯାଇଥିଲେ ମମଧ୍ୟ ତାଙ୍କ ତରଫରୁ କୌଣସି ସହଯୋଗ ନ ମିଳିନ ଥିଲା ବୋଲି ନଗର ବିଜେପି ପକ୍ଷରୁ କୁହା ଯାଇଛି l ଏପରିକି ଅଗଷ୍ଟ ୨୪ ତାରିଖରେ ଲିଖିତ ଭାବେ କୈଫତ ମଗାଯାଇ ଥିଲେ ମଧ୍ୟ କୌଣସି ଉତ୍ତର ରଖିନଥିଲେ କାଉଂସିଲର l ତେଣୁ ବାଧ୍ୟ ହୋଇ ଆଜି ଦଳ ନିଷ୍ପତ୍ତି ପ୍ରକାରେ ତାଙ୍କୁ ପ୍ରାଥମିକ ସଭ୍ୟ ପଦରୁ ବହିସ୍କାର କରାଗଲା ବୋଲି ବିଜେପି ନଗର ସଭାପତି ଉଦେସନ ପ୍ରଧାନ ଘୋଷଣା କରିଛନ୍ତି l ଆୟୋଜିତ ଏହି ପ୍ରେସ ମିଟରେ ବିଜେପି ନଗର ସଂପାଦକ ପ୍ରଶାନ୍ତ ବଗର୍ତୀ, ଭେଙ୍କଟେଶ୍ୱର ବେହେରା, ମାଇନରଟି ମୋର୍ଚା ସଭାପତି ରସାନନ୍ଦ ନାୟକ, ଆଇଟି ସେଲ ତରଫରୁ ନୀଳମାଧବ ପ୍ରଧାନ, ସୁଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ l ବହିସ୍କାର୍ ସମ୍ପର୍କରେ କାଉଂସିଲରଙ୍କ ମତାମତ ଗ୍ରହଣ କରାଯାଇ ଥିଲା l ବହିସ୍କାର ସମ୍ପର୍କରେ ଜାଣିନ ଥିବା କାଉନସିଲ ପ୍ରତିକ୍ରିୟା ଦେଇଛନ୍ତି l

Related news

Skip to toolbar