କନ୍ଧମାଳ ସନ୍ତାନ

Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ପବିଙ୍ଗିଆ-ଲାମ୍ବାପଦର ପୋଲ, ଯୋଗାଯୋଗ ଠପ୍…..

କନ୍ଧମାଳ ସନ୍ତାନ(ବ୍ୟୁର): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ଠାରୁ ଲାମ୍ବାପଦରକୁ ସଂଯୋଗ କରୁ ଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ପାଜିମିଳିକା ଠାରେ ନିର୍ମିତ ହୋଇ ଥିବା ପୋଲ ଭାଙ୍ଗି ଥିବା ସୁଚନା ମିଳିଛି l ଯାହା ଫଳରେ ବର୍ତ୍ତମାନ ସେହି ରାସ୍ତା ଦେଇ ଯାତାୟତ ଠପ୍ ହୋଇଯାଇଛି l ବର୍ତ୍ତମାନ ଲୋକେ ସେହି ରାସ୍ତା ଦେଇ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି l ଫଳରେ ଲାମ୍ବାପଦର, ପଥଖୋଲ, ତିବିନିପଦର ଗ୍ରାମକୁ ଯାତାୟତ ଠପ୍ ହୋଇଯାଇଛି l ଯାହା ଫଳରେ ଛାତ୍ରୀଛାତ୍ରୀମାନଙ୍କୁ ମଧ୍ୟ ଯଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି l ଖବର ପାଇ ଘଟଣା ସ୍ଥଳକୁ ପବିଙ୍ଗିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଲାଲ୍ ମୋହନ କହଁର ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ମରାମତି କରିବା ପାଇଁ ଆର୍ ଡିଙ୍କୁ ଜଣେବେ ବୋଲି କହିଛନ୍ତି l

Related news

Skip to toolbar