କନ୍ଧମାଳ ସନ୍ତାନ

Breaking News

ଦ୍ଵାଦଶାହ ତିଥି ଅବସରରେ ସ୍ବର୍ଗତ ବ୍ରହ୍ମ୍ଛା ବେହେରାଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ……..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଜଣେ ଲୋକପ୍ରିୟ କର୍ମଚାରୀ ନେତା ପାଣ ସମାଜର ନେତା ଓ ସାର୍ବଜନିନ ଜନନେତା ସ୍ବର୍ଗତ ବ୍ରହ୍ମ୍ଛା ବେହେରାଙ୍କ ଦ୍ଵାଦଶାହ ତିଥିରେ ସମସ୍ତ ଜାତି ବନ୍ଧୁ ଓ ପାଣ ସମାଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ତାଙ୍କର ସ୍ବର୍ଗତ ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା l ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବ୍ରହ୍ମ୍ଛା ବାବୁଙ୍କର ସ୍ମୃତି ଚାରଣ ସଭାରେ ଯୋଗ ଦେଇଥିଲେ l ଉକ୍ତ ସ୍ମୃତି ଚାରଣ ସଭାରେ ଖଜୁରୀପଡା ବ୍ଲକ ପାଞ୍ଚ ମୁଠାର ସଭାପତି ଶ୍ରୀ ଉଦ୍ଧବ ଡିଗାଲ ବ୍ରହ୍ମ୍ଛା ବାବୁଙ୍କ ଫୋଟୋ ଚିତ୍ର ଉପରେ ପୁଷ୍ପ ମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ବଳନ କରି ସ୍ମୃତି ଚାରଣ ସଭାର ଆରମ୍ଭ କରିଥିଲେ ଏବଂ ସ୍ମୃତି ଚାରଣ ସଭା ର ସଭାପତି ଶ୍ରୀ ଦୁର୍ବାସା ସେଠି ସଭା ପରିଚାଳନା କରିଥିଲେ l ସ୍ମୃତି ଚାରଣ ସଭାରେ ଶ୍ରୀ ଶରତ ଚନ୍ଦ୍ର ସାହାଣୀ, ସାଧାରଣ ସମ୍ପାଦକ ଶ୍ରୀ କ୍ଷୀରୋଦ କୁମାର ସାହାଣୀ, ଫିରିଙ୍ଗିଆ ବ୍ଲକ ସଭାପତି ଶ୍ରୀ ଚନ୍ଦ୍ର ମୋହନ ନାୟକ, ଶ୍ରୀ ହୃଷିକେଶ ବେହେରା, ପ୍ରଫୁଲ ବେହେରା ଶ୍ରୀ ଅନଙ୍ଗ ବେହେରା, ତ୍ରିନାଥ ମାଝୀ, ବିନାୟକ ଗଣ୍ଡା, ପଙ୍କଜ ବେହେରା, ଅଚ୍ୟୁତ ସେଠି, ଆଇନଜୀବି ଶ୍ରୀ ପର୍ଶୁରାମ ବେହେରା, ଶ୍ରୀ କ୍ଷୀରୋଦ ଗଣ୍ଡା ଓ ଜିଲ୍ଲାର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ l ଉପସ୍ଥିତ ବକ୍ତାମାନେ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ କି, ବ୍ରହ୍ମ୍ଛା ବାବୁ ଜଣେ ଅମାୟିକ, ଭଦ୍ର ଓ ଅଧ୍ୟାଆତ୍ମିକତାବାଦୀ ବ୍ୟକ୍ତି ଥିଲେ l ସେ ବହୁ ସଂଗଠନରେ ସାମିଲ ହୋଇ ଅଂଚଳର ସର୍ବାଙ୍ଗୀନ ଉର୍ନତି ପାଇଁ ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ l ତାଙ୍କର ବଳିଷ୍ଠ ନେତୃତ୍ୱ ସବୁଦିନ ପାଇଁ ଜିଲ୍ଲାରେ ଏବଂ ସବୁରି ପ୍ରାଣରେ ଉଜବିତ ହୋଇ ରହିବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ l ତାଙ୍କର ଶୋକ ସନ୍ତପ୍ତ ପରିବାର ସଦସ୍ୟ ଆୟୁଷ୍ମାନ ପୁତ୍ର ଶ୍ରୀ ବିନାୟକ ବେହେରା, ବିମଲ ବେହେରା ଓ କମଳ କୁମାର ବେହେରାଙ୍କ ଅସୀମ ଶକ୍ତି ସାହସ ଧର୍ଯ୍ୟ କାମନା କରିଥିଲେ l

Related news

Skip to toolbar