କନ୍ଧମାଳ ସନ୍ତାନ

Breaking News

ଛଅ ଦଫା ଦାବୀନେଇ କନ୍ଧମାଳ ଜ଼ିଲ୍ଲାପାଳଙ୍କ ସହ ସାକ୍ଷାତ କରିବ ଲୋକ କଳାକାର ସଂଘ…..

କନ୍ଧମାଳ ସନ୍ତାନ(ବ୍ୟୁର): ଜ଼ିଲ୍ଲା ସଂସ୍କୃତି ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଏବଂ କଳାକାରଙ୍କୁ ଅସଭ୍ୟ ଆଚରଣ ଅସଭ୍ୟ ଭାଷାରେ ଗାଳି ଗୁଲଜ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଇ-ରେଜିଷ୍ଟେସନ ମାଧ୍ୟମରେ କନ୍ଧମାଳ ଜ଼ିଲ୍ଲାରେ କଳାକାର ଚୟନ ପ୍ରକ୍ରିୟାରେ ଲୋକ କଳାକାର ସଂକୀର୍ତ୍ତନ ମଣ୍ଡଳୀଙ୍କୁ ସୁଯୋଗରେ ବଞ୍ଚିତ କରିବା ସମ୍ପର୍କରେ ଆସନ୍ତା ଗୁରୁବାର ଦିନ ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ଭେଟିବେ ଜ଼ିଲ୍ଲା ପାରମ୍ପରିକ ଲୋକକଳା କାର ସଂଘ l ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଫୁଲବାଣୀ ମାଦିକୁନ୍ଦା ଛକରୁ ବାହାରି ଜ଼ିଲ୍ଲା ପାଳଙ୍କ କାର୍ଯାଳୟରେ ପହଂଚି ଦାବିପତ୍ର ଦିଆଯିବ ବୋଲି ଜ଼ିଲ୍ଲା ପାରମ୍ପରିକ ଲୋକକଳା ସଂଘର ସଭାପତି ଅକ୍ଷୟ କର୍ଣ୍ଣ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି l ସଂସ୍କୃତିକୁ ଉଜ୍ଜୀବିତ କରିବା ସହିତ ଦୁସ୍ଥ ପେସାଦାର କଳାକାରଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ସାଧୁ ଉଦ୍ୟମକୁ ଲୋକେ ପ୍ରଶଂସା କରିଛନ୍ତି l ସରକାର ଓଡିଶାରେ ୪୬୧ ପ୍ରକାର ଲୋକ କଳାକୁ ଚି଼ହ୍ନଟ କରିଛନ୍ତି l ବିଲୁପ୍ତ ପ୍ରାୟ କଳାକୁ ଉଦ୍ଧାର ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ଓଡିଶାର ସର୍ବ ପୁରାତନ ପରମ୍ପରା ସଂକୀର୍ତ୍ତନ କଳାକାରଙ୍କୁ ଚୟନ ପ୍ରକ୍ରିୟାରେ ବାଦ ଦିଆଯାଇଛି l ଇ-ରେଜିଷ୍ଟେସନ ବେଳେ ସଂକୀର୍ଣ୍ଣନ କଳାକାରଙ୍କୁ ରେଜିଷ୍ଟ୍ରେସନ ପାଇଁ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ମନା କରିଥିବା ନେଇ କଳାକାରମାନେ ଅଭିଯୋଗ କରିଛନ୍ତି l କଳାକାର ପାଇଁ ଖାଇବା ବ୍ୟବସ୍ଥା କରାଯାଇ ନଥିବାରୁ ଦୂର ଦୁରାନ୍ତରୁ ଅଡିସନରେ ଭାଗ ନେଇଥିବା କଳାକାର ଭୋକ ଉପବାସରେ ଫେରିଥିଲେ l କନ୍ଧମାଳ ଜ଼ିଲ୍ଲାରେ ନାମ ସଂକୀର୍ତ୍ତନ ମାଧ୍ୟମରେ କଳା ଓ ସଂସ୍କୃତି କୁ ଵଞ୍ଚାଇ ରଖିଥିବା କଳାକାରଙ୍କୁ ବାଦ ଦିଆଯାଇଥିବାରୁ କଳାକାରଙ୍କ ମହଲରେ ଅସନ୍ତୋଷ ଦାନା ବାନ୍ଧୁଛି l ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀଙ୍କୁ ତୁରନ୍ତ ବଦଳି ଓ ସଂକୀର୍ତ୍ତନ ଦଳକୁ ଚୟନ ପ୍ରକ୍ରିୟାରେ ସାମିଲ କରାନଗଲେ ଆଗାମୀ ଦିନରେ ଜ଼ିଲ୍ଲାର ସମସ୍ତ ସଂକୀର୍ତ୍ତନ ମଣ୍ଡଳୀ ଜ଼ିଲ୍ଲା ସଂସ୍କୃତି କାର୍ଯାଳୟକୁ ଘେରାଉ କରିବାକୁ କଳାକାରମାନେ ଚେତାବନୀ ଦେଇଛନ୍ତି l

Related news

Skip to toolbar