କନ୍ଧମାଳ ସନ୍ତାନ

Breaking News

ମୋବାଇଲ ସେବାରୁ ବଞ୍ଚିତ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀ, ଅନଲାଇନ ସେବା ବାଧା ପ୍ରାପ୍ତ……

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଂଚଳର ବାସିନ୍ଧା ଏକ ସପ୍ତାହରୁ ଅଧିକ ଦିନ ହେବ ମୋବାଇଲ ଇଣ୍ଟରନେଟ ସେବା ପାଇରୁ ବଞ୍ଚିତ ଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି । ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଅନଲାଇନ ଫର୍ମ ପୂରଣ, ଜାତିଗତ, ସ୍ଥାୟୀ ବସିନ୍ଦା, ଇନକାମ ପ୍ରମାଣ ପତ୍ର ଗୁଡ଼ିକ ପାଇଁ ଅନଲାଇନ ଆବେଦନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଥିବା ଅଂଚଲବାସୀ ପ୍ରକାଶ କରିଛନ୍ତି l ବ୍ରାହ୍ମଣୀଗାଁ ଏକ ପଞ୍ଚାୟତ ହେଲେ ସୁଦ୍ଧା ଏହାର ଏକ ସ୍ୱତନ୍ତ୍ରତା ରହିଛି l ଏହାକୁ ଆଗମୀ ଭବିଷ୍ୟତର ବ୍ଲକ କୁହାଯାଉଥିବା ବେଳେ ଏହି ଅଞ୍ଚଳରେ ଅନେକ ସମସ୍ୟା ଲାଗିରହିଛି l ବ୍ରାହ୍ମଣୀଗାଁ ଏକ ପଞ୍ଚାୟତ ହେଲେ ବି କନ୍ଧମାଳ, ଗଞ୍ଜାମ ,ଗଜପତି ଓ ରାୟଗଡ଼ା ସୀମାନ୍ତରେ ଥିବା ଅନୁନ୍ୟ ୧୫ ଗୋଟି ପଞ୍ଚାୟତର ଏକ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଲୋକେ ବ୍ରାହ୍ମଣୀଗାଁ ବଜାର ଉପରେ ନିର୍ଭର କରିଥାନ୍ତି l ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ , ଗମନାଗମନ, ଥାନା, ବ୍ୟାଙ୍କ ସେବା, ଅନଲାଇନ କାର୍ଯ୍ୟ, ବାଣିଜ୍ୟ କାରବାର ଆଦି କ୍ଷେତ୍ରରେ ଅଞ୍ଚଳ ବାସୀ ନିର୍ଭର କରିଥାନ୍ତି । ପ୍ରତ୍ୟେକ କର୍ମ କ୍ଷେତ୍ରରେ ଇଣ୍ଟରନେଟ ସେବା ଜରୁରୀ ହୋଇ ପଡ଼ିଥିବା ବେଳେ ବ୍ରାହ୍ମଣୀଗାଁ ତଥା ଏହି ଅଞ୍ଚଳବାସୀଙ୍କ ପାଇଁ କେବଳ ବିଏସ ଏନଏଲ ଏକ ମାତ୍ର ବିକଳ୍ପ । ତାହା କି ମାସରେ ୧୦ରୁ୧୫ ଦିନ ବିଭିନ୍ନ କାରଣ ରୁ କାର୍ଯ୍ୟକରୁ ନ ଥିବା ଅଭିଯୋଗ ହେଉଛି । ଗତ ପାଞ୍ଚ ଦିନ ହେଲା ବ୍ରାହ୍ମଣୀଗାଁ ଟାୱାରର ଥ୍ରୀ ଜି ମୋବାଇଲ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି । ବର୍ତ୍ତମାନ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଅନଲାଇନ ଫର୍ମ ପୂରଣ ପାଇଁ ଉତ୍ତମ ନେଟୱର୍କ ର ଆବଶ୍ୟକତା ରହୁଥିବା ବେଳେ ଅଞ୍ଚଳର ଛାତ୍ର ଛାତ୍ରୀ ଅଭିଭାବକ ମାନେ ଦୂରଦୂରାନ୍ତକୁ ଯାଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବା ସଂଗେ ଖର୍ଚ୍ଚ।ନ୍ତ ହେଉଥିବା ଅଭିଯୋଗ କହିଛନ୍ତି । ଗୋଟିଏ ଡାଟା ଅପଲୋଡ଼ କିମ୍ବା ଡାଉନଲୋଡ କରିବାକୁ ହେଲେ ଘଣ୍ଟା ଘଣ୍ଟା ବିତି ଯାଉଛି ହେଲେ ଅନିଶ୍ଚିତତା ଭିତରେ କାର୍ଯ୍ୟ କରୁଛି ଡାଟା l ବି ଏସ ଏନ ଏଲ ପକ୍ଷରୁ ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ଭଳି ଅନେକ ଡାଟା ଅଫର ପ୍ରଦାନ କରାଯାଉଛି । ହେଲେ ଅଞ୍ଚଳବାସୀ ବି ଏସ ଏନ ଏଲ ର ପ୍ରକୃତ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଦୁର୍ଗମ ଅଞ୍ଚଳ ମାନଙ୍କରେ ଫୋର- ଜୀ ସେବା ଯୋଗାଇ ଦେବାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟ ହାତକୁ ନିଆଯାଇନାହିଁ । ନିର୍ବାଚନକୁ ଦୃଷ୍ଟିରେ ରଖି ନେତା ଓ ମନ୍ତ୍ରୀ ମାନେ ମାଳ ମାଳ ପ୍ରତିଶୃତି ଅଞ୍ଚଳବାସୀ ଙ୍କୁ ପୋତି ପକାଇଛନ୍ତି । ହେଲେ ବର୍ତ୍ତମାନ ତାହା ପାଣିର ଗାର ପରି ଲିଭିଯାଇଛି । ଏହି ସମସ୍ୟା କୁ ନେଇ ବିଗତ ଦିନରେ ମହିଳା ସଂଗଠନ ଓ ଯୁବ ସଙ୍ଗଠନ ପକ୍ଷରୁ ତତ୍କାଳୀନ ଜିଲ୍ଲା ପାଳଙ୍କୁ ବ୍ରାହ୍ମଣୀ ଗାଁ ଥାନା ଅଧିକାରୀଙ୍କ ଜରିଆରେ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ତାହାର କୌଣସି ସୁଫଳ ମିଳି ପାରି ନାହିଁ । ଏଣୁ ବ୍ରାହ୍ମଣୀଗାଁ ରେ ତୁରନ୍ତ ଉଚ୍ଚ କ୍ଷମତା ସମ୍ପନ୍ନ ନେଟୱାର୍କ ସ୍ଥାପନ କରା ନ ଗଲେ ଆଗାମୀ ଦିନରେ ଜନ ଆନ୍ଦୋଳନକୁ ଏଡାଇ ଦିଆଯାଇ ପାରିବ ନାହିଁ ବୋଲି ସ୍ଥାନୀୟ ବାସୀ ମତ ପ୍ରକାଶ କରିଛନ୍ତି ।

Related news

Skip to toolbar