କନ୍ଧମାଳ ସନ୍ତାନ

Breaking News

ଡଡୀଙ୍ଗିଆ ଗ୍ରାମପଞ୍ଚାୟତର ରାସ୍ତା କଢ଼ରୁ ଯୁବତୀଙ୍କ ରକ୍ତ ଜୁଡୁବୁଡୁତ ମୃତ ଦେହ ଉଦ୍ଧାର, ଦୁସ୍କର୍ମ ପରେ ହତ୍ୟା କରାଯାଇ ଥିବା ଅଭିଯୋଗ କଲେ ପରିବାର……..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଡଡୀଙ୍ଗିଆ ଗ୍ରାମପଞ୍ଚାୟତର ରାସ୍ତା କଡ଼ରୁ ଏକ ଯୁବତୀଙ୍କ ମୃତ ଦେହ ଜବତ କରିଛି ରାଇକିଆ ପୁଲିସ l ମୃତ ଯୁବତୀ ଜଣକ ଡଡୀଙ୍ଗିଆ ପଞ୍ଚାୟତର ବୁଦ୍ଧିଆ ପାଙ୍ଗା କିଶୋର ପ୍ରଧାନଙ୍କ ଝିଅ ଅଞ୍ଜୁତା ପ୍ରଧାନ (୨୨) ବୋଲି ପୁଲିସ ତଦନ୍ତରୁ ଜଣା ପଡିଥିବା ସୁଚନା ମିଳିଛି l ମୃତ ଯୁବତିଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ଅଞ୍ଜୁତl ପ୍ରଧାନ ଗତକାଲି ଜରୁରୀ କାମରେ ଫୁଲବାଣୀ ଯାଇଥିଲେ l ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ଫୋନ ଯୋଗେ ପରିବାର ଲୋକ ଯୋଗାଯୋଗ କରିବାରୁ ଯୋଗାଯୋଗ ହୋଇପାରିନଥିଲା l କିନ୍ତ ଆଜି ଡଡୀଙ୍ଗିଆ ମାଦିସୁଗା ନାମକ ସ୍ଥାନରେ ଥିବା ଏକ ବୁଦା ଭିତରେ ମୃତ ଦେହ ପଡ଼ିଥିବା କିଛି ବ୍ୟକ୍ତି ଦେଖି ସ୍ଥାନୀୟ ସରପଞ୍ଚ ଅଶୋକ ପ୍ରଧାନକୁ ଜଣେଇଥିଲେ l ସଂଗେ ସଂଗେ ସ୍ଥାନୀୟ ସରପଂଚ ପୁଲିସକୁ ଜଣେଇବା ପରେ ରାଇକିଆ ଥାନା ଅଧିକାରୀ ସାନ୍ତୁନ କୁମାର ପ୍ରଧାନ, ଉପଖଣ୍ଡ ଆରୋଖୀ ଅଧିକ୍ଷକ ଡିଟିଆର ପଟନାୟକ ଘଟଣା ପହଂଚି ଥିଲେ l ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ି ନାହିଁ l ଏହି ମୃତ୍ୟୁ ଘଟଣାକୁ ନେଇ ପୁଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି l ମୃତ ଯୁବତିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ଦ୍ବାରା ରକ୍ତଶ୍ରାବ ହୋଇ ଥିବାର ଦେଖା ଦେଇଛି l ଯୁବତିଂକୁ ଦୁସ୍କର୍ମ ପରେ ହତ୍ୟା କରାଯାଇଥିବା ଗ୍ରାମବାସୀଙ୍କ ଅଭିଯୋଗ କରିଛନ୍ତି l ପୋଷ୍ଟମୋଟମ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ରାଇକିଆ ପୁଲିସ ପକ୍ଷରୁ କୁହା ଯାଇଛି l ଏନେଇ ରାଇକିଆ ପୁଲିସ ୭୩/୨୦୨୨ରେ ଏକ ମାମଲ ରୁଜୁ କରି ଘଟଣାର ତଦନ୍ତ ଚଳାଇ ଥିବା ଥାନାଧିକାରୀ ସନ୍ତନୁ ପ୍ରାଧାନ ସୁଚନା ଦେଇଛନ୍ତି l

Related news

Skip to toolbar